ନବରଙ୍ଗପୁରରେ ବ୍ୟାପିଲା କରୋନା, ୪୮ଘଣ୍ଟା ବନ୍ଦ ହେଲା SBI ମୁଖ୍ୟ ଶାଖା

Published By : Prameya-News7 Bureau | January 03, 2022 IST

ନବରଙ୍ଗପୁର ୩।୧: ନବରଙ୍ଗପୁରରେ ପୁଣି କରୋନା ଆତଙ୍କ ।  ୪୮ଘଣ୍ଟା ପାଇଁ ବନ୍ଦ ହେଲା ନବରଙ୍ଗପୁର ଏସବିଆଇ ମୁଖ୍ୟ ଶାଖା । ଏସବିଆଇ ମୁଖ୍ୟ ଶାଖାର ଦୁଇ ଜଣ କର୍ମଚାରୀ କୋଭିଡ୍ ସଂକ୍ରମଣ ହେବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ସୋମବାର ଓ ମଙ୍ଗଳବାର ଗ୍ରାହକ ସେବା ସମ୍ପୂର୍ଣ୍ଣ ବନ୍ଦ ରହିବା ନେଇ ନିର୍ଦ୍ଦେଶ ଦିଆଯାଇଛି ।

{"id":568755,"width":754,"height":415,"sizeSlug":"full","linkDestination":"none"}

ଜିଲ୍ଲାରେ ଦୀର୍ଘ ଦିନର ନୀରବତା ପରେ ପୁଣି କଡ ଲେଉଟାଇଛି କରୋନା । ଦୈନିକ ସଂକ୍ରମଣ ବଢିଛି । ସୋମବାର ଜିଲ୍ଲାରେ ୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଉମରକୋଟ ମ୍ୟୁନିସିପାଲଟି  ଗୁଲିପାଟଣାରେ ଜଣେ, ନବରଙ୍ଗପୁର ମ୍ୟୁନିସିପାଲଟିର ଗାଦବାଗୁଡ଼ାରେ ୨ଜଣ, ନନ୍ଦାହାଣ୍ଡି ବ୍ଲକର ଡିହେଚହେଚ କ୍ୟାମ୍ପସରେ ଜଣେ,  ନବରଙ୍ଗପୁର ବ୍ଲକ ସାନ ମସିଙ୍ଗାରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ଜିଲ୍ଲାରେ ୧୮ଟି ଆକ୍ଟିଭ କେସ୍ ରହିଛି ଓ ସମସ୍ତେ ହୋମ୍ ଆଇସୋଲେସନରେ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.