ୟେମେନ୍‌ରେ ସାଉଦିର ଏୟାର ଷ୍ଟ୍ରାଇକ୍‌, ୩୧ନିହତ

Published By : Prameya-News7 Bureau | February 16, 2020 IST

ରିୟାଦ ୧୬।୦୨: ୟେମେନରେ ସାଉଦୀ ଆରବ ଓ ହୁତୀ ବିଦ୍ରୋହୀଙ୍କ ମଧ୍ୟରେ ସଂଘର୍ଷ ଦିନକୁ ଦିନ ଭୟଙ୍କ ହେବାର ଲାଗିଛି । ନିଜ ବିମାନକୁ ଉଡାଇବା ଘଟଣା ପରେ ସାଉଦି ଆରବ ୟେମେନରେ ହୁତି ବିଦ୍ରୋହୀଙ୍କ ଆଡ୍ଡା ଉପରେ ଆକ୍ରମଣ କରିଛି । ଆକ୍ରମଣରେ ୩୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ ଅନେକ ଲୋକ ଆହତ ହୋଇଥିବାର ସୂଚନା ମିଳିଛି ।

wp:core-embed/twitter {"url":"https://twitter.com/ANI/status/1228767373005475840","type":"rich","providerNameSlug":"twitter","className":""}
https://twitter.com/ANI/status/1228767373005475840
/wp:core-embed/twitter

କିଛି ଦିନ ତଳେ ୟେମେନରେ ସାଇଦି ଏକ ଖସିପଡିଥିଲା । ୟେମେନର ହୁତି ବିଦ୍ରୋହୀମାନେ ଏହି ବିମାନକୁ ମାରି ଖସାଇଛନ୍ତି ବୋଲି ସାଉଦି ଦାବି କରିଥିବା ବେଳେ ଏକ ଦୁର୍ଘଟଣାର ଶୀକାର ହୋଇଛି ବୋଲି ୟେମେନ୍‌ ଦାବି କରିଆସୁଛି । ସାଉଦି ବିମାନଟି ଶୁକ୍ରବାର ଦିନ ଅଲ୍‌-ବାକ ରାଜ୍ୟରେ ଦୁର୍ଘଟଣାର ଶୀକାର ହୋଇଥିଲା । ତେବେ ବିମାନ ଦୁର୍ଘଟଣା ନେଇ କୌଣସି ଦେଶ ସଠିକ୍‌ ସୂଚନା ଦେଇନାହାନ୍ତି ।

ତେବେ ଖବରମୁତାବିକ ଶନିବାର ବିଳମ୍ବିତ ରାତିରେ ଅଲ୍‌—ାକ୍‌ ଅଞ୍ଚଳରେ ଯେଉଠି ସାଉଦିର ବିମାନ ଦୁର୍ଘଟଣା ହୋଇଥିଲା । ସେହି ଅଞ୍ଚଳରେ ସାଉଦି ଏୟାର ଷ୍ଟ୍ରାଇକ୍‌ କରିଛି । ଏହି ଏୟାର ଷ୍ଟ୍ରାଇକ୍‌ରେ ୩୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି ବୋଲି ସୂଚନା ରହିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ କେତେଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି , ତାହା ସ୍ପଷ୍ଟ ହୋଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.