ଶାହିନ ବାଗ୍ ବିକ୍ଷୋଭକାରୀଙ୍କୁ ବୁଝେଇବେ ସୁପ୍ରିମକୋର୍ଟ ଟିମ୍, ଓକିଲ ସଞ୍ଜୟ ହେଗଡେ ଓ ସାଧାନା ରାମଚନ୍ଦ୍ରନ ହେବେ ବାର୍ତ୍ତାକାର

Published By : Prameya-News7 Bureau | February 17, 2020 IST

ନୂଆଦିଲ୍ଲୀ ୧୭।୨:  ନାଗରିକତା ସଂଶୋଧନ ଅଧିନିୟମ (ସିଏଏ)କୁ ନେଇ ଦିଲ୍ଲୀ ଶାହିନ ବାଗ୍ ପ୍ରଦର୍ଶନ ପ୍ରସଙ୍ଗରେ ସୁପ୍ରିମକୋର୍ଟ ସୋମବାର ଶୁଣାଣି କରିଛନ୍ତି। ଆଇନ ବିରୋଧରେ ପ୍ରଦର୍ଶନ କରିବା ଲୋକଙ୍କ ଅଧିକାର ବୋଲି କହିଛନ୍ତି କୋର୍ଟ, ତେବେ ବିରୋଧ ପ୍ରଦର୍ଶନ ସ୍ଥଳକୁ ନେଇ ଏବେ ଆପତ୍ତି ହେଉଥିବାରୁ ସୁପ୍ରିମକୋର୍ଟ ଏକ ଟିମ୍ ଗଠନ କରିଛନ୍ତି। ଏଥିରେ ବରିଷ୍ଠ ଓକିଲ ସଞ୍ଜୟ ହେଗଡେ ଏବଂ ଓକିଲ ସାଧନା ରାମଚନ୍ଦ୍ରନଙ୍କୁ ଶାହିନବାଗ୍ ପ୍ରଦର୍ଶନକାରୀଙ୍କ ଲାଗି ବାର୍ତ୍ତାକାର ନିଯୁକ୍ତ କରିଛନ୍ତି। ମାମଲାର ପରବର୍ତ୍ତି ଶୁଣାଣି ଫେବୃଆରୀ ୨୪ ତାରିଖରେ ହେବ।

{"id":225555,"sizeSlug":"large"}

ମାମଲାର ଶୁଣାଣିରେ କୋର୍ଟ ବିରୋଧକୁ ଲୋକଙ୍କ ମୌଳିକ ଅଧିକାର ବୋଲି କହିଥିଲେ। ହେଲେ କୌଣସି ସ୍ଥାନରେ ଦିନ ଦିନ ସଡକ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିବା ସର୍ବସାଧାରଣଙ୍କ ଲାଗି ସମସ୍ୟା ବୋଲି କହିଛନ୍ତି। ତେବେ ସୋଲିସିଟର ଜେନେରାଲ କୋର୍ଟଙ୍କ କଥାରେ ଆପତ୍ତି କରି ଏଭଳି ବାର୍ତ୍ତା ନ ଯାଉ ଯେପରି ଶାହିନବାଗ ବିକ୍ଷୋଭକାରୀଙ୍କୁ ମନେଇବା ଲାଗି ସବୁ ସଂସ୍ଥା ଏବେ ଆଣ୍ଠୁମାଡି ବସିଛନ୍ତି ବୋଲି କହିଥିଲେ। ଏଥିରେ କୋର୍ଟ କହିଥିଲେ ଯେ ଯଦି କୌଣସି ଉପାୟ କାମ ନ ଦେଉଛି ତେବେ ଆମେ ଏଥିଲାଗି ଆମ ଅଧିକାରୀଙ୍କୁ ପଠାଇବୁ।

{"id":225556,"sizeSlug":"large"}

କୋର୍ଟ ବରିଷ୍ଠ ଓକିଲ ସ଼ଞ୍ଜୟ ହେଗଡେ ଏବଂ ଅନ୍ୟତମ ଓକିଲ ସାଧାନା ରାମଚନ୍ଦ୍ରଙ୍କ ସହ ଆଲୋଚନା କରି ବିକ୍ଷୋଭକାରୀଙ୍କୁ ଶାହିନବାଗ ବଦଳେ ଅନ୍ୟ କୌଣସି ସ୍ଥଳରେ ବିକ୍ଷୋଭ କରିବାକୁ ପରାମର୍ଶ ଦେବାକୁ କହିଛନ୍ତି। ତେବେ ଶାହିନବାଗ ବିକ୍ଷୋଭକାରୀଙ୍କୁ ମଧ୍ୟ କୋର୍ଟ ସତର୍କ କରାଇଦେଇଛନ୍ତି। ଏଥିରେ ଗଣତାନ୍ତ୍ରିକ ବିଚାରବ୍ୟକ୍ତ ଲାଗି ଅଧିକାର ଥିଲେ ବି ନିର୍ଦ୍ଧିଷ୍ଟ ସୀମା ବି ରହିଛି। ଗତ ଡିସେମ୍ବର ମାସରୁ ଲୋକେ ଶାହିନବାଗରେ ବିକ୍ଷୋଭ କରୁଛନ୍ତି। ନାଗରିକ ସଂଶୋଧିତ ଆଇନ ପ୍ରତ୍ୟାହାର ଲାଗି ଦାବି କରୁଛନ୍ତି। ତେବେ ଗତ ଶୁଣାଣି ବେଳେ କୋର୍ଟ କୌଣସି ଗୋଟିଏ ସ୍ଥାନରେ  ବହୁଦିନ ଧରି ପ୍ରଦର୍ଶନ କରାଯାଇ ପାରିବ ନାହିଁ ବୋଲି କହିଥିଲେ। ହେଲେ ସେଠାରୁ ସେମାନଙ୍କୁ ହଟାଇବା ଲାଗି କୌଣସି ନିର୍ଦ୍ଦେଶ ଜାରି କରିନଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.