ଏସବିଆଇ ଗ୍ରାହକ ହୋଇଯାଆନ୍ତୁ ସାବଧାନ : ହ୍ୱାଟ୍ସ ଆପରେ ଆସୁଥିବା ମେସେଜରେ ଭୁଲରେ ମଧ୍ୟ କ୍ଲିକ କରନ୍ତୁ ନାହିଁ

Published By : Prameya-News7 Bureau | March 13, 2019 IST

ଦିଲ୍ଲୀ ୧୩/୩ : ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ନିଜ ଗ୍ରାହକଙ୍କ ପାଇଁ ଏକ ଚେତାବନୀ ଜାରି କରିଛି | ହ୍ୱାଟ୍ସ ଆପରେ ଆସୁଥିବା ଏସବିଆଇର ମେସେଜକୁ ନେଇ ଗ୍ରାହକଙ୍କୁ ଆଲର୍ଟ ରହିବ ପାଇଁ ନିର୍ଦେଶ ଦେଇଛି ଏସବିଆଇ |
ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେଲା, ହ୍ୱାଟ୍ସ ଆପରେ ଏସବିଆଇ ଗ୍ରାହକମାନଙ୍କ ପାଖକୁ ଓଟିପି ପାଇଁ ମେସେଜ ଆସୁଛି | ଅନଲାଇନ ଠକେଇ କରୁଥିବା କିଛି ହେକର ଏସବିଆଇ ନାଁରେ ବାରମ୍ବାର ବାରମ୍ବାର ହ୍ୱାଟ୍ସ ଆପରେ ମେସେଜ କରି ଲୋକଙ୍କ ବିଶ୍ୱାସ ଜିତୁଛନ୍ତି | ଏହାପରେ ଲୋକଙ୍କୁ ଓଟିପି ମାଗୁଛନ୍ତି | ବେଳେବେଳେ ହ୍ୱାଟ୍ସ ଆପ ମେସେଜରେ ଏକ ୱେବ ଲିଙ୍କ ମଧ୍ୟ ଆସୁଛି |

{"id":93209}

ଏହି ଲିଙ୍କରେ କ୍ଲିକ କରିବା ମାତ୍ରେ ଫୋନ ଭାଇରସ ହେଇଯାଉଛି ଏବଂ ଏକ ଆପ ଡାଉନଲୋଡ଼ ହେଇଯାଉଛି | ଏହି ଆପ ସବୁବେଳେ ବ୍ୟାକଗ୍ରାଉଣ୍ଡରେ ଚାଲୁଛି | ଯାହାଫଳରେ ଅନଲାଇନ ହିଁ କ୍ରେଡିଟ କିମ୍ବା ଡେବିଟ କାର୍ଡ ସମ୍ବନ୍ଧୀୟ ସୂଚନା ମିଳିପାରିବ | ଲୋକଙ୍କୁ ଚୁନ ଲଗାଇବାର ଏହା ଏକ ନୂଆ ତରିକା | ପ୍ରଥମେ ହେକର ଲୋକଙ୍କୁ ହ୍ୱାଟ୍ସ ଆପରେ ୱେବ ଲିଙ୍କ ସହ ମେସେଜ ପଠାଉଛନ୍ତି | ଆପ ଡାଉନଲୋଡ଼ କରିବା ପରେ ଲୋକଙ୍କୁ ଫୋନ କରି ନିଜକୁ ବ୍ୟାଙ୍କ କର୍ମଚାରୀ ବୋଲି କହି କ୍ରେଡିଟ ଏବଂ ଡେବିଟ କାର୍ଡ ଅପଡେଟ କରିବା ପାଇଁ କହୁଛନ୍ତି | ଏଥିପାଇଁ ସେମାନେ ଗ୍ରାହକଙ୍କୁ କାର୍ଡ ନମ୍ବର, ସିଭିଭି ନମ୍ବର, ତାରିଖ ଏବଂ ଏକ୍ସପାଇରୀ ନମ୍ବର ସହ ପିନ ପଚାରିଥାନ୍ତି |

{"id":93207}


ଏହାପରେ ଗ୍ରାହକଙ୍କ ଫୋନକୁ ଏକ ମେସେଜ ଯାଇଥାଏ | ତେବେ ଯେହେତୁ ଗ୍ରାହକଙ୍କ ପାଖକୁ ଲଗାତାର ବ୍ୟାଙ୍କ ସମ୍ବନ୍ଧୀୟ ମେସେଜ ଆସୁଥାଏ ଲୋକେ ଭାବୁଛନ୍ତି ଯେ, ଏହି ମେସେଜ ମଧ୍ୟ ବ୍ୟାଙ୍କରୁ ଆସିଥିବ | ସେଥିପାଇଁ ଲୋକେ ବିଶ୍ୱାସ କରି ଓଟିପି ଦେଇଦେଇଥାନ୍ତି | ଓଟିପି ଦେବା ମାତ୍ରେ ବ୍ୟାଙ୍କ ଖାତାରୁ ଟଙ୍କା ଗାୟବ ହେବା ଆରମ୍ଭ ହେଇଯାଇଥାଏ | ଓଟିପି ନକହିଲେ ସୁଦ୍ଧା ଗ୍ରାହକଙ୍କ ଫୋନରେ ଥିବା ହେକରର ଆପ ଗ୍ରାହକଙ୍କ ଫୋନରୁ ଓଟିପି ଚୋରି କରିଥାଏ | ଆପ ସେହିଭଳି ତିଆରି କରାଯାଇଛି |

{"id":93211}


ସେଥିପାଇଁ ସମସ୍ତ ଏସବିଆଇ ଗ୍ରାହକଙ୍କ ପାଇଁ ବ୍ୟାଙ୍କ ଏକ ଚେତାବନୀ ଜାରି କରିଛି | ଯଦି ଆପଣଙ୍କ ସହିତ ଏମିତି କିଛି ହୋଇଥାଏ ତେବେ ୩ ଦିନ ମଧ୍ୟରେ ବ୍ୟାଙ୍କକୁ ସୂଚନା ଦେବେ | ଅଥବା ଷ୍ଟେଟ ବ୍ୟାଙ୍କକୁ ୯୨୨୨୫୦୦୮୮୮ ନମ୍ବରରେ Problem ଲେଖି ମେସେଜ କରିବେ | ଏହାସହ ଆପଣ ଟ୍ୱିଟରରେ ମଧ୍ୟ ବ୍ୟାଙ୍କ ସହ ଯୋଗାଯୋଗ କରିପାରିବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.