ଆମେରିକା ସହ ୫୦ ବର୍ଷର ସମ୍ପର୍କ ଛିନ୍ନ କରିବ ସାଉଦି ଆରବ: ରି-ନ୍ୟୁ ହେବନି ପେଟ୍ରୋଡଲାର ଡିଲ, ପ୍ରଭାବିତ ହେବ ବିଶ୍ୱ ଅର୍ଥନୀତି

Published By : Prameya-News7 Bureau | June 13, 2024 IST

internet

ନୂଆଦିଲ୍ଲୀ: ଆମେରିକା ସହ ୫୦ ବର୍ଷର ସମ୍ପର୍କ ଭାଙ୍ଗିବାକୁ ଯାଉଛି ସାଉଦି ଆରବ।  ତେଲ କାରବାର ପାଇଁ ଦୁଇ ଦେଶ ମଧ୍ୟରେ ୫୦ ବର୍ଷ ତଳେ ହୋଇଥିବା ପେଟ୍ରୋଡଲାର ଡିଲ୍‌କୁ ଆଉ ରି-ନ୍ୟୁ କରିବ ନାହିଁ ସାଉଦି ଆରବ। ମିଡିଆ ରିପୋର୍ଟ ଅନୁସାରେ, ଜୁଲାଇ ୯ ତାରିଖରେ ଏହାର ବୈଦ୍ଧତା ସମାପ୍ତ ହେବାକୁ ଯାଉଛି। 

୮ ଜୁନ ୧୮୭୪ ମସିହାରେ ଆମେରିକାର ଓ ସାଉଦି ଆରବ ମଧ୍ୟରେ ଏହି ଡିଲ୍ ହୋଇଥିଲା। ତେଲ କିଣିବାରେ ଆମେରିକା ଡଲାରର କାରବାର ହେବାରୁ ଏହାଦ୍ୱାରା ବିଶ୍ୱ ଅର୍ଥନୀତିରେ ଆମେରିକାର ପ୍ରଭାବ ବଢ଼ିଯାଇଥିଲା। ଏହି ଡିଲ୍ ଅନୁସାରେ ଆର୍ଥିକ ସହଯୋଗ ଏବଂ ସାଉଦି ଆରବର ସାମରିକ ଆବଶ୍ୟକତା ପାଇଁ ଏକ ଯୁଗ୍ମ ଆୟୋଗ ଗଠନ କରାଯାଇଥିଲା। ସେତେବେଳେ ଆମେରିକା ସରକାର ଭାବିଥିଲେ ଏହା ଚୁକ୍ତି ଦ୍ୱାରା ସାଉଦି ଆରବ ଅଧିକ ତୈଳ ଉତ୍ପାଦନ କରିବ ଓ ଆରବ ଦେଶଗୁଡ଼ିକ ସହ ଆମେରିକାର ସମ୍ପର୍କରେ ସୁଧାର ଆସିବ। 

ହେଲେ ଏହି ଡିଲ୍‌କୁ ଆଉ ରି-ନ୍ୟୁ କରାଯିବ ନାହିଁ। ଫଳରେ ଏହା ଅକାମୀ ହୋଇଯିବ। ସାଉଦି ଆରବ ଚାହିଁଲେ ଆମେରିକା ଡଲାରରେ ତେଲ ନ ବିକି ଅନ୍ୟ ଦେଶ ଠାରୁ ସାମଗ୍ରୀ ବଦଳ କରି ହେଉ କିମ୍ବା ଅନ୍ୟ ଦେଶର ମୁଦ୍ରା ଯଥା ଚୀନର ଆରଏମ୍‌ବି, ୟୁରୋ, ୟେନ ଏବଂ ଯୁଆନରେ ତେଲ ବିକି ପାରିବ। ଏହାଦ୍ୱାରା ଆମେରିକା ଡଲାର ପ୍ରଭୁତ୍ୱ ଭୁଲୁଣ୍ଠିତ ହେବ ବୋଲି ଆଲୋଚନା ହୋଇଛି। 

କେବଳ ସେତିକି ନୁହେଁ ୟୁଏଇ ଡିଜିଟାଲି କରେନ୍ସିକୁ ମଧ୍ୟ ଗୁରୁତ୍ୱ ଦେଇଛି। ଏଥିସହିତ ସାଉଦି ଆରବ ପ୍ରୋଜେକ୍ଟ ଏମ୍‌ବ୍ରିଜ୍ (mBridge)ରେ ଯୋଗ ଦେଇଛି। କେନ୍ଦ୍ରୀୟ ବ୍ୟାଙ୍କ ଏବଂ ବାଣିଜ୍ୟିକ ବ୍ୟାଙ୍କ ମଧ୍ୟରେ ଏକ ଡିଜିଟାଲ୍ ମୁଦ୍ରା ନେଣଦେଣର ପ୍ଲାଟଫର୍ମ ଆରମ୍ଭ କରିବାକୁ ଏହା ଏକ ମିଳିତ ପ୍ରୟାସ।  ଲେଜର ଟେକ୍ନୋଲୋଜି ବ୍ୟବହାର କରି ତତକ୍ଷଣାତ୍ ସୀମାପାର୍ ବୈଶିକ ନେଣଦେଣ ଓ ପେମେଣ୍ଟ କାରବାରକୁ ସୁଗମ କରିବା ଏହି ପ୍ରକଳ୍ପ ମୂଳ ଲକ୍ଷ୍ୟ ରଖିଛି।

ପ୍ରୋଜେକ୍ଟ ଏମ୍‌ବ୍ରିଜ୍ ୨୦୨୧ରେ ଆରମ୍ଭ ହୋଇଥିଲା। ଏଥିରେ ସାରା ବିଶ୍ୱରେ ପ୍ରତିଷ୍ଠିତ ସେଣ୍ଟ୍ରାଲ ବ୍ୟାଙ୍କ ଓ ସଂସ୍ଥାଗୁଡ଼ିକ ଜଡ଼ିତ ଅଛନ୍ତି। ଏହି ବ୍ୟବସ୍ଥାକୁ ଆହୁରି ରୁଦ୍ଧିମନ୍ତ କରିବାକୁ ବିଭିନ୍ନ ଘରୋଇ କମ୍ପାନୀକୁ ଆହ୍ୱାନ ଦିଆଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.