ଋଷକୁ ସମର୍ଥନ ଯୋଗୁ ସାଉଦି ଆରବ ଉପରେ ଖପ୍ପା ଆମେରିକା: କହିଲା- ସମ୍ପର୍କକୁ ନେଇ ଆଉଥରେ ବିଚାର କରିବୁ

Published By : Prameya-News7 Bureau | October 12, 2022 IST

ୱାଶିଂଟନ: ବିଗତ କିଛି ବର୍ଷ ହେଲା ଆମେରିକା ଓ ସାଉଦି ଆରବ ମଧ୍ୟରେ ସମ୍ପର୍କ ଭଲ ରହିଥିଲା। ହେଲେ ଏବେ ସମ୍ପର୍କର ତିକ୍ତ ହେବାରେ ଲାଗିଛି। ବିଶେଷ କରି ଓପେକ୍ ସମ୍ମିଳନୀରେ ଋଷକୁ ସମର୍ଥ କରି ତେଲ ଉତ୍ପାଦନ କମ୍ କରିବା ସପକ୍ଷେର ସାଉଦି ଆରବ ମତ ଦେଇଥିବାରୁ ଆମେରିକା ବିଗିଡ଼ିଯାଇଛି।

ଜାତିଂସଘରେ ଋଷ ବିରୋଧରେ ଭୋଟ୍ ନଦେବା ସହିତ ତୈଳ ଉତ୍ପାଦନର କମ୍ କରିବାକୁ ସାଉଦିର ହଁ ଭରିବା ଆମେରିକା ଅସ୍ତୋଷର କାରଣ ପାଲଟିଛି। ସାଉଦି ଆରବ ସହିତ ଥିବା ସମ୍ପର୍କ ବିଷୟରେ ଆମେରିକା ପୁନଃ ବିଚାର କରିବା ବୋଲି ଘୋଷଣା କରିଛି।

ଓପେକ୍‌ରେ ସାମିଲ୍ ୧୩ ଦେଶ  ଓ ଋଷ ନେତୃତ୍ୱ ନେଉଥିବା ୧୦ ସହଯୋଗୀ ଦେଶ ମିଶି ନଭେମ୍ବର ମାସରୁ ପ୍ରତିଦିନ ଦୁଇ ମିଲିୟନ ବ୍ୟାରେଲ୍ କମ୍ ତେଲ ଉତ୍ପାଦନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଆମେରିକା ବିରୋଧରେ ଯାଇଛି।

କାରଣ ଏପରି ହେଲେ ବିଶ୍ୱର କଞ୍ଚା ତେଲ ମୂଲ୍ୟ ବୃଦ୍ଧି ପାଇବ । ଆଉ ଋଷ ଏହାର ଫାଇଦା ନେଇ ନିଜ ସୁଲଭ ମୂଲ୍ୟରେ ତେଲ ଦେଇ ଅର୍ଥ ଗୋଟାଇବ। ଆଉ ଏହି ଟଙ୍କାକୁ ୟୁକ୍ରେନ୍ ଦଖଲରେ ଲଗାଇବ ବୋଲି ଆମେରିକାର ସନ୍ଦେହ କରୁଛି।

ଆମେରିକା ନ୍ୟାସ୍‌ନାଲ ସିକ୍ୟୁରିଟି କାଉନସିଲ୍ ପ୍ରବକ୍ତା ଜନ କିର୍ବି କହିଛନ୍ତି “ମୋତେ ଲାଗୁଛି ଯେ ସାଉଦି ଆରବ ସହ ଥିବା ସମ୍ପର୍କ ଉପରେ ଆଉଥରେ ସମୀକ୍ଷା କରିବେ ବୋଲି ରାଷ୍ଟ୍ରପତି ଜୋ ବାଇଡେନ୍ ଚାହୁଁଛନ୍ତି।” ସେ ଆହୁରି କହିଛନ୍ତି ଯେ ଏହା ନିଶ୍ଚିତ ଯେ ଓପେକ୍‌ର ଏଭଳି ନିଷ୍ପତ୍ତି ଯୋଗୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ସାଉଦି ଆରବ ଋଷକୁ ସମର୍ଥ କରିବା ଆମେରିକାକୁ ଶକ୍ତି ଝଟ୍‌କା ଲାଗିଛି। ଯାହାକୁ ଆମେରିକା ନିଜର ବୋଲି ଭାବୁଥିଲା ବୋଲି  ଜନ କିର୍ବି କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.