HDFC ବ୍ୟାଙ୍କରେ ୯.୯୯ ପ୍ରତିଶତ ଅଂଶଧନ କିଣିବ SBIର ଏହି କମ୍ପାନି, ମିଳିଲା RBIର ମଞ୍ଜୁରୀ
17/05/2023 at 10:21 PM

ନୂଆଦିଲ୍ଲୀ, ୧୭/୦୫: HDFC ବ୍ୟାଙ୍କରେ ୯.୯୯ ପ୍ରତିଶତ ଅଂଶଧନ କିଣିବ SBI ଫଣ୍ଡସ ମ୍ୟାନେଜମେଣ୍ଟ (SBIFML)। ପ୍ରାଇଭେଟ ଘରୋଇ ବ୍ୟାଙ୍କ୍ HDFCରେ ଛଅ ମାସ ମଧ୍ୟରେ ୯.୯୯% ଅଂଶଧନ କିଣିବାକୁ ଅନୁମତି ଦେଇଛି ଆରବିଆଇ। ସୂଚନାଥାଉ SBIFML ଏକ ଜଏଣ୍ଟ ଭେଞ୍ଚର ଅଟେ। ଏଥିରେ ଭାରତର ସବୁଠୁ ବଡ଼ ବ୍ୟାଙ୍କ୍ ଏସବିଆଇ ଏବଂ ଫ୍ରାନ୍ସର AMUNDIର ସମାନ ଭାଗିଦାରୀ ରହିଛି।
SBIFMLକୁ କିଛି ସର୍ତ୍ତ ସହ ଅନୁମତି ଦିଆଯାଇଛି। ରିଜର୍ଭ ବ୍ୟାଙ୍କ୍ SBIFMLକୁ ଛଅ ମାସ ମଧ୍ୟରେ କିମ୍ବା ୧୫ ନଭେମ୍ବର ୨୦୨୩ ସୁଦ୍ଧା HDFC ବ୍ୟାଙ୍କରେ ଏହି ଅଂଶଧନ କିଣିବ। ଏହା ସହ SBIFMLକୁ ଏହା ସୁନିଶ୍ଚିତ କରିବାକୁ ହେବ ଯେପରି HDFC ବ୍ୟାଙ୍କରେ ତାହାର ସମୁଦାୟ ଅଂଶ କେବେବି ବ୍ୟାଙ୍କର ଭୋଟିଂ ଅଧିକାରର ୧୦ ପ୍ରତିଶତରୁ ଅଧିକ ନହେବ।
ଏସବିଆଇର SBIFMLରେ ୬୩% ଅଂଶଧନ ରହିଛି। ସେହିଭଳି AMUNDI ଆସେଟ ମ୍ୟାନେଜମେଣ୍ଟର ଭାରତୀୟ ସହାୟକ କମ୍ପାନି ମାଧ୍ୟମରେ ୩୭% ଷ୍ଟେକ୍ ରହିଛି। ସୂଚନାଥାଉକି, HDFC ବ୍ୟାଙ୍କ ଏବଂ ହାଉସିଙ୍ଗ ଡେଭଲପମେଣ୍ଟ ଫାଇନାନ୍ସ କର୍ପୋରେସନ ଲିମିଟେଡର ବିଲୟ ହେଉଛି। ବିଲୟ ଜୁଲାଇ ସୁଦ୍ଧା ଶେଷ ହେବା ନେଇ ଆଶା କରାଯାଉଛି।