ଗ୍ରାହକଙ୍କୁ ଏସବିଆଇର ଝଟକା : ଲୋନ ହେଲା ମହଙ୍ଗା, ଆଜିଠାରୁ ଲାଗୁ ହେଲା ନୂଆ ନିୟମ

Published By : Prameya-News7 Bureau | December 10, 2018 IST

ଭୁବନେଶ୍ୱର ୧୦/୧୨ : ଦେଶଏଅ ସବୁଠାରୁ ବଡ ବ୍ୟାଙ୍କ ଏସବିଆଇ ନିଜ ଗ୍ରାହକଙ୍କୁ ଝଟକା ଦେଇଛି | ଏସବିଆଇରେ ଦେଶର ୪୦ କୋଟିରୁ ଅଧିକ ଗ୍ରାହକ ରହିଛନ୍ତି | ଯେଉଁମାନେ ଘର ଲୋନ କିମ୍ବା ଗାଡି ଲୋନ କରିଛନ୍ତି କିମ୍ବା ଆଗକୁ କୌଣସି ଲୋନ କରିବାକୁ ଯାଉଛନ୍ତି ସେମାନଙ୍କ ସମସ୍ୟା ବଢିବାକୁ ଯାଉଛି | ବ୍ୟାଙ୍କ ସୁଧ ହାର ୦.୦୫ ପ୍ରତିଶତ ବୃଦ୍ଧି କରିଛି | ଅର୍ଥାତ ଏସବିଆଇରୁ ଋଣ କରିବା ଏବେ ପୂର୍ବ ଅପେକ୍ଷା ମହଙ୍ଗା ପଡିବ | ଏହାସହ ଯେଉଁମାନେ ପୂର୍ବରୁ ଋଣ କରିଛନ୍ତି ତାଙ୍କ ଇଏମଆଇ ମଧ୍ୟ ବଢ଼ିଯିବ | ଆଜିଠାରୁ ଏସବିଆଇ ଏହି ନୂଆ ନିୟମ ଲାଗୁ କରିଛି |

{"id":62583}


ସୁଧ ହାର ବୃଦ୍ଧି ସହ ଏସବିଆଇର ବର୍ଷକର ଏମସିଏଲଆର ଦର ୮.୫ ପ୍ରତିଶତରୁ ବୃଦ୍ଧି ହୋଇ ୮.୫୫ ପ୍ରତିଶତ ହୋଇଯାଇଛି | ଦୁଇ ବର୍ଷର ଏମସିଏଲଆର ଦର ୮.୬ ପ୍ରତିଶତ ବୃଦ୍ଧି ହୋଇ ୮.୬୫ ପ୍ରତିଶତ ହୋଇଯାଇଛି | ଅପରପକ୍ଷରେ ୩ ବର୍ଷର ଏମସିଏଲଆର ଦର ୦.୦୫ ପ୍ରତିଶତରୁ ବୃଦ୍ଧି ହୋଇ ୮.୭୫ ପ୍ରତିଶତ ହୋଇଯାଇଛି |

{"id":62584,"width":579,"height":386}


ସୂଚନାଯୋଗ୍ୟ ଯେ, ଏମସିଏଲଆରରେ ବ୍ୟାଙ୍କ ନିଜ ଫଣ୍ଡ ହିସାବରେ ଋଣର ସୁଧ ହାର ଧାର୍ଯ୍ୟ କରିଥାଏ | ଏହି ସୁଧ ହାର ବୃଦ୍ଧି ପାଇଲେ ଆପଣ ବ୍ୟାଙ୍କରୁ ନେଇଥିବା ଘର ଋଣ କିମ୍ବା ଗାଡି ଋଣ ଆହୁରି ମହଙ୍ଗା ହୋଇଯାଇଥାଏ | ଏହି ବ୍ୟବସ୍ଥା ୨୦୧୬ ମସିହା ଏପ୍ରିଲ ୧ ତାରିଖରୁ ବ୍ୟାଙ୍କିଙ୍ଗ ଷ୍ଟେଟସରେ ଲାଗୁ ହୋଇଛି |

{"id":62585,"width":588,"height":329}


ଏସବିଆଇ ପୂର୍ବରୁ ଆଇସିଆଇସିଆଇ ଏବଂ ଏଚଡିଏଫସି ବ୍ୟାଙ୍କ ଏହି ସୁଧ ହାର ବୃଦ୍ଧି କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.