ଦୌଡୁଛି ସରକାରୀ କମ୍ପାନି ଶେୟାର, ଇନଫୋସିସକୁ ଟପି ପଞ୍ଚମ ବୃହତ ମୂଲ୍ୟବାନ କମ୍ପାନି ହେଲା SBI

Published By : Prameya-News7 Bureau | February 22, 2024 IST

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ୍ ଷ୍ଟେଟ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ବର୍ତ୍ତମାନ ପଞ୍ଚମ ସବୁଠୁ ମୂଲ୍ୟବାନ ହୋଇଛି। ଆଇଟି କମ୍ପାନି ଇନଫୋସିସ୍‌କୁ ପଛରେ ପକାଇ ଏସବିଆଇ ଏହି ସ୍ଥାନରେ ପହଞ୍ଚିଛି । ବୁଧବାର କମ୍ପାନିର ଷ୍ଟକ୍‌ ମୂଲ୍ୟ ଗତ ୫୨ ସପ୍ତାହର ସର୍ବାଧିକ ୭୭୭.୫୦ ଟଙ୍କା ପ୍ରତି ଶେୟାର ପହଞ୍ଚିଥିଲା। ଏହି କାରଣରୁ ବ୍ୟାଙ୍କ୍‌ର ମାର୍କେଟ କ୍ୟାପ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି। ଅବଶ୍ୟ ଗୁରୁବାର ଶେୟାର ମୂଲ୍ୟ ୭୬୧.୩୦ ଟଙ୍କାକୁ ଖସିଆସିଛି।

ସୂଚନା ଅନୁଯାୟୀ, ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆର ମାର୍କେଟ କ୍ୟାପ୍‌ ବୁଧବାର ବୃଦ୍ଧି ପରେ ୬,୮୮,୫୭୮.୪୩ କୋଟି ପହଞ୍ଚିଥିଲା। ଯେତେବେଳେକି ଇନଫୋନସିସର ମାର୍କେଟ କ୍ୟାପ୍‌ ୬,୮୭,୩୪୯.୯୫ କୋଟି ଟଙ୍କା ଥିଲା। ବର୍ତ୍ତମାନ ଦୁଇ କମ୍ପାନିଙ୍କ ମଧ୍ୟରେ ୧୨୨୮.୪୮ କୋଟି ଟଙ୍କାରୁ ଅଧିକ ବ୍ୟବଧାନ ରହିଛି। ବଡ଼ କଥା ହେଉଛି ବିଏସଇର ଟପ୍‌ ପାଞ୍ଚ କମ୍ପାନିଙ୍କ ମଧ୍ୟରେ ଏସବିଆଇ ଏକମାତ୍ର ସରକାରୀ ବ୍ୟାଙ୍କ୍। ଅବଶ୍ୟ ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ଦୁଇ ଘରୋଇ ବ୍ୟାଙ୍କ୍ ରହିଛନ୍ତି।

ଆହୁରି ପଢ଼ନ୍ତୁ: ଆଣ୍ଡ୍ରଏଡ୍ ଉପଭୋକ୍ତାଙ୍କ ପାଇଁ PhonePeର ନୂଆ ସୁବିଧା, ଗୁଗଲ ପ୍ଲେଷ୍ଟୋରକୁ ଦେବ ଟକ୍କର

ମାର୍କେଟ କ୍ୟାପ୍‌ ହିସାବରେ ଟପ୍‌ ୧୦ କମ୍ପାନିଙ୍କ ତାଲିକାରେ ଯଥାକ୍ରମେ ପ୍ରଥମ ସ୍ଥାନରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌, ଟାଟା କନସଲଟେନ୍ସୀ, HDFC ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ୍‌, ଏସବିଆଇ, ଇନଫୋସିସ, ଏଲଆଇସି, ଭାରତୀ ଏୟାରଟେଲ, ହିନ୍ଦୁସ୍ତାନ ୟୁନିଲିଭର ଏବଂ ଆଇଟିସି ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.