oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ରାଜ୍ୟରେ ଅନୁସୂଚୀତ ଜାତି ଓ ଜନଜାତି ସାକ୍ଷରତା ହାର ୬୯.୨%, ହେଲେ ୧୯ଟି ଜିଲ୍ଲାରେ ସାକ୍ଷରତା ହାର ଏବେବି କମ୍

22/11/2019 at 1:17 PM

ଭୁବନେଶ୍ବର ୨୨।୧୧: ଆଜି ବିଧାନସଭା ପ୍ରଶ୍ନକାଳ ସୁରୁଖୁରୁରେ ଚାଲିଛି । ବିଭିନ୍ନ ପ୍ରଶ୍ନ ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଉପରେ ପ୍ରଶ୍ନୋତ୍ତର ପରେ ଅନୁସୂଚୀତ ଜାତି ଓ ଜନଜାତି ବିଭାଗ ଉପରେ ଚାଲିଥିଲା ପ୍ରଶ୍ନୋତ୍ତର ।

ଅନୁସୂଚୀତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ଗୃହରେ ଉତ୍ତର ରଖିଛନ୍ତି । ରାଜ୍ୟରେ ଅନୁସୂଚୀତ ଜାତି ଓ ଜନଜାତି ସାକ୍ଷରତା ହାର ୬୯.୨ପ୍ରତିଶତ ରହିଛି ବୋଲି ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି ।

ରାଜ୍ୟରେ ପାଠ ପଢା ନିମନ୍ତେ ଆଶ୍ରମ ସ୍କୁଲ, ସେବାଶ୍ରମ, ଏବଲବ୍ୟ ବିଦ୍ୟାଳୟ, କଳିଙ୍ଗ ଆଦର୍ଶ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟମାନ ରହିଛି । ସେଥିରେ ୭୦୦ଟି ଆଶ୍ରମ ସ୍କୁଲ, ୫୦୧ଟି ସେବାଶ୍ରମ, ୨୭ଟି ଏକଲବ୍ୟ ବିଦ୍ୟାଳୟ, ୧୦ଟି କଳିଙ୍ଗ ଆଦର୍ଶ ବିଦ୍ୟାଳୟ, ୪୨୨ଟି ଉଚ୍ଚ ବିଦ୍ୟାଳୟ, ୬୨ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି ।

ଅନ୍ୟପଟେ ୧୯ଟି ଜିଲ୍ଲାରେ ସାକ୍ଷରତା ହାର କମ୍ ଥିବାରୁ ସେଠାରେ ସଂଯୋଜକ, ପ୍ରେରକ ନିଯୁକ୍ତି ଦିଆଯାଇଛି । ‘ଆମ କଥା, ଭାରତ ସାକ୍ଷରତା’ ନାମରେ ଏକ ଯୋଜନା କାର୍ଯ୍ୟକାରୀ ମଧ୍ୟ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

   Related Posts