ଏହି ସୁନ୍ଦରୀ ଅଭିନେତ୍ରୀ ବିବାହ କରୁଛନ୍ତି ନିଜଠୁ ୧୭ ବର୍ଷ ବଡ ଅଭିନେତାଙ୍କୁ

Published By : Prameya-News7 Bureau | February 20, 2019 IST

ମୁମ୍ୱାଇ୨୦|୨: ସାଉଥ ସିନେମା ଜଗତରେ ଅଭିନୟ କରୁଥିବା ସାୟଶା ସହଗଲ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି। ତେଲୁଗୁ, ତାମିଲ ଫିଲ୍ମରେ ଅଧିକ ଦେଖିବାକୁ ମିଳନ୍ତି ଏହି ଅଭିନେତ୍ରୀ। ଖୁବ୍‌ କମ ବୟସରେ ଟିଭି ଇଣ୍ଡଷ୍ଟ୍ରରେ ପାଦ ଦେଇଥିଲେ ଏହି ଅଭିନେତ୍ରୀ। ୨୦୧୫ ମସିହାରେ “ଅଖିଲ” ଚଳଚ୍ଚିତ୍ରରେ ସେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରୁ ସେ ତେଲୁଗୁ ସିନେମା ଜଗତରେ ପାଦ ଦେଇଥିଲେ। ୨୦୧୬ ମସିହାରେ “ଶିଭାୟ” ଫିଲ୍ମରେ ଅଭିନୟ କରି ବଲିଉଡରେ ଡେବ୍ୟୁ କରିଥିଲେ। ବଲିଉଡ ଚଳଚ୍ଚିତ୍ର ଶିଭାୟରେ ଅଜୟ ଦେବଗନ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ୨୦୧୭ ମସିହାରେ ଭନମଗାନ ଫିଲ୍ମରୁ ତାମିଲ ଜଗତରେ ପାଦ ଦେଇଥଲେ ସାୟଶା ।

{"id":86992,"width":594,"height":334}

୧୯୯୭ ମସିହା ଅଗଷ୍ଟ ମାସ ୧୨ ତାରିଖ ମହାରାଷ୍ଟ୍ରରେ ସାୟଶାଙ୍କ ଜନ୍ମ ହୋଇଥିଲା। ୯୦ ଦଶକର ଅଭିନେତା ଓ ପ୍ରଯୋଜକ ସୁମିତ ସହଗଲ ଓ ଅଭିନେତ୍ରୀ ସାହିନ ବନୁଙ୍କ ଝିଅ ସାୟଶାଙ୍କ ବିବାହ ହେବାକୁ ଯାଉଛି। ସୂଚନାଯୋଗ୍ୟ ଯେ ଆସନ୍ତା ମାର୍ଚ୍ଚ ମାସରେ ସେ ସାଉଥ ଅଭିନେତାଙ୍କୁ ବିବାହ କରିବେ। ସାୟଶାଙ୍କ ଭାବି ସ୍ୱାମୀ ଆଉ କେହି ନୁହଁ ସେ ହେଉଛନ୍ତି ବେଶ ପ୍ରତିଷ୍ଠିତ ଅଭିନେତା ଆର୍ୟା। ଅଭିନେତା ଆର୍ୟା ତାମିଲ ଫିଲ୍ମରେ ଅଧିକ ଅଭିନୟ କରିଛନ୍ତି। ଏହା ସହ ଅନେକ ମଲାୟଲମ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି। ସାଉଥ ସିନେମା ଜଗତରେ ଫିଲ୍ମ ଫେଆର ଆୱାର୍ଡ ଫର ବେଷ୍ଟ ମେଲ ଡେବ୍ୟୁ ମଧ୍ୟ ହାସଲ କରିଥିଲେ ଆର୍ୟା।

{"id":86993,"width":593,"height":333}

ଆର୍ୟାଙ୍କୁ ଏବେ ୩୮ ବର୍ଷ ଓ ସାୟଶାଙ୍କୁ ମାତ୍ର ୨୧ ବର୍ଷ। ତେବେ ଉଭୟଙ୍କ ବୟସେର ୧୭ ବର୍ଷର ଅନ୍ତର ଥାଇ ମଧ୍ୟ ଦୁହେଁ ବିବାହ କରିବାକୁ ଯାଉଛନ୍ତି। ଗତ ବର୍ଷ ରିଲିଜ ହୋଇଥିବା ଫିଲ୍ମ ଗଜନିକାନ୍ତରେ ଉଭୟଙ୍କୁ ଏକା ସହ ପରଦାରେ ଦେଖାଯାଇଥିଲା। ତେବେ ଚଳଚ୍ଚିତ୍ରଠୁ ଦୁହେିଁଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା। ଏବେ ବିବାହ ବନ୍ଧନରେ ଆବଧ ହେବାକୁ ଯାଉଛନ୍ତି ଆର୍ୟା ଓ ସାୟଶା। ଦୁହିଁଙ୍କ ପରିବାର ମଧ୍ୟ ଏହି ବିବାହ ପାଇଁ ବହୁତ ଖୁସି ଅଛନ୍ତି। ମ୍ୟାରେଜ ସେରିମନି ହାଇଦ୍ରାବାଦରେ ଓ ରିସେପସନ ପାର୍ଟି ଚେନ୍ନାଇରେ ହେବ।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.