Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ମାର୍ଚ୍ଚ ୩୧ରୁ ଗ୍ରାହକଙ୍କ ଲାଗି ମହଙ୍ଗା ହେବ SBIଙ୍କ ଲକର ସୁବିଧା

27/03/2020 at 3:12 PM

ନୂଆଦିଲ୍ଲୀ :  ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସବିଆଇ) ତାଙ୍କ ସେଫ୍ ଡିପୋଜିଟ୍ ଲକର ରେଟ୍ ୩୩ ପ୍ରତିଶତ ବୃଦ୍ଧି କରିବେ। ଫଳରେ ଛୋଟ ଓ ମିଡିୟମ ଆକାରର ଲକର ଲାଗି ଗ୍ରାହକ ୫୦୦ ଟଙ୍କା ଯୁକ୍ତ ଜିଏସଟି ଓ ଗୋଟିଏ ଥର ପଞ୍ଜିକରଣ ଶୁଳ୍କ ଆଦାୟ କରିବେ। ସେହିପରି ଲାର୍ଜର ଅଥବା ଏକ୍ସଟ୍ରା ଲାର୍ଜ ଲକର ଲାଗି ୧୦୦୦ ଟଙ୍କା ଯୁକ୍ତ ଜିଏସଟି ଅସୁଲ କରାଯିବ। ଏବେ ଲକର ଲାଗି ଏସବିଆଇ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଆଧାରରେ ୧୫ଶହ ଟଙ୍କାରୁ ୯ ହଜାର ଟଙ୍କା ପର୍ଯ୍ୟନ୍ତ ଭଡା ଆଦାୟ କରୁଥିଲେ।

ଏସବିଆଇଙ୍କ ଏପରି ଭଡା ବୃଦ୍ଧି ଲାଗି ଗ୍ରାହକଙ୍କୁ ଏବେ ଛୋଟ ଲକର ଲାଗି ୫ଶହରୁ ୨ହଜାର ଟଙ୍କା ପର୍ଯ୍ୟନ୍ତ ଅଧିକ ଦେବାକୁ ପଡିପାରେ। ସେହିପରି ଏକ୍ସଟ୍ରାଲାର୍ଜ ଲକର ଲାଗି ଏବେ ଗ୍ରାହକଙ୍କୁ ୯ ହଜାର ଜାଗାରେ ୧୨ ହଜାର ଟଙ୍କା ପୈଠ କରିବାକୁ ପଡିବ। ସେହିପରି ମଧ୍ୟମ ଆକାରର ଲକର ଲାଗି ୧ ହଜାରରୁ ୪ ହଜାର ଟଙ୍କା ପର୍ଯ୍ୟନ୍ତ ଭଡା ପୈଠ କରିବାକୁ ପଡିବ।

ସେହିପରି ଲକର ଭଡା ନିୟମିତ ପୈଠ ହେଉନଥିଲେ ଏସବିଆଇ ଅଧିକ ୪୦ ପ୍ରତିଶତ ଜରିମାନା ଅସୁଲ କରିବେ। ଆରବିଆଇଙ୍କ ନିୟମାନୁସାରେ ଲକର ଯଦି ବର୍ଷରେ ଥରଟିଏ ବି ଖୋଲା ହେଉନଥିବ ତେବେ ବ୍ୟାଙ୍କ କର୍ତ୍ତୃପକ୍ଷ ଲକର ଖୋଲି ଦେଖିପାରିବେ। ତେବେ ଏଥିଲାଗି ପ୍ରଥମେ ବ୍ୟାଙ୍କ ଗ୍ରାହକଙ୍କୁ ନୋଟିସ୍ କରିବ।

   Related Posts