LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଦୁନିଆର ସବୁଠୁ ବଡ ବିଲ୍ଡିଂ ନିର୍ମାଣ କରୁଛି ସାଉଦି, ଭିଡିଓ ସେୟାର କରି ଦେଲା ସୂଚନା…

21/02/2023 at 2:18 PM

ନୂଆଦିଲ୍ଲୀ ୨୧।୦୨: ସାଉଦି ଆରବରେ ନିରନ୍ତର ଚାଲିଛି ବିକାଶ କାର୍ଯ୍ୟ । ଏହାରି ମଧ୍ୟରେ ସାଉଦି ଆରବର କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ରାଜଧାନୀ ରିୟାଦର ସେଣ୍ଟରରେ ‘ନ୍ୟୁ ମୁରବା’ ନାଁର ହାଇଟେକ ସିଟି ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି। କୁହାଯାଉଛି କି ଏହା ରିୟାଦ ସହରର ଅନ୍ୟତମ ଆକର୍ଷଣୀୟ ମଧ୍ୟରୁ ଏକ ହେବ ।

ଏହା ସାଉଦି ପ୍ରିନ୍ସଙ୍କ ଡ୍ରିମ୍ ପ୍ରୋଜେକ୍ଟ ଭିଜନ ୨୦୩୦ର ଏକ ଅଂଶ ।  ତେବେ ସହରର ମଧ୍ୟ ଭାଗରେ ନିର୍ମାଣ ହେବାକୁ ଥିବା ଏହି ସଂରଚନାର ନାମ ହେବ ମୁକାବ । ସାଉଦି ଆରବ ସରକାର ଏହାକୁ ନେଇ ଏକ ଭିଡିଓ ଜାରି କରିଛନ୍ତି । ଯେଉଁଥିରେ ଏହି ହାଇ-ଟେକ୍ ସହରର ବିଶେଷତା ଏବଂ ବଡ ବିଲ୍ଡିଂ ମୁକାବ ବିଷୟରେ ସୂଚନା ଦିଆଯାଇଛି ।

ସାଉଦି ଆରବ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ପ୍ରମୋସନାଲ ଭିଡିଓ ଅନୁଯାୟୀ ଏହା ଏକ କ୍ୟୁବ୍ ଆକୃତିର । ଏହି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇଛି । କୁହାଯାଉଛି ଯେ ଏହି ସ୍ୱତନ୍ତ୍ର ମୁକାବ୍ ନ୍ୟୁୟର୍କର ଷ୍ଟେଟ୍ ବିଲଡିଂ ଅପେକ୍ଷା ୨୦ ଗୁଣ ଅଧିକ ହେବ । ଏହି ପ୍ରୋଜେକ୍ଟରେ ଏକ ସଂଗ୍ରହାଳୟ, ଟେକନୋଲୋଜି ଏବଂ ଡିଜାଇନ୍ ବିଶ୍ୱବିଦ୍ୟାଳୟ, ମଲ୍ଟିପରପସ୍ ଥିଏଟର ଏବଂ ୮୦ରୁ ଅଧିକ ମନୋରଞ୍ଜନ ଏବଂ ସାଂସ୍କୃତିକ ସ୍ଥାନ ଅନ୍ତର୍ଭୁକ୍ତ ରହିବ ।

ସାଉଦି ଆରବର କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କ ଏହି ଡ୍ରିମ୍ ପ୍ରୋଜେକ୍ଟ ପୂରଣ କରିବାର ଦାୟିତ୍ବ ସୋବରେନ ଓ୍ବେଲଥ୍ ଫଣ୍ଡ, ପବ୍ଲିକ ଇନଭେଷ୍ଟମେଣ୍ଟ ଫଣ୍ଡକୁ ଦିଆଯାଇଛି । ଏହାର ନିର୍ମାଣ ୨୦୩୦ ଭିଜନକୁ ଧ୍ୟାନରେ ରଖି କରାଯାଉଛି । କୁହାଯାଉଛି ଯେ ଏହା ସାଉଦି ଆରବର ଅର୍ଥନୀତିରେ ୫୦ ବିଲିୟନ ଡଲାର ଲାଭ ହେବ । ଏଥିସହିତ ଲୋକଙ୍କୁ ନୂଆ ନିଯୁକ୍ତି ସୁଯୋଗ ମିଳିବା ନେଇ କୁହାଯାଉଛି ।

   Related Posts