୪୫ ମିନିଟ୍‌ରେ ୫ଲକ୍ଷ ଟଙ୍କାର ଋଣ ଦେଉଛି SBI, ୬ମାସ ପର୍ଯ୍ୟନ୍ତ ଦେବାକୁ ପଡିବନି EMI

Published By : Prameya-News7 Bureau | May 04, 2020 IST

ନୂଆଦିଲ୍ଲୀ : କରୋନା ଭାଇରସ ଲକଡାଉନକୁ ଦେଶରେ ମେ ୧୭ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି। ଫଳରେ ଅଚାନକ ସମସ୍ୟାରେ ଫଶିଥିବା ଦେଶବାସୀଙ୍କ ସମ୍ମୁଖରେ ସଂକଟ ବେଳକୁ ବେଳ ଗୁରୁତର ହେବାରେ ଲାଗିଛି। ବାଣିଜ୍ୟ ବ୍ୟବସାୟ ବନ୍ଦ ହୋଇଯାଇଥିବା ବେଳେ ଆୟର ସ୍ରୋତ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ଏଥିରେ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ସମାଜର ମଧ୍ୟମବର୍ଗୀୟ ପରିବାର। ଏଣୁ ଏଭଳି ଲୋକଙ୍କ ଜରୁରି ଆର୍ଥିକ ଆବଶ୍ୟକତା ପୂରଣ ଲାଗି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସବିଆଇ) ଆଣିଛନ୍ତି ପର୍ସନାଲ ଏମାର୍ଜେନ୍ସୀ ଲୋନ। ଘରେ ବସି ମାତ୍ର ୪୫ ମିନିଟ୍‌ରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରିବେ ଗ୍ରାହକ ।

{"id":264685,"sizeSlug":"large"}

ସ୍ୱଳ୍ପ ସୁଧହାରରେ ଏସବିଆଇ ଏହି ଋଣ ପ୍ରଦାନ କରୁଛନ୍ତି। ତେବେ ସବୁଠୁ ବଡ କଥା ହେଲା ଏହି ଋଣ ଲାଗି ପ୍ରଥମ ୬ ମାସର ମାସିକ କିସ୍ତି (ଇଏମଆଇ) ମଧ୍ୟ ଗ୍ରାହକଙ୍କୁ ଭରିବାକୁ ପଡିବନି।  ତେବେ ଆସନ୍ତୁ ଜାଣିବା ଏପରି ଋଣ ନେବାକୁ ହେଲେ ଆପଣଙ୍କୁ କରିବାକୁ ହେବ କଣ ? କିପରି କରାଯିବ ଋଣ ନିବେଦନ?

{"id":264686,"sizeSlug":"large"}

ଯଦି ଆପଣଙ୍କୁ ଅର୍ଥର ଜରୁରି ଆବଶ୍ୟକତା ଅଛି ଓ ନିହାତି ଋଣ କରିବା ଆବଶ୍ୟକ ତେବେ ଆପଣ ପଞ୍ଜିକୃତ ମୋବାଇଲ ଫୋନରୁ PAPL ଟାଇପ କରି ସ୍ପେସ୍ ଦେଇ ଆକାଉଣ୍ଟ ନମ୍ବରର ଶେଷ ୪ଟି ସଂଖ୍ୟା ଲେଖି ୫୬୭୬୭୬ ଏସଏମଏସ୍ କରିବାକୁ ହେବ। ଏହା ଛଡା ଏସବିଆଇଙ୍କ ୟୋନୋ ଆପ୍‌ରୁ ବି ଆପଣ ଋଣ ଲାଗି ଆବେଦନ କରିପାରିବେ। ଲୋନ ଆକାଉଣ୍ଟ ଓ ଆପଣ ଚାହୁଁଥିବା ଋଣ ଅବଧି ନେଇ ଆପଣଙ୍କୁ ପ୍ରଶ୍ନ କରାଯାଇପାରେ।  ଆପଣଙ୍କ  ପଞ୍ଜିକୃତ ମୋବାଇଲରେ ଓଟିପି ଆସିବ। ଆପଣ ଓଟିପି ଦେବାମାତ୍ରେ ଋଣ ଆପଣଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଯିବ।

ଜାଣନ୍ତୁ ରହିଛି କ’ଣ ସୁବିଧା
ଏମାର୍ଜେନ୍ସୀ ଋଣର ସବୁଠୁ ବଡ ସୁବିଧା ହେଉଛି ଋଣ ମଞ୍ଜୁରି ଦିନର ୬ ମାସ ପର୍ଯ୍ୟନ୍ତ ଆପଣଙ୍କୁ ଋଣ ବାବଦ କିସ୍ତି (ଇଏମଆଇ) ଦେବାକୁ ପଡିବ ନାହିଁ। ଯଦି ମେ ମାସରେ ଆପଣଙ୍କୁ ଏହି ଋଣ ମଞ୍ଜୁର ହୁଏ ତେବେ ଅକ୍ଟୋବର ମାସ ପର୍ଯ୍ୟନ୍ତ ଆପଣ ଇଏମଆଇ  ଝିନଝଟରୁ ମୁକ୍ତ ରହିବେ। ଦ୍ୱିତୀୟ ଲାଭଟି ହେଉଛି ଏସବିଆଇ ଆପଣଙ୍କୁ ସବୁଠୁ କମ୍ ସୁଧ ବାର୍ଷିକ ୭.୨୫ ହାର ରେ  ଋଣ ପ୍ରଦାନ କରିବେ। ଏହି ସୁବିଧାରେ ଆପଣ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପର୍ସନାଲ ଲୋନ ନେଇପାରିବେ। ତେବେ ଅବସର ପ୍ରାପ୍ତ କର୍ମଚାରୀ ଚାହିଁଲେ ଅଢେଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.