କଠୋର ହେଲା ସାଉଦି ଆରବ: ଗାଜାକୁ ସମର୍ଥନ ଜଣାଇଲେ ହେବେ ଗିରଫ ! ବିକ୍ଷୋଭ ଉପରେ ଲାଗିଲା ରୋକ୍‌

Published By : Prameya-News7 Bureau | November 18, 2023 IST

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ଯୁଦ୍ଧ କେବଳ ଗାଜାରେ ସୀମିତ ହୋଇରହିନାହିଁ ବରଂ ଏହାର ପ୍ରଭାବ ଅନ୍ୟ ଦେଶମାନଙ୍କରେ ମଧ୍ୟ ଦେଖାଯାଉଛି। ଏହି ସମୟରେ ସାଉଦି ଆରବର ମକ୍କା ଏବଂ ମଦିନାରେ ଯୁଦ୍ଧକୁ ନେଇ ସୃଷ୍ଟି ହୋଇଛି ବିଦ୍ରୋହ। ଦି ମିଡିଲ୍ ଇଷ୍ଟ ଆଇର ରିପୋର୍ଟ ଅନୁଯାୟୀ ମକ୍କା ଓ ମଦିନାର ଇସଲାମିକ୍‌ ଧର୍ମସ୍ଥଳ ଆଗରେ ଏକଜୁଟ ହୋଇ ପାଲେଷ୍ଟାଇନକୁ ସମର୍ଥନ ଜଣାଇଛନ୍ତି। ଏନେଇ ଅନେକ ମୁସଲମାନଙ୍କୁ ହେପାଜତକୁ ନିଆଯାଇଛି।

ମକ୍କାରେ ହେପାଜତ ଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଇସଲା ଅବଦୁର-ରହମାନ ନାମକ ଜଣେ ବ୍ରିଟିଶ ଅଭିନେତା ତଥା ଉପସ୍ଥାପିକା। ଅକ୍ଟୋବର ଶେଷରେ ସେ ନିଜ ପରିବାର ସହିତ ମକ୍କା ଯାତ୍ରା କରିଥିଲେ। ଏହି ସମୟ ମଧ୍ୟରେ ସେ ଏକ ଇସଲାମୀୟ  ଧର୍ମସ୍ଥଳରେ ପାଲେଷ୍ଟାଇନ କେଫିହି (ଚୌକାର ସ୍କାର୍ଫ) ପିନ୍ଧିଥିଲେ। ପରେ ତାଙ୍କୁ ସାଉଦି ସେନା ତାଙ୍କୁ ଗିରଫ କରିଥିଲେ।

ମିଡିଲ୍ ଇଷ୍ଟ ଆଇ ଅନୁଯାୟୀ, ଚଳିତ ବର୍ଷ ନଭେମ୍ବର ୧୦ ରେ, ଆଲଜେରିଆର ଜଣେ ବ୍ୟକ୍ତିଙ୍କୁ ମଧ୍ୟ ମଦିନାରେ ପାଲେଷ୍ଟାଇନ ସମର୍ଥନ କରିବାକୁ ନେଇ ୬ ଘଣ୍ଟା ଧରି ଅଟକ ରହିଥିଲେ। ସେ କହିଛନ୍ତି ଯେ ମୁଁ ମଦିନାରେ ପାଲେଷ୍ଟାଇନର ଶିଶୁ ଏବଂ ପୀଡିତଙ୍କ ପାଇଁ ପ୍ରାର୍ଥନା କରିଥିଲେ। ଗାଜା ଦଳିତଙ୍କ ପାଇଁ ପ୍ରାର୍ଥନା କରିବା ଅପରାଧ କି? ପବିତ୍ର ସ୍ଥାନରେ ଏହା ନିଷେଧ ବୋଲି ମୁଁ ଜାଣି ନଥିଲି।

wp:html /wp:html

ପାଲେଷ୍ଟାଇନ ସମର୍ଥକଙ୍କ ବିରୋଧରେ ସାଉଦି ଆରବର କାର୍ଯ୍ୟକଳାପକୁ ନେଇ ଇସଲା ଅବଦୁର-ରହମାନ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଥିଲେ ମୁଁ ପ୍ରକୃତରେ ଡରି ଯାଇଥିଲି। ମୁଁ ଏକ ଦେଶରେ ଥିଲି ଯାହା ମୋର ନୁହେଁ। ମୋର କୌଣସି ଅଧିକାର ନାହିଁ ଏବଂ ସେମାନେ ମୋ ପାଇଁ କିଛି କରିପାରନ୍ତି ଏବଂ ମୁଁ କିଛି କହିପାରିଲି ନାହିଁ, ତେଣୁ ମୁଁ ଭୟଭୀତ ହେଲି। ମୁଁ ଅନୁଭବ କଲି ଯେ ପାଲେଷ୍ଟାଇନବାସୀ କ’ଣ ଦେଇ ଗତି କରିବେ। ଏହା ଏହାର ଏକ ଛୋଟ ଅଂଶ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.