କରୋନା ଭ୍ୟାକ୍‌ସିନ୍‌ ନେଲେ ସାଉଦି ପ୍ରିନ୍ସ , ପ୍ରଥମ ମୁସ୍‌ଲିମ ଦେଶ ଭାବେ ଆରମ୍ଭ ହେବ ଟୀକାକରଣ

Published By : Prameya-News7 Bureau | December 26, 2020 IST

ରିଆଦ ୨୬।୧୨: ସାରାବିଶ୍ୱରେ କରୋନା ଭାଇରସରେ ପ୍ରକୋପ ଜାରି ରହିଛି । ଏହାମଧ୍ୟରେ  ସାଉଦି ଆରବର କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ କରୋନା ଭାଇରସ ଭ୍ୟାକ୍‌ସିନ୍‌ର ପ୍ରଥମ ଡୋଜ ନେଇଛନ୍ତି । ସମାଚାର ଏଜେନ୍ସି ରୟଟର୍ସ ଜରିଆରେ ଖବର ଆସିଛି । କ୍ରାଉନ୍‌ ପ୍ରିନ୍ସ କରୋନା ଭ୍ୟାକସିନ୍‌ ପ୍ରଥମ ଡୋଜ ଏପରି ସମୟରେ ନେଇଛନ୍ତି , ଯେତେବେଳେ କି  ବିଶ୍ୱର ଅନେକ ମୁସଲିମ୍‌ ଦେଶ ଭ୍ୟାକ୍‌ସିନ୍‌ର ବ୍ୟବହାର ନେଇ ପ୍ରଶ୍ନ ଉଠାଉଛନ୍ତି । ଘୁଷୁରିର ଚର୍ବିକୁ ଭ୍ୟାକ୍‌ସିନ୍‌ରେ ବ୍ୟବହାର ନେଇ ଅନେକ ମୁସଲିମ ଦେଶ ପ୍ରଶ୍ନ ଉଠାଇଛନ୍ତି ।

wp:html /wp:html

କ୍ରାଉନ ପ୍ରିନ୍ସ ଟୀକା ନେବା ପରେ ଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀ  ତାଙ୍କୁ ପ୍ରଂଶସା କହିଛନ୍ତି । ସାଉଦି ପ୍ରିନ୍ସ ଟୀକା ନେବା ଦ୍ୱାରା ଦେଶବାସୀଙ୍କ ପାଇଁ ଏକ ପ୍ରେରଣଦାୟକ ଖବର । ଏହାଦ୍ୱାରା ନାଗରିକ ମାନେ ଟୀକା ନେବାକୁ ଆଗକୁ ଆସିବେ । ସେହିପରି ବ୍ରିଟେନ୍‌ର ମଧ୍ୟ ପ୍ରଶଂସା କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ । ସେ କହିଛନ୍ତି ଯେ, ବିଟ୍ରେନ୍‌ ବିଶ୍ୱର ସବୁଠାରୁ ଭଲ ଦେଶ ମଧ୍ୟରେ ଅନ୍ୟତମ । ତେବେ ଏକ ରିପୋର୍ଟ ଅନୁଯାୟୀ, ସାଉଦି ଆରବରେ ଏହି ମାସ ଆରମ୍ଭରେ Pzifer ଓ  BioNTech ପକ୍ଷରୁ ବିକଶିତ ହୋଇଥିବା କରୋନା ଭାକସିନ୍‌ର ପ୍ରଥମ ପର୍ଯ୍ୟାୟ ପହଞ୍ଚିଛି ।

ସୂଚନାଯୋଗ୍ୟ ଯେ, କରୋନା ଭାଇରସର ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲଢେଇ ଜାରି ରହିଛି । ଏପରିକି ବିଶ୍ୱର ଅନେକ ନେତା କରୋନା ଭ୍ୟାକସିନ୍‌ ନେଇସାରିଛନ୍ତି । ଗତ ସପ୍ତାହରେ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ନେତ୍‌ନ୍ୟାହୁ ଟୀକା ନେଇଥିଲେ । ଯାହାର ସିଧା ପ୍ରସାରଣ ଟିଭିରେ ହୋଇଥିଲେ । ସେହିପରି ଆମେରିକାର ନୂତନ ରାଷ୍ଟ୍ରପତି ଭାବେ ନିର୍ବାଚିତ  ଜୋ ବାଇଡେନ୍‌ ମଧ୍ୟ କରୋନା ଭ୍ୟାକିସିନ୍‌ର ପ୍ରଥମ ଡୋଜ ନେଇଛନ୍ତି ।

ଏକ ଜାତୀୟସ୍ତରର ଓ୍ୱେବସାଇଟ ମୁତାବିକ, ସାଉଦି ଆରବରେ କରୋନା ଭାଇରସରେ ବର୍ତ୍ତମାନ ପର୍ଯ୍ୟନ୍ତ ୬୧, ୯୦୩ ସଂକ୍ରମିତ ସାମ୍ନାକୁ ଆସିଛି । ଏବେ ଯାଏଁ ୧୬୮ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଲକ୍ଷ ୫୨ହଜାର ୮୧୫ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ଦେଶରେ ୨ ହଜାର ୯୨୦ଜଣଙ୍କ ଚିକିତ୍ସା ଜାରି ରହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.