ଷ୍ଟେଟ ବ୍ୟାଙ୍କର ନିଆରା ପଦକ୍ଷେପ, ପୋଲିସଙ୍କ ପାଇଁ ୫୦୦ ରେନ୍ କୋର୍ଟ ସହ ବଣ୍ଟାଗଲା ୧୦ହଜାର ଜୁସ୍ ବଟଲ୍
22/06/2023 at 3:33 PM

ପୁରୀ ୨୨/୦୬: ଘୋଷଯାତ୍ରା ଉପଲକ୍ଷେ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ନିଆରା ପଦକ୍ଷେପ । ଜିଲ୍ଲା ଓ ପୋଲିସ ପ୍ରଶାସନକୁ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଏକ ହଜାର ବ୍ୟାରିକେଡ଼, ପୋଲିସ ମାନଙ୍କ ପାଇଁ ୫ଶହ ରେନ୍ କୋର୍ଟ ଏବଂ ୧୦ହଜାର ଜୁସ୍ ବଟଲ୍ ସହ ପାଣି ବୋତଲ ଦିଆଯାଇଛି ।
ମହାପ୍ରଭୁଙ୍କ ଘୋଷଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେଉଥିବାରୁ ଟ୍ରାଫିକ ନିୟନ୍ତ୍ରଣରେ ଏହି ବ୍ୟାରିକେଡ଼ ପୋଲିସକୁ ବେଶ୍ ସହାୟକ ହେବ ବୋଲି ଆୟୋଜିତ କାର୍ଯ୍ୟକ୍ରମରେ କୁହାଯାଇଛି । ସେହିପରି ପ୍ରବଳ ଖରା ଓ ବର୍ଷାକୁ ଦୃଷ୍ଟିରେ ରଖି ୫ଶହ ଛତା ପ୍ରଦାନ କରାଯାଇଛି।
ପୁରୀ ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ଶାଖା ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଷ୍ଟେଟ୍ ବ୍ୟାଙ୍କର ଚେୟାରମେନ ଅନୀଳା ଖାର, ମ୍ୟାନେଜିଙ୍ଗ ଡାଇରେକ୍ଟର ଶ୍ରୀଦେବୀ ସୂର୍ଯ୍ୟ, ମୀରା ସ୍ବାମିନାଥନ୍, ପୁରୀର ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କ ସହ ଭୁବନେଶ୍ୱର ଷ୍ଟେଟ ବ୍ୟାଙ୍କର ଚିଫ୍ ଜେନେରାଲ ମ୍ୟାନେଜର ଚନ୍ଦ୍ରଶେଖର ଶର୍ମା ପ୍ରମୁଖ ଯୋଗ ଦେଇଥିଲେ।