suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କାଙ୍ଗାଳ ପାକିସ୍ତାନକୁ ସାଉଦି ଆରବ ମାଗିଲା ଦେଇଥିବା ୨ ବିଲିୟନ ଡଲାର, କେମିତି ଫେରାଇବେ ଇମ୍ରାନ ସରକାର ?

8/11/2020 at 3:18 PM

ଇସଲାମାବାଦ ୦୮।୧୧: ପାକିସ୍ତାନ ସଂପ୍ରତି ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛି। ଦେଶର ସ୍ଥିତି କାଙ୍ଗାଳ ହୋଇ ପଡିଛି। ଆମର ଏହି ପଡୋଶୀ ଦେଶ ପାଇଁ ସବୁଠୁ ବଡ ଦାତା ହେଉଛି ସାଉଦି ଆରବ। କିନ୍ତୁ ସାଉଦି ଆରବ ଏବେ ଦେଇଥିବା ୨ ବିଲିୟନ ଡଲାରର ପାକିସ୍ତାନକୁ ମାଗିଛି। ଚିନ୍ତାରେ ଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସାଉଦିକୁ ଟଙ୍କା ଫେରାଇବା ପାଇଁ ନିଜର ଚିର ବନ୍ଧୁ ଚୀନ ସାମ୍ନାରେ ପୁଣି ଥରେ  ହାତ ପତାଇବାକୁ ଯାଉଛନ୍ତି। କୁହାଯାଉଛି ପାକିସ୍ତାନ ଚୀନଠୁ ଋଣ ଆଣି ସାଉଦି ଆରବର ୨ ବିଲିୟନ ଡଲାର ପରିଶୋଧ କରିବ।

ପାକିସ୍ତାନ କାଶ୍ମୀର ପ୍ରସଙ୍ଗ ନେଇ କରିଥିବା ବ୍ୟବହାରରେ ଅସନ୍ତୁଷ୍ଟ ସାଉଦି ଆରବ ମେ ମାସରେ ନିଜର ଆର୍ଥିକ ସମର୍ଥନ ପ୍ରତ୍ୟାହାର କରି ନେଇଥିଲା। ୨୦୧୮ ଅକ୍ଟୋବରରେ ସାଉଦି ଆରବ ପାକିସ୍ତାନକୁ ୩ ବର୍ଷ ପାଇଁ ୬.୨ ବିଲିୟନ ଡଲାରର ଆର୍ଥିକ ପ୍ୟାକେଜ ଦେବାକୁ ଘୋଷଣା କରିଥିଲେ। ଏଥିରେ ୩ ମିଲିୟନ ଡଲାରର ନଗଦ ସହାୟତା ସାମିଲ ଥିଲା। ବାକି ଟଙ୍କା ବଦଳରେ ପାକିସ୍ତାନକୁ ତୈଳ ଓ ଗ୍ୟାସ୍‌ ଯୋଗାଣ କରାଯିବାର ଥିଲା।

ଏହି ରାଜିନାମା ଅନୁସାରେ, ପ୍ରାରମ୍ଭରେ ସାଉଦି ଆରବ ପାକିସ୍ତାନକୁ ନଗଦ ଏବଂ ତୈଳ ସୁବିଧା କେବଳ ଗୋଟିଏ ବର୍ଷ ପାଇଁ ଦେଇଥିଲା। ମାତ୍ର ପରେ ଅବଧିକୁ ବଢାଇ ତିନି ବର୍ଷ କରାଯାଇଥିଲା। ଏହି ୩ ବିଲିୟନ ଡଲାରର ନଗଦ ସହାୟତା ପାଇଁ ପାକିସ୍ତାନକୁ ୩.୩ ପ୍ରତିଶତ ସୁଧ ଦେବାକୁ ପଡିବ ବୋଲି ସ୍ଥିର କରାଯାଇଥିଲା।

ପାକିସ୍ତାନ ନିର୍ଦ୍ଧାରିତ ସମୟର ଚାରି ମାସ ପୂର୍ବରୁ ଏକ ଅରବ ଡଲାର ଋଣ ପରିଶୋଧ କରି ସାରିଛି। ଯଦି ପାକିସ୍ତାନକୁ ଚୀନ ତରଫରୁ ଏହି ଧରଣର ସୁବିଧା ମିଳିବ ତେବେ ସେ ଦୁଇ ବର୍ଷ ଭିତରେ ସାଉଦିର ଋଣ ପରିଶୋଧ କରି ପାରିବ। ଯଦି ପାକିସ୍ତାନକୁ ଅନ୍ୟ କୌଣସି ସୂତ୍ରରୁ  ସହାୟତା ନମିଳେ ତେବେ ସାଉଦିକୁ ଋଣ ପରିଶୋଧ କରିବା ମୁସ୍କିଲ ହୋଇଯିବ।  

   Related Posts