କମିଲା ସୁଧ ହାର : ଲକଡାଉନ ସମୟରେ ଋଣ ନେଲେ ଦେବାକୁ ପଡିବ ଏତିକି ସୁଧ, ବରିଷ୍ଠ ନାଗରିକଙ୍କ ପାଇଁ ନୂଆ ଯୋଜନା

Published By : Prameya-News7 Bureau | May 07, 2020 IST

ନୂଆଦିଲ୍ଲୀ ୦୭/୦୫ : ଦେଶର ସବୁଠାରୁ ବଡ ବ୍ୟାଙ୍କ ଏସବିଆଇ ଋଣର ସୁଧ ସୀମାକୁ ୦.୧୫ ପ୍ରତିଶତ କମ କରିଛି | ଫଳରେ ସୁଧ ୭.୪୦ ପ୍ରତିଶତରୁ ହ୍ରାସ ପାଇ ୭.୨୫ ପ୍ରତିଶତ ହୋଇଛି | ଏହି ନୂଆ ନିୟମ ମେ ୧୦ ତାରିଖରୁ ଲାଗୁ ହେବ | ବ୍ୟାଙ୍କ ଦ୍ୱାରା ଏହା ଏମସିଏଲଆରରେ ଲଗାତାର ଦ୍ୱାଦଶ ଥର ହ୍ରାସ କରାଯାଇଛି |

ଦେଶର ବରିଷ୍ଠ ନାଗରିକଙ୍କ ପାଇଁ ଏକ ବିଶେଷ ଜମା ଯୋଜନା ଆରମ୍ଭ କରିଛି ଏସବିଆଇ | ଏହି ଯୋଜନା ଅନୁଯାୟୀ ବରିଷ୍ଠ ନାଗରିକଙ୍କୁ ଅଧିକ ସୁଧ ମିଳିବ | ବରିଷ୍ଠ ନାଗରିକଙ୍କ ପାଇଁ ଆରମ୍ଭ କରିଥିବା ଏହି ନୂଆ ଯୋଜନା ହେଲା ଏସବିଆଇ ୱି କେୟାର ଡିପୋଜିଟ (SBI Wecare Deposit) | ଏହି ନୂଆ ଯୋଜନା ଅନୁଯାୟୀ ବରିଷ୍ଠ ନାଗରିକଙ୍କୁ ୫ ବର୍ଷ କିମ୍ବା ତା'ଠାରୁ ଅଧିକ ଅବଧି ଜମା ପାଇଁ ୦.୩୦ ପ୍ରତିଶତ ଅତିରିକ୍ତ ପ୍ରିମିୟମ ଦିଆଯିବ | ଏହି ଯୋଜନା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ | ୩ ବର୍ଷ ପର୍ଯ୍ୟନ୍ତର ସ୍ୱଳ୍ପ ମିଆଦୀ ସୁଧ ହାରରେ ୦.୨୦ ପ୍ରତିଶତ ହ୍ରାସ କରିଛି ଏସବିଆଇ | ଏହା ମେ ୧୨ ତାରିଖରୁ ଲାଗୁ ହେବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.