ଯଦି SBI ଗ୍ରାହକ, ଖବର ଆପଣଙ୍କ ଲାଗି ଜରୁରି, କରୋନା ଯୋଗୁ ବଦଳିଲା ବ୍ୟାଙ୍କିଙ୍ଗ ସମୟ

Published By : Prameya-News7 Bureau | March 26, 2020 IST

ମୁମ୍ବାଇ : ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) କରୋନା ସଂକ୍ରମଣ ଯୋଗୁ ଦେଶରେ ଜାରି ଲକ୍ ଡାଉନକୁ  ଧ୍ୟାନରେ ରଖି ବଡ ନିଷ୍ପତ୍ତି ନେଇଛନ୍ତି। ସେହି ଅନୁସାରେ ଦେଶରେ ଏସବିଆଇଙ୍କ ବ୍ୟାଙ୍କିଙ୍ଗର ସମୟ ବଦଳିଯାଇଛି। ସାମାଜିକ ଦୂରତାକୁ ଧ୍ୟାନରେ ରଖି ବ୍ୟାଙ୍କ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି। ବିଭିନ୍ନ ରାଜ୍ୟରେ ସରକାରଙ୍କ ସହ ପରାମର୍ଶ କରି ବ୍ୟାଙ୍କିଙ୍ଗ ସମୟରେ ପରିବର୍ତ୍ତନ କରାଯାଇଥିବା କହିଛନ୍ତି ପରିଚାଳନା ନିର୍ଦ୍ଦେଶକ ପି.କେ.ଗୁପ୍ତା।

{"id":244539,"width":578,"height":443,"sizeSlug":"large"}

ଏଥିରେ ବ୍ୟାଙ୍କ ଶାଖା ଖୋଲିବାର ସମୟକୁ ସୀମିତ କରିଦିଆଯାଇଛି। କେତେକ ରାଜ୍ୟରେ ଏହି ସମୟ ସକାଳ ୭ଟାରୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ କରାଯାଇଥିବା ବେଳେ ଆଉ କେତେକ ରାଜ୍ୟରେ ୮ଟାରୁ ୧୧ଟା ଧାର୍ଯ୍ୟ କରାଯାଇଛି। ତେବେ କେତେକ ସ୍ଥଳରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବ୍ୟାଙ୍କ ଚାଲୁଥିବାଗୁପ୍ତା କହିଛନ୍ତି। ଏଥିରେ ଓଡିଶାରେ ଏବିଆଇଙ୍କ ବ୍ୟାଙ୍କିଙ୍ଗ ସମୟ ପୂର୍ବାହ୍ନ ୧୦ଟାରୁ ୨ଟା କରାଯାଇଥିବା ଜଣାପଡିଛି।ବ୍ୟାଙ୍କରେ କର୍ମଚାରୀଙ୍କୁ ମାସ୍କ ଓ ସାନିଟାଇଜର ଉପଲବ୍ଧ ମଧ୍ୟ କରାଯାଉଛି। 

{"id":244540,"width":580,"height":325,"sizeSlug":"large"}

ବ୍ୟାଙ୍କରେ ଗ୍ରାହକଙ୍କ ଭିଡକୁ ଦୃଷ୍ଟିରେ ରଖି ଧାଡିର ବ୍ୟବସ୍ଥା ବି କରାଯାଇଥିବା ଗୁପ୍ତା କହିଛନ୍ତି। ଏଥିରେ ପ୍ରତି ଗ୍ରାହକ ଦୂରତା ୧ ମିଟର ରଖାଯାଇଛି। ସେହିପରି ବ୍ୟାଙ୍କ ପ୍ରଶାସନ ସହ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀ ଏବେ ପ୍ରତି ବିକଳ୍ପ ଦିନ କାର୍ଯ୍ୟକ୍ଷେତ୍ରକୁ ଆସୁଥିବା କହିଛନ୍ତି ଗୁପ୍ତା। ସେହିପରି ଶାଖାରେ ଗ୍ରାହକଙ୍କ ଭିଡ ହ୍ରାସ ଲାଗି ମୋବାଇଲ ଏଟିଏମ ସେବା ମଧ୍ୟ ଚାଲୁ କରିଛନ୍ତି। ଫଳରେ ଗ୍ରାହକ ବ୍ୟାଙ୍କ ଅଥବା ଏଟିଏମକୁ ନ ଯାଇ ମଧ୍ୟ ଟଙ୍କା ଉଠାଣ କରିପାରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.