ଚୋରା କରତକଳରେ ଚଢ଼ଉ: ବିପୁଳ ପରିମାଣରେ ଯନ୍ତ୍ରାଂଶ ଓ କାଠ ଜବତ
18/02/2023 at 9:03 PM

ନୀଳଗିରି ୧୮/୦୨: ନୀଳଗିରି ବନବିଭାଗ ଚୋରା କରତକଳ ଉପରେ ଚଢ଼ଉ କରି ବିପୁଳ ପରିମାଣରେ ଯନ୍ତ୍ରାଂଶ ଓ କାଠ ଜବତ କରିଛି। ସୂଚନଯୋଗ୍ୟ ନୀଳଗିରି ବନବିଭାଗ ଅଧୀନ ରେମୁଣା ବ୍ଲକ ମୁଖୁରା ଗାଁରେ ବହୁତ ଦିନ ଧରି ଏକ ଚୋରା କରତକଳ ଚାଲୁଥିବା ରେଞ୍ଜର ଆଇସା ଏ ନିଶା ଖବର ପାଇଥିଲେ। ନୀଳଗିରି ପୋଲିସଙ୍କ ସହିତ ବନ କର୍ମଚାରୀଙ୍କୁ ନେଇ ଏକ ସ୍କ୍ୱାର୍ଡ ଗଠନ କରି ଆତର୍କିତ ଚଢ଼ାଉ କରିଥିଲେ।
କରତକଳକୁ ଗ୍ୟାସ କଟର ମେସିନରେ କାଟି ଜବତ କରିବା ସହ ୨୯ଟି ମୁଲ୍ୟବାନ ଶାଳ ଗଣ୍ଡି ମଧ୍ୟ ଜବତ କରାଯାଇଛି। ଘଟଣା ସ୍ଥଳରୁ ଅଭିଯୁକ୍ତ ଖସିଯିବାରେ ସଫଳ ହୋଇଥିବା ଜଣାପଡିଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ହେଉଥିବା ଜଣାପଡିଛି। ଏ ଚଢ଼ାଉରେ ରେଞ୍ଜରଙ୍କ ସହିତ ମିତ୍ରପୁର ଫରେଷ୍ଟର ସରୋଜ ପ୍ରଧାନ,ନୀଳଗିରି ଫରେଷ୍ଟର ରାମଚନ୍ଦ୍ର ଲେଙ୍କା, ଫରେଷ୍ଟଗାର୍ଡ ମନୋରଞ୍ଜନ ସିଂ, କବିତା ମହାକୁଡ, ସବୁଜବାହିନୀ ଏବଂ ନୀଳଗିରି ପୋଲିସ ସାମିଲ ଥିବା ଜଣାପଡିଛି।