ଷ୍ଟେଟ୍‌ ବ୍ୟାଙ୍କ୍‌ର ଦୀପାବଳି ଉପହାର, ଏଫଡି ଉପରେ ବଢ଼ିଲା ସୁଧ ହାର

Published By : Prameya-News7 Bureau | October 22, 2022 IST

ନୂଆଦିଲ୍ଲୀ ୨୨/୧୦ : ଦୀପାବଳି ପୂର୍ବରୁ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏହାର ଗ୍ରାହକଙ୍କୁ ବଡ଼ ଉପହାର ଦେଇଛି। ବ୍ୟାଙ୍କ୍‌ ଖାସ୍ ଅବଧି ପାଇଁ ଫିକ୍ସ ଡିପୋଜିଟ୍(ଏଫଡି) ଉପରେ ସୁଧ ଦର ୦.୮ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇଛି। ଷ୍ଟେଟ୍ ବ୍ୟାଙ୍କ୍‌ର ଓ୍ବେବସାଇଟ୍ ଅନୁଯାୟୀ, ଭିନ୍ନ ଭିନ୍ନ ଅବଧି  ପାଇଁ ନେଉଥିବା ଏଫଡି ଦର ୦.୨୫% ରୁ ନେଇ ୦.୮% ପର୍ଯ୍ୟନ୍ତ ବଢ଼ାଇଛି। ନୂଆ ଦର ୨୨ ଅକ୍ଟୋବର ଅର୍ଥାତ୍ ଆଜିଠାରୁ ଲାଗୁହେବ। ତେବେ ଚଳିତ ସପ୍ତାହରେ ବ୍ୟାଙ୍କ୍‌ ଦ୍ବିତୀୟ ଥର ଏଫଡି ଦରରେ ବୃଦ୍ଧି କରିଛି। ଏହି ସମୟରେ କିଛି ଖାସ୍ ଅବଧିର ଜମା ଉପରେ ୦.୯ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଛି।

ବ୍ୟାଙ୍କ ଦ୍ବାରା ଦିଆଯାଇଥିବା ସୂଚନା ଅନୂଯାୟୀ, ଏହି ବୃଦ୍ଧି ପରେ ଏଣିକି ୨୧୧ ଦିନରୁ ଅଧିକ କିନ୍ତୁ ଏକ ବର୍ଷରୁ କମ୍ ଅବଧି ପାଇଁ ୨ କୋଟିରୁ କମ୍ ଜମା ଉପରେ ସୁଧ ୫.୫୦ ପ୍ରତିଶତ  ମିଳିବ। ସାତରୁ ୪୫ ଦିନ ଅବଧି ପାଇଁ ଜମା ଉପରେ ସୁଧ ତିନି ପ୍ରତିଶତ ରହିଛି। ୪୬ ଦିନରୁ ୧୭୯ ଦିନର ଅବଧି ପାଇଁ ନେଉଥିବା ଏଫଡି ଉପରେ ସୁଧ ୪.୫ ପ୍ରତିଶତ । ୧୮୦ ଦିନରୁ ୨୧୦ ଦିନର ଅବଧି ପାଇଁ ଏଫଡି ୫.୨୫ ପ୍ରତିଶତ କରାଯାଇଛି। ସେହିଭଳି ୫ ବର୍ଷରୁ ନେଇ ୧୦ ବର୍ଷ ଅବଧି ଥିବା ଏଫଡି ଉପରେ ୫.୮୫ ପ୍ରତିଶତରୁ ବଢ଼ି ୬.୧ ପ୍ରତିଶତ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.