ସାଉଦି ଆରବର ସବୁ ୟୁନିଭର୍ସିଟିରେ ହେବ ଯୋଗ କ୍ଲାସ୍; ଭାରତରେ ଟ୍ରେନିଂ ନେଉଛନ୍ତି ଆରବ ରେଫ୍‌ରି

Published By : Prameya-News7 Bureau | September 29, 2022 IST

ନୂଆଦିଲ୍ଲୀ: ନିରୋଗ ଜୀବନଯାପନ ପାଇଁ 'ଯୋଗ'ର ଆବଶ୍ୟକତାକୁ ବୁଝିସାରିଲାଣି ସାରା ବିଶ୍ୱ। ଭାରତର ଏହି ମହାମନ୍ତ୍ରକୁ ସବୁ ଦେଶ ଆପଣାଉଛନ୍ତି। ଏବେ ଏହି ଦେଶଗୁଡ଼ି ତାଲିକାରେ ସାମିଲ୍ ହୋଇଛି ଇସ୍ଲାମିକ୍‌ ଦେଶ ସାଉଦି ଆରବ। ଦେଶର ବିଶ୍ୱ ବିଦ୍ୟାଳୟ ଗୁଡ଼ିକରେ ଯୋଗ କ୍ଲାସ୍‌କୁ ଯୋଡ଼ିବା ପାଇଁ ସାଉଦି ଆରବ ପ୍ରୟାଶ ଆରମ୍ଭ କରିଛି।


ଏଥିପାଇଁ ୟୁନିଭର୍ସିଟିର ପ୍ରତିନିଧିମାନଙ୍କ ପାଇଁ ସୋମବାର ଏକ ଭର୍ଚ୍ଚୁଆଲ୍ ଲେକ୍ଚରର ଆୟୋଜନ କରାଯାଇଥିଲା। ଏଥିରେ ଲୋକଙ୍କୁ ନିଜ ଜୀବନ ଶୈଳୀରେ ଯୋଗକୁ ଯୋଡ଼ିବାକୁ ପ୍ରେରିତ କରାଯାଇଥିଲା। ୟୁନିଭର୍ସିଟି କ୍ୟାମ୍ପସ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଯୋଗାସନ କରିବାକୁ ସୁଯୋଗ ଦିଆଯିବ ବୋଲି କୁହାଯାଇଛି।

ଦେଶରେ ଯୋଗର ବିସ୍ତାର ପାଇଁ ସାଉଦି ଆରବର ପ୍ରତିନିଧିମାନେ ଭାରତରେ ଯୋଗ ଶିକ୍ଷା ନେଉଛନ୍ତି। ଏଇଠୁ ଯୋଗ ପ୍ରଶିକ୍ଷଣ ପାଇବା ପରେ ଏମାନେ ସାଉଦିରେ ଯୋଗ ପାଇଁ ଲୋକଙ୍କ ପ୍ରେରିତ କରିବା ସହ ଆସନ ଶିଖାଇବେ।


ଏନେଇ ହୋଇଥିବା ବୈଠକରେ ଯୋଗରେ ଶାରୀରକୁ ହେଉଥିବା ଉପକାର ବିଷୟରେ ଲୋକଙ୍କୁ ଅବଗତ କରାଯାଇଥିଲା। ତା ସହିତ ଅନ୍ତର୍ଜାତୀୟ ସ୍ତରରେ ଯୋଗ ପ୍ରତିଯୋଗିତାର ପ୍ରତିଦ୍ୱନ୍ଦ୍ୱିତା ସହ ପେଷାଦାର ଯୋଗ ପ୍ରଶିକ୍ଷଣ କଥା କୁହାଯାଇଥିଲା। ସାଉଦି ସ୍ପୋର୍ଟସ ଫେଡେରସନ ଓ ସାଉଦି ଯୋଗ କମିଟି ରିୟାଧରେ ଏହି ବୈଠକର ଆୟୋଜନ କରିଥିଲେ। ସାଉଦି ମିଡିଆର ସୂଚନା ଅନୁସାରେ, କ୍ୱାଲିଫିକେସନ କୋର୍ସ ପାଇଁ ଅରବ ଯୋଗ ରେଫରିଙ୍କର ପ୍ରଥମ ବେଚ୍ ଭାରତରେ ପହଞ୍ଚି ସାରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.