ବିଦେଶୀ ଶ୍ରମିକଙ୍କ ପାଇଁ ଭିସା ନିୟମ କଠୋର କଲା ସାଉଦୀ, ଭାରତ ଉପରେ ପଡ଼ିବ ପ୍ରଭାବ

Published By : Prameya-News7 Bureau | November 28, 2023 IST

ନୂଆଦିଲ୍ଲୀ: କାମ ତଥା ବ୍ୟବସାୟ ପାଇଁ ଭାରତରୁ ଅନେକ ଲୋକ ସାଉଦୀ ଆରବ ଯାଇଥାନ୍ତି । ହେଲେ ଏବେ ସାଉଦୀ ଆରବ ତରଫରୁ ବିଦେଶକୁ କାମ ପାଇଁ ଯାଉଥିବା ଲୋକଙ୍କ ପାଇଁ ଭିସା ନିୟମରେ ବଡ଼ ପରିବର୍ତ୍ତନ କରିଛି ସାଉଦୀ । ଏହା ସହ ନିୟମ କଠୋର ମଧ୍ୟ କରିଚି। ତେବେ ସାଉଦୀ ଆରବର ଏହି ପଦକ୍ଷେପ ଦ୍ବାରା ଭାରତୀୟଙ୍କ ଫୁରେ ଏହାର ପ୍ରଭାବ ପଡ଼ିପାରେ।

ସାଉଦୀ ଆରବ ମାନବ ସମ୍ବଳ ଏବଂ ସାମାଜିକ ବିକାଶ ମନ୍ତ୍ରାଳୟ ଅନୁଯାୟୀ, ନୂଆ ନିୟମ ଅନୁଯାୟୀ ଅବିବାହିତ ପୁରୁଷ କିମ୍ବା ମହିଳାଙ୍କ ପାଇଁ ସାଉଦୀ ଆରବରେ କାମ ପାଇଁ ବିଦେଶୀ ଶ୍ରମିକଙ୍କ ନିଯୁକ୍ତ କରିବା କଠୋର ହେବ। ନୂଆ ନିୟମ ଅନୁଯାୟୀ, ଏବେ କେହିବି ଅବିବାହିତ ସାଉଦୀ ନାଗରିକ ୨୪ ବର୍ଷ ପୂରଣ ହେବା ପରେ ହିଁ କେହି ବିଦେଶୀ ନାଗରିକଙ୍କୁ ଘରୋଇ କାମ ପାଇଁ ସେଠାରେ ଚାକିରିରେ ରଖିପାରିବ। ସାଉଦୀ ସରକାର ଏହି ସର୍ତ୍ତ ପୂରଣ ହେଲେ ହିଁ କେହି ବିଦେଶୀ କର୍ମଚାରୀଙ୍କୁ ଭିସା ଜାରି କରାଯିବ।

ଆହୁରି ପଢ଼ନ୍ତୁ: ହମାସ ସହ ଲଢେଇ ପାଇଁ ତେଲଆଭିଭ୍ ଉପରେ ବିରାଟ ଆର୍ଥିକ ବୋଝ: ଇସ୍ରାଏଲି ସେଣ୍ଟ୍ରାଲ ବ୍ୟାଙ୍କ ପାଣ୍ଠିରୁ ଗଣିବ ୫ ହଜାର କୋଟି ଡଲାର

ଭାରତୀୟ ବିଦେଶ ମନ୍ତ୍ରାଳୟ ଅନୁଯାୟୀ, ସାଉଦୀ ଆରବରେ ପ୍ରାୟ ୨୬ ଲକ୍ଷ ଭାରତୀୟ କାମ କରୁଛନ୍ତି। ଏବେ ସାଉଦୀ ଆରବରେ ୨୪ ବର୍ଷରୁ କମ୍ ବୟସ ଅବିବାହିତ ନାଗରିକଙ୍କ ଘରେ ଭାରତୀୟଙ୍କ ସମେତ ବିଦେଶୀ ଶ୍ରମିକଙ୍କ ଘରୋଇ ଚାକିରି ଭାବରେ କାମ କରିପାରିବେ ନାହିଁ। ସାଉଦୀ ଆରବର ଏହି ନିଷ୍ପତ୍ତି ଭାରତ ପାଇଁ ମଧ୍ୟ ଖୁବ୍ ଜରୁରୀ। କାରଣ, ପ୍ରତିବର୍ଷ ବଡ଼ ଆକାରରେ ଭାରତୀୟ ନାଗରିକ କାମ ପାଇଁ ସାଉଦୀ ଆରବ ଯାଇଥାନ୍ତି। ଏଥିରେ ଅନେକ ଶ୍ରମିକ ଏଭଳି ଅଛନ୍ତି ଯେଉଁମାନଙ୍କ ବୟସ ୨୪ ବର୍ଷରୁ କମ୍।

ରିପୋର୍ଟ ଅନୁଯାୟୀ, ସାଉଦୀ ଆରବ ଘରୋଇ ଶ୍ରମ ବଜାରକୁ ସୁବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତ୍ତି ନେଇଛି। ଏଥିପାଇଁ ଏକ ପ୍ଲାଟଫର୍ମ ମଧ୍ୟ ସ୍ଥାପିତ ହୋଇଛି। ଏଠାରେ ସେମାନଙ୍କ ଅଧିକାର, କର୍ତ୍ତବ୍ୟ ଏବଂ କାମ ବିଷୟରେ କୁହାଯିବ। ଏହି ପ୍ଲାଟଫର୍ମ ଦ୍ବାରା ହିଁ ଶ୍ରମିକଙ୍କୁ ଭିସା ଜାରି କରିବା ଏବଂ ଶ୍ରମିକଙ୍କ ମଧ୍ୟ କଥାବାର୍ତ୍ତା ବ୍ୟବସ୍ଥା କରାଯାଇଛି।

ଆହୁରି ପଢ଼ନ୍ତୁ: ଚୀନ୍‌ର ରହସ୍ୟମୟ ବେମାରୀକୁ ନେଇ WHOଙ୍କ ବଡ଼ ବୟାନ, କହିଲେ-କରୋନା ଭଳି ଘାତକ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.