ମୁମ୍ଵାଇ ୧୦।୧୨: ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ୍ । ତାଙ୍କ ସହ ଏକ ବଡ ଅସୁବିଧା ହୋଇଯାଇଛି। ବାସ୍ତବରେ ଅଭିନେତ୍ରୀ ସାଉଦି ଯାଇଥିଲେ। ସେଟାରେ ସେ ତାଙ୍କ ବ୍ୟାଗ ହଜାଇ ଦେଇଛନ୍ତି। ଯାହାକୁ ନେଇ ଅଭିନେତ୍ରୀ ବହୁତ ବିବ