Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସାଉଦି ଆରବର ୧୮ବର୍ଷ ବୟସ୍କ ମୂର୍ତ୍ତଜା କୁରୈଶୀଙ୍କୁ ଏବେ ଫାଶୀ ଦଣ୍ଡ ଦିଆଯିବ ନାହିଁ , ୨୦୨୨ରେ ପାଇବେ ମୁକ୍ତି

18/06/2019 at 12:40 PM

ଦୁବାଇ ୧୮/୬: ସାଉଦି ଆରବର ମୂର୍ତ୍ତଜା କୁରୈଶୀଙ୍କୁ ଏବେ ଫାଶୀ ଦଣ୍ଡ ଦିଆଯିବ ନାହିଁ। ୧୮ବର୍ଷ ବୟସ୍କ ମୂର୍ତ୍ତଜାଙ୍କ ସପକ୍ଷରେ ମାଆମାନେ ସବୁ ବାଧା ଭାଙ୍ଗି ରାଜରାସ୍ତାକୁ ଓହ୍ଲାଇଥିଲେ। ସିହା ସମ୍ପ୍ରଦାୟ ମହିଳାଙ୍କ ବିରୋଧର ସ୍ବରକୁ ସରକାରଙ୍କ ନିକଟରେ ପହଞ୍ଚାଇଥିଲେ । ଯାହା ଫଳରେ ମୂର୍ତ୍ତଜା କୁରୈଶୀଙ୍କୁ ୨୦୨୨ମସିହାରେ ଜେଲରୁ ଛାଡ଼ି ଦିଆଯିବ।

ମୂର୍ତ୍ତଜା କୁରୈଶୀଙ୍କୁ ମୃତ୍ୟୁ ଦଣ୍ଡ ଆଦେଶକୁ କେବଳ ସାଉଦି ଆରବ ନୁହେଁ ବରଂ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ବିରୋଧ ହୋଇଥିଲା। ବିଶ୍ବର ସମସ୍ତ ବୁଦ୍ଧିଜୀବୀ ସାଉଦି ଆଇନକୁ ନିନ୍ଦା କରିଥିଲେ। ଚାରିଆଡ଼ୁ ଚାପ ଫଳରେ ଶେଷରେ ସରକାର ତାଙ୍କ ନିଷ୍ପତ୍ତି ବଦଳାଇବାକୁ ପଡ଼ିଥିଲା।

୨୦୧୧ମସିହାରେ ଯେତେବେଳେ ବିଶ୍ବର ଅନେକ ଦେଶରେ ରାଜତନ୍ତ୍ର, ଏକଛତ୍ରବାଦ ଏବଂ ଶୋଷଣ ବିରୋଧରେ ଆନ୍ଦୋଳନ କରି ଶାସକଙ୍କୁ କ୍ଷମତାଚ୍ୟୁତ କରାଯାଉଥିଲା ସେତେବେଳେ ସାଉଦି ଆରବରେ ମଧ୍ୟ ଏକଛତ୍ରବାଦ ବିରୋଧରେ ଲୋକେ ରାଜରାସ୍ତାକୁ ଓହ୍ଲାଇ ଆସିଥିଲେ। ପୋଲିସ୍ ଏହି ଆନ୍ଦୋଳନରେ ୧୭ବର୍ଷ ବୟସ୍କ ଅଲି କ୍ୟୁରେଶୀ ନାମକ ଯୁବକଙ୍କୁ ଗୁଳି ମାରି ହତ୍ୟା କରିଥିଲା।

ଅଲି କ୍ୟୁରେଶୀଙ୍କ ୧୦ବର୍ଷ ବୟସ୍କ ଭାଇ ମୂର୍ତ୍ତଜା କୁରୈଶୀ ନିଜ ଭାଇଙ୍କୁ ହରାଇବା ପରେ ସରକାରଙ୍କ ବିରୋଧରେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଥିଲେ। ତେଣୁ ସେ ନିଜ ବନ୍ଧୁଙ୍କୁ ଏକାଠି କରିଥିଲେ। ସରକାରଙ୍କ ବିରୋଧରେ ଆନ୍ଦୋଳନ କରି ସେ ସ୍ଥାନେ ସ୍ଥାନେ ପୋଷ୍ଟର ଲଗାଉଥିଲେ। ମୂର୍ତ୍ତଜା କୁରୈଶୀ ଦେଶରେ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଦାବି କରୁଥିଲେ। ସେ ରାଜତନ୍ତ୍ରର ବିରୋଧୀ ଥିଲେ।

