ନୂଆଦିଲ୍ଲୀ: ପାକିସ୍ତାନର ପେଶାୱାର ଏୟାରପୋର୍ଟରେ ଏକ ବଡ଼ ଅଘଟଣ ଟଳି ଯାଇଛି । ସାଉଦି ଆରବରୁ ଉଡାଣ ଭରିଥିବା ଏକ ବିମାନର ଲ୍ୟାଣ୍ଡିଂ ବେଳେ ପ୍ଲେନରେ ନିଆଁ ଲାଗିଯାଇଥିଲା । ବିମାନରେ ପ୍ରାୟ ୨୯୭ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ଯାତ୍ରୀ ଏବଂ ପାଇଲଟ୍ ନିଆଁ ଲାଗିବା ଘଟଣା ଜାଣିବା ପରେ ଭୟର ମାହୋଲ ସୃଷ୍ଟି ହୋଇଥିଲା । ବିମାନକୁ ତୁରନ୍ତ ଅଟକାଇ ଯାଇ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ବାହାର କରାଯାଇଥିଲା । ଏହି ଘଟଣାର ଭିଡିଓ ଏବେ ସାମନାକୁ ଆସିଛି ।
ରିୟାଦରୁ ଉଡାଣ ଭରିଥିବା ସାଉଦି ଏୟାରଲାଇନ୍ସର ଏକ ବିମାନରେ ଗୁରୁବାର ପାକିସ୍ତାନର ପେଶାୱର ବିମାନ ବନ୍ଦରରେ ଅବତରଣ ବେଳେ ନିଆଁ ଲାଗି ଯାଇଥିଲା । ଏହା ପରେ ବିମାନରେ ଥିବା ସମସ୍ତ ୨୭୬ ଯାତ୍ରୀ ଏବଂ କ୍ରିୟୁ ଦଳର ୨୧ ସଦସ୍ୟଙ୍କୁ ତୁରନ୍ତ ସୁରକ୍ଷିତ ବାହାର କରାଯାଇଥିଲା ।
Saudi Airline’s plane ✈️ got fire at Peshawar airport, safety protocols are activated. pic.twitter.com/iuxq6mmxjd
— فرحان الحق کیانی (@Farhan_Kiyani) July 11, 2024
ସିଏଏ ମୁଖପାତ୍ର ସୈଫଲ୍ଲାହଙ୍କ ଅନୁସାରେ ବିମାନ ଯାତାୟାତ ନିୟନ୍ତ୍ରକ ବିମାନର ଲ୍ୟାଣ୍ଡିଂ ବଳେ ଏହାର ବାମ ପଟେ ଧୂଆଁ ବାହାରୁ ଥିବା ଦେଖିଲେ ଏବଂ ପାଇଲଟଙ୍କୁ ସତର୍କ କରାଇଥିଲେ । ଏହାସହ ବିମାନ ବନ୍ଦରର ଅଗ୍ନିଶମ ଏବଂ ଉଦ୍ଧାରକାରୀ ଦଳରୁ ନିୟୋଜିତ କରାଯାଇଥିଲା । ବୟାନରେ କୁହାଯାଇଛି ଯେ ଘଟଣାସ୍ଥରେ ପହଞ୍ଚିବା ପରେ ଅଗ୍ନିଶମ ବାହିନୀ ଲ୍ୟାଣ୍ଡିଂ ଗିୟର ଲାଗିଥିବା ନିଆଁକୁ କାବୁ କରିବାରେ ସଫଳ ହୋଇଛନ୍ତି ।