ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କ ଅମଳରେ ସବୁଠୁ ଅଧିକ ମୃତ୍ୟୁ ଦଣ୍ଡ, ସାଉଦି ଆରବ ଇତିହାସର ରକ୍ତାକ୍ତ ଶାସନ

2/02/2023 at 5:09 PM

ନୂଆଦିଲ୍ଲୀ: ସାଉଦି ଆରବରେ କ୍ରାଉନ ପ୍ରିନ୍ସ ତଥା ପ୍ରଧାନମନ୍ତ୍ରୀ ମହମ୍ମଦ ବିନ ସଲମାନଙ୍କ ଶାସନ ଗାଦିରେ ବସିବା ପରଠୁ ଦେଶରେ ମୃତ୍ୟୁଦଣ୍ଡ ହାର ଦ୍ୱିଗୁଣିତ ହୋଇଛି । ଏକ ସଦ୍ୟ ରିପୋର୍ଟରେ ଏହା ଦାବି କରାଯାଇଛି । ବିନ ସଲମାନ ଦୁନିଆରେ ଜଣେ ସୁଧାରବାଦୀ ଏବଂ ବ୍ୟକ୍ତିର ସ୍ୱାଧୀନତା ସହ ଆଧୁନିକୀକରଣକୁ ଗୁରୁତ୍ୱ ଦେଉଥିବା ଶାସକ ରୂପେ ନିଜର ଛବିକୁ ଗଢିବାକୁ ପ୍ରୟାସ କରୁଛନ୍ତି । ଅନ୍ୟପଟେ କିନ୍ତୁ ମୃତ୍ୟୁ ଦଣ୍ଡ କମ ହେବା ପରିବର୍ତ୍ତେ ବଢିବାରେ ଲାଗିଛି । ଗତ ବର୍ଷ ସାଉଦି ଆରବରେ ମୃତ୍ୟୁ ଦଣ୍ଡ ପାଇଥିବା ଲୋକଙ୍କ ସଂଖ୍ୟା ୨୦୨୧ ତୁଳନାରେ ଦ୍ୱିଗୁଣ ଥିଲା ।

ରିପୋର୍ଟର ଦାବି ଅନୁସାରେ କ୍ରାଉନ ପ୍ରିନ୍ସଙ୍କ ରାଜନୈତିକ ବିରୋଧୀଙ୍କୁ ଅସନ୍ତୋଷ ପାଇଁ ଜିରୋ ଟଲରାନ୍ସର ସାମନା କରିବାକୁ ପଡୁଛି । ବିନ ସଲମାନ ଦେଶର ଉଦ୍ୟୋଗପତି, ବ୍ୟବସାୟୀ ଏବଂ ଧନିକ ପରିବାର ଗୁଡିକୁ ଅସାଧାରଣ ଶକ୍ତି ପ୍ରଦାନ କରିଛନ୍ତି । ଦ ଗାର୍ଡିୟନର ରିପୋର୍ଟ ଅନୁସାରେ, ସାଉଦି କ୍ରାଉନ ପ୍ରିନ୍ସ ମୃତ୍ୟୁ ଦଣ୍ଡରେ ଅଙ୍କୁଶ ଲଗାଇବା ନେଇ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିନାହାନ୍ତି ।

୨୦୧୫ରୁ ୨୦୨୨ ମଧ୍ୟରେ ପ୍ରତିବର୍ଷ ହାରାହାରି ୧୨୯ ଜଣଙ୍କୁ ଫାଶୀ ଦିଆଯାଇଛି । ଏହି ସଂଖ୍ୟାରେ ୨୦୧୦-୧୪ ମଧ୍ୟରେ ୮୨ ପ୍ରତିଶତ ବୃଦ୍ଧି ରେକର୍ଡ ହୋଇଥିଲା । ଗତ ବର୍ଷ ୧୪୭ ଜଣଙ୍କୁ ଫାଶୀରେ ଝୁଲା ଯାଇଥିଲା । ଏଥି ମଧ୍ୟରୁ ମାତ୍ର ୯୦ ମାମଲାକୁ ହିଁ ହିଂସାତ୍ମକ ବୋଲି ଧରାଯାଇଥିଲା ।

ଗତ ବର୍ଷ ମାର୍ଚ୍ଚ ୧୨ରେ ୮୧ ଜଣଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଥିଲା । ଗୋଟିଏ ଦିନରେ ମୃତ୍ୟୁ ଦଣ୍ଡ ମାମଲାରେ ଆଜି ଯାଏ ଏହା ସର୍ବାଧିକ ଅଟେ । ସାଉଦି ଆରବରେ ଫାଶୀ ସହ ମୁଣ୍ଡ କାଟି ମୃତ୍ୟୁ ଦଣ୍ଡ ଦିଆଯାଇଥାଏ । ଅଧିକାଂଶ ସମୟରେ ଏହିପରି କ୍ରୁରତା ଦୁନିଆ ସାମନାକୁ ଆସିପାରି ନଥାଏ, କାରଣ ଆରବ ଦେଶରେ ମୁକ୍ତ ଗଣମାଧ୍ୟମ ନାହିଁ ।

   Related Posts