ମୂର୍ତ୍ତଜାଙ୍କୁ ୧୪ବର୍ଷ ହୋଇଥିବାବେଳେ ତାଙ୍କୁ ପୋଲିସ୍ ଗିରଫ କରିଥିଲେ ଏବଂ ୪ବର୍ଷ ଯାଏଁ ସଲିଟେରରୀ ସେଲରେ ରଖାଯାଇଥିଲା ଯେଉଁଠାରେ ତାଙ୍କୁ କାହାକୁ ଭେଟିବାକୁ ଅନୁମତି ନଥିଲା। ମୂର୍ତ୍ତଜାଙ୍କ ବିରୋଧରେ ସରକାର ବିରୋଧୀ ପ୍ରଦର୍ଶନ,ଆତଙ୍କବାଦୀ ସଙ୍ଗଠନ ସହ ସଂପୃକ୍ତି ଏବଂ ସୁରକ୍ଷା ବାହିନୀ ଉପରକୁ ଗୁଳିଚାଳନା ଅଭିଯୋଗ ଥିଲା। ଅପରାଧ ସ୍ବୀକାର କରାଇବା ପାଇଁ ମୂର୍ତ୍ତଜାଙ୍କୁ ଖୁବ୍ ମାଡ଼ ମରାଯାଇଥିଲା।

ସାଉଦି ଆରବର ଆଇନରେ ନାବାଳକଙ୍କୁ ଫାଶୀ ଦିଆଯିବ ନାହିଁ ସେଥିପାଇଁ ମୂର୍ତ୍ତଜା ସାବାଳକ ହେବା ଯାଏଁ ଅପେକ୍ଷା କରାଯାଇଥିଲା ଏବଂ ସେ ଚଳିତ ବର୍ଷ ୧୮ବର୍ଷର ହୋଇଥିବା ଯୋଗୁଁ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ସରକାରୀ ଓକିଲ ମୂର୍ତ୍ତଜାଙ୍କୁ ପାଇଁ ଫାଶୀ ଦଣ୍ଡ ଦାବି କରିଥିଲେ ଏବଂ ଏକଛତ୍ରବାଦ ସରକାର ମୃତ୍ୟୁ ଦଣ୍ଡ ଶୁଣାଇଥିଲେ।

ମୃତ୍ୟୁ ଦଣ୍ଡ ଖବର ଜଣା ପଡ଼ିବାରୁ ଦେଶରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ଲୋକେ ରାସ୍ତାକୁ ଓହ୍ଲାଇଥିଲେ। ଆମନେଷ୍ଟି ଇଣ୍ଟରନ୍ୟାସନାଲ ସହିତ ବିଭିନ୍ନ ଦେଶ ସାଉଦି ଆରବକୁ ମୃତ୍ୟୁ ଦଣ୍ଡ ରଦ୍ଦ କରିବାକୁ ଅପିଲ କରିଥିଲେ। ପ୍ରଥମେ ସରକାର ମନା କରିଦେଇଥିଲେ କିନ୍ତୁ ବିଶ୍ବବ୍ୟାପି ଚାପ ପଡ଼ିବାରୁ ସରକାରକୁ ମୁଣ୍ଡ ନୁଆଁଇବାକୁ ପଡ଼ିଥିଲା ଏବଂ ମୂର୍ତ୍ତଜାଙ୍କୁ ୨୦୨୨ଯାଏଁ ବନ୍ଦୀ ରଖିବା ପରେ ଛାଡ଼ିବାର ନିଷ୍ପତ୍ତି ଶୁଣାଇବାକୁ ପଡ଼ିଥିଲା।

   Related Posts