ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ବାବରି ମସ୍‌ଜିଦ୍‌ ଘଟଣା: ୟୁପିର ତତ୍‌କାଳୀନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ବିରୋଧରେ ହୋଇଥିବା କୋର୍ଟ ଅବମାନନା ମାମଲାକୁ ରଦ୍ଦ କଲେ ସୁପ୍ରିମକୋର୍ଟ

30/08/2022 at 1:26 PM

ନୂଆଦିଲ୍ଲୀ: ବାବରି ମସ୍‌ଜିଦ ଘଟଣାରେ ଉତ୍ତର ପ୍ରଦେଶର ତତ୍‌କାଳୀନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ବିରୋଧରେ ହୋଇଥିବା କୋର୍ଟ ଅବମାନନା ମାମଲାକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ । ଆବେଦନ କର୍ତ୍ତା ଓ ମୁଖ୍ୟମନ୍ତ୍ରୀ ଦୁହିଁଙ୍କର ବିୟୋଗ ହୋଇସାରିଥିବାରୁ କୋର୍ଟ ଏହି ମାମଲାକୁ ବନ୍ଦ କରିଦେଇନ୍ତି।

କୋର୍ଟ କହିଛନ୍ତି ଯେ ସମୟ ବିତିବା ସହ ୨୦୧୯ରେ ସୁପ୍ରିମକୋର୍ଟଙ୍କର ଅଯୋଧ୍ୟା ରାୟ ଦେଖିଲେ ମାମଲାର କୌଣସି ମୂଲ୍ୟ ରହୁନାହିଁ । ସରକାରଙ୍କ ଦ୍ୱାରା ସୁରକ୍ଷା ଦେବାର ପ୍ରତିଶ୍ରୁତି ପରେ ବି ରଥ ଯାତ୍ରା ପାଇଁ ଅନୁମତି ଦିଆଯିବା ଓ ବାବରି ମସ୍‌ଜିଦ ଭଙ୍ଗାଯିବାକୁ ଘଟଣାକୁ ନେଇ କଲ୍ୟାଣ ସିଂହଙ୍କ ବିରୋଧରେ ମାମଲା ହୋଇଥିଲା ।  

ତେଣୁ ଏସବୁକୁ ଦେଖିଲେ ଘଟଣା ୩୦ ବର୍ଷ ତଳର ହୋଇଥିବା ବେଳେ ଉଭୟ ଆବେଦକ ଓ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କର ବିୟୋଗ ହୋଇସାରିଛି । ତେଣୁ ସୁପ୍ରିମକୋର୍ଟ ମାମଲାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କୋର୍ଟ କହିଛନ୍ତି । ତତ୍‌ ସହିତ ମସ୍‌ଜିଦ୍‌ ଭାଙ୍ଗିବା ନେଇ ଅନ୍ୟମାନଙ୍କ ଉପରେ ବି ହୋଇଥିବା ମାମଲାକୁ କୋର୍ଟ ରଦ୍ଦ କରିଛନ୍ତି।  

   Related Posts