ସୌରୀନଙ୍କ ଆଗୁଆ ଜାମିନ ଆଵେଦନ ଖାରଜ, ଅନ୍ତରୀଣ ସୁରକ୍ଷା ହଟାଇଦେଲେ ହାଇକୋର୍ଟ

Published By : Prameya-News7 Bureau | August 30, 2023 IST

କଟକ ୩୦/୦୮: କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ବିରୋଧରେ ଅସଦାଚରଣ ମାମଲା । ସୌରୀନଙ୍କ ଆଗୁଆ ଜାମିନ ଆଵେଦନ ଖାରଜ କଲେ ହାଇକୋର୍ଟ । ସୌରୀନଙ୍କ ଅନ୍ତରୀଣ ସୁରକ୍ଷା ମଧ୍ୟ ହଟାଇଦେଲେ ହାଇକୋର୍ଟ । ମାମଲାର ତଦନ୍ତରେ ସୌରୀନଙ୍କ ସକ୍ରିୟ ଉପସ୍ଥିତି ପାଇଁ କହିଲେ ହାଇକୋର୍ଟ । କେସ୍ ଡାଏରୀରେ ଘଟଣାରେ ସୌରୀନଙ୍କ ସମ୍ପୃକ୍ତିର ସୂଚନା ମିଳିଛି ।

ପ୍ରାଥମିକ ତଦନ୍ତରୁ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କର ପ୍ରମାଣ ମିଳିିଛି । ମାମଲାରେ ଗିରଫ ହୋଇପାରନ୍ତି ସୌରୀନ ଭଟ୍ଟ । ସୂଚନା ଥାଉକି, ପୂର୍ବରୁ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ କଣ୍ଠଶିଳ୍ପୀ ସୌରୀନ ଭଟ୍ଟ କଟକ ମହିଳା ଥାନାରେ ହାଜର ହୋଇଥିଲେ କଣ୍ଠଶିଳୀ ସୌରୀନ ଭଟ୍ଟ । ଥାନାରେ ହାଜର ହେଵା ବେଳେ ସୌରୀନ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ସମ୍ପୃକ୍ତ ଅଭିଯୋଗକାରିଣୀଙ୍କୁ ଚିହ୍ନି ନଥିବା କହିଥିଲେ ।

ଥାନାରେ ଜୋନ ୨ଏସିପି ଓ ମହିଳା ଥାନା ଅଧିକାରୀ ପ୍ରାୟ ଦୁଇ ଘଣ୍ଟା ଧରି ସୌରୀନଙ୍କୁ ଜେରା କରିଥିଲେ। ଥାନାରେ ହାଜର ହେଵା ପୂର୍ବରୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୌରୀନ ପୁରା ଅଭିଯୋଗକୁ ଖଣ୍ଡନ କରିଵା ସହ ଅଭିଯୋଗକାରିଣୀଙ୍କୁ ଚିହ୍ନି ନଥିବା କହିଥିଲେ । ସେପଟେ ମହିଳା ଥାନାରେ ଜେରା ପରେ କିନ୍ତୁ ସୌରୀନଙ୍କ ଓକିଲ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କିଛି ଭିନ୍ନ ତଥ୍ୟ ରଖିଥିଲେ।

ସୌରୀନଙ୍କ ଓକିଲ ପ୍ରଦୀପ ପଟ୍ଟନାୟକ ସ୍ପଷ୍ଟ କରିଥିଲେ ଯେ, ଜେରା ବେଳେ ସୌରୀନ ସମ୍ପୃକ୍ତ ଅଭିଯୋଗକାରିଣୀଙ୍କୁ ଜାଣିଥିବା ଓ ସେମାନଙ୍କ ମଧ୍ୟରେ ବନ୍ଧୁତା କଥାକୁ ସ୍ବୀକାର କରିଛନ୍ତି। ପୋଲିସ ମଧ୍ୟ ଉଭୟଙ୍କ ଭିତରେ ବନ୍ଧୁତା ଥିବା କଥା ସ୍ପଷ୍ଟ କରିବା ସହ ଉଭୟଙ୍କ ଭିତରେ ଟଙ୍କା ଦିଆ ନିଆ ହେଉଥିଲା ବୋଲି କହିଛି । ଏ ସମ୍ପର୍କରେ ପୋଲିସ ସୌରୀନଙ୍କ ୧୬୧ଧାରାରେ ବୟାନ ରେକର୍ଡ କରିଛି । ଅଭିଯୋଗକାରିଣୀଙ୍କର ପୂର୍ବରୁ ୧୬୧ଓ ୧୬୪ଧାରାରେ ଵୟାନ ରେକର୍ଡ କରାଯାଇଛି ।

wp:embed {"url":"https://www.prameyanews7.com/sourin-bhatt-produced-in-mahila-thana/","type":"wp-embed","providerNameSlug":"prameya-news-7"}
https://www.prameyanews7.com/sourin-bhatt-produced-in-mahila-thana/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.