Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭଦ୍ରକ : ୩ ଦିନ ହେଲା ନିଖୋଜ ଥିଲେ, ନଦୀରୁ ମିଳିଲା ଯୁବକଙ୍କ ମୃତଦେହ
  • ||
  • କେନ୍ଦୁଝର : ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ବିନିକା : ଶେଷ ଦିନରେ ବି ପ୍ରଶ୍ନପତ୍ର ଭାଇରାଲ୍, ପରୀକ୍ଷା ପୂର୍ବରୁ ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରିବୁଲିଥିଲା
  • ||
  • ଭୁବନେଶ୍ବର : କୌଣସି ପ୍ରଶ୍ନପତ୍ର ଭାଇରାଲ୍ ହୋଇନି : ଗଣଶିକ୍ଷା ମନ୍ତ୍ରୀ
  • ||
  • ଖଲ୍ଲିକୋଟ : ଅଟୋକୁ ପଛପଟୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଡ୍ରାଇଭରଙ୍କ ସମେତ ୪ ଆହତ
  • ||
  • ଭୁବନେଶ୍ବର : ଆସନ୍ତା ୩ ତାରିଖରୁ ମାଟ୍ରିକ୍ ଖାତା ଦେଖା, ଅପ୍ରେଲ ଶେଷ ସୁଦ୍ଧା ପ୍ରକାଶ ପାଇବ ଫଳ
  • ||
  • ଭୁବନେଶ୍ୱର: ସରିଗଲା ମାଟ୍ରିକ୍ ପରୀକ୍ଷା, ଶେଷ ଦିନରେ ସବଜେକ୍ଟ୍ ଥିଲା ମ୍ୟାଥମାଟିକ୍ସ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ର ପ୍ରଭାବ, ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ବର୍ଷା
  • ||

କେନ୍ଦ୍ର ସରକାରଙ୍କୁ ‘ସୁପ୍ରିମ’ ଝଟକା, ପୂର୍ବତନ ସୈନିକଙ୍କୁ କିସ୍ତିରେ OROP ଦେୟକୁ ନେଇ ପ୍ରକାଶ କଲେ ଅସନ୍ତୋଷ

13/03/2023 at 2:50 PM

OROP

ନୂଆଦିଲ୍ଲୀ, ୧୩/୦୩: ସୁପ୍ରିମକୋର୍ଟରୁ କେନ୍ଦ୍ର ସରକାରଙ୍କୁ ବଡ଼ ଝଟକା। ସଶସ୍ତ୍ରବଳର ଅବସରପ୍ରାପ୍ତ କର୍ମଚାରୀଙ୍କୁ ପେନ୍ସନ ନ ଦିଆଯିବା ଉପରେ ଚିନ୍ତା ବ୍ୟକ୍ତ କରିଛନ୍ତି। କୋର୍ଟ ରକ୍ଷା ମନ୍ତ୍ରାଳୟକୁ ୨୦ ଜାନୁଆରୀରେ ଦେଇଥିବା ଆଦେଶକୁ ତୁରନ୍ତ ଫେରାଇବାକୁ କହିଛନ୍ତି, ଯେଉଁଥିରେ ଚାରି କିସ୍ତିରେ ଓ୍ବାନ ରାଙ୍କ୍ ଓ୍ବାନ୍‌ ପେନସନ ଦେବାକୁ କୁହାଯାଇଥିଲା। କୋର୍ଟ କହିଛନ୍ତି ଯେ, OROP ର ବକେୟା ରାଶି ଚାରି କିସ୍ତିରେ ଦେବାକୁ କହି ଆଇନ୍‌କୁ ହାତକୁ ନେଇପାରିବେ ନାହିଁ। ଏହା ଉପରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ କହିଛନ୍ତି ଯେ, ପୂର୍ବତନ ସୈନିକଙ୍କୁ OROP ର  ବକେୟା ଦେୟ ଗୋଟିଏ କିସ୍ତିରେ ଦିଆଯାଇଛି। ସଂପୂର୍ଣ୍ଣ ବକେୟା ଦେବା ପାଇଁ ଅଧିକ ସମୟ ଦରକାର।

ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ପିଏମ ନରସିମ୍‌ହା ଏବଂ ଜଷ୍ଟିସ୍‌ ଜେବି ପାରଦୀଓ୍ବାଲାଙ୍କ ପୀଠ ଏହି ମାମଲାରେ ଶୁଣାଣି କରିଛନ୍ତି। କୋର୍ଟରେ ଆଟର୍ଣ୍ଣି ଜେନେରାଲ ଆର୍‌ ଭେଙ୍କଟରମଣୀ କହିଛନ୍ତି କେନ୍ଦ୍ର ସରକାର ପୂର୍ବ ସୈନିକଙ୍କୁ ବକେୟା OROP ବକେୟା ଦେୟ ଗୋଟିଏ କିସ୍ତିରେ କରିଛନ୍ତି। କିନ୍ତୁ ଆଗାମୀ ଦେୟ ପାଇଁ ଆଉ ସମୟ ଦରକାର ରହିଛି। ଏହା ଉପରେ ପୀଠ ଭେଙ୍କଟରମଣୀ କହିଛନ୍ତି ଯେ ‘ପ୍ରଥମେ OROP ବକେୟା ଦେୟ ଉପରେ ୨୦ ଜାନୁଆରୀର ଅଧିସୂଚନା ଫେରାନ୍ତୁ, ପରେ ଆମେ ଏହି ଆବେଦନ ଉପରେ ବିଚାର କରିବୁ।’

କୋର୍ଟ ଆଟର୍ଣ୍ଣୀ ଜେନେରାଲଙ୍କୁ ବକେୟା ମାତ୍ରା, ବକେୟା ଦେବା ପାଇଁ ନିଆଯାଇଥିବା ଉପାୟ ଏବଂ ପ୍ରାଥମିକତାକୁ ନେଇ ବିସ୍ତୃତ ନୋଟ୍‌ ପ୍ରସ୍ତୁତ କରିବାକୁ ମଧ୍ୟ କହିଛନ୍ତି। ପୀଠ କହିଛନ୍ତି ଯେ ‘ଆମେ ଚାହୁଛୁ କୌଣସି ପ୍ରକାର ବର୍ଗୀକଣର ହେବା ଦରକାର ଏବଂ ବୃଦ୍ଧ ଲୋକଙ୍କୁ ପ୍ରଥମେ ବକେୟା ଦେୟ ଦେବା ଦରକାର। ଏହି ମାମଲା ଆରମ୍ଭ ହେବା ପରଠାରୁ ଚାରି ଳକ୍ଷରୁ ଅଧିକ ପେନ୍ସସନଭୋଗୀଙ୍କ ମୃତ୍ୟୁ ହେଲାଣି।’

   Related Posts