ଅଗଷ୍ଟ ୨ରୁ ମୁକ୍ତ କୋର୍ଟରେ ହେବ ଅଯୋଧ୍ୟା ମାମଲାର ଶୁଣାଣି
18/07/2019 at 2:48 PM

ନୂଆଦିଲ୍ଲୀ ୧୮|୭: ଅଗଷ୍ଟ ୨ରୁ ମୁକ୍ତ କୋର୍ଟରେ ହେବ ଅଯୋଧ୍ୟା ମାମଲାର ଶୁଣାଣି । ତେବେ ଶୁଣାଣି ପ୍ରତିଦିନ ହେବ କି ନାହିଁ ସେନେଇ ୨ ତାରିଖ ଦିନ ସୁପ୍ରିମକୋର୍ଟ ରାୟ ଶୁଣାଇବେ । ଆଜି ମଧ୍ୟସ୍ଥତା କମିଟି କୋର୍ଟରେ ରିପୋର୍ଟ ପ୍ରଦାନ କରିଛି । ଜୁଲାଇ ୩୧ ସୁଦ୍ଧା ମଧ୍ୟସ୍ଥତା କମିଟିକୁ ସମ୍ପୂର୍ଣ୍ଣ ରିପୋର୍ଟ ଦେବାକୁ ମୁଖ୍ୟ ବିଚାର ପତି ରଞ୍ଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଏହି ବିବାଦ ଉପରେ ସର୍ବୋଚ୍ଚ ଅଦାଲତ ବିଚାରପତି ଏଫଏମ୍ ଆଇ କଲିଫୁଲାଙ୍କ ୩ ସଦସ୍ୟ ପ୍ୟନେଲକୁ ୧୮ ଜୁଲାଇ ସୁଦ୍ଧା ମଧ୍ୟସ୍ଥତା ଏବଂ ବର୍ତ୍ତମାନ ସ୍ଥିତି ଉପରେ ଅବଗତ କରିବାକୁ କହିଥିଲେ ।
Related Posts
୧୬ ମାସରେ ମହିଳାଙ୍କୁ ଆସିଲା ୫ଥର ହାର୍ଟ ଆଟାକ୍, ଡାକ୍ତର ବି ଆଶ୍ଚର୍ଯ୍ୟ
8 December 2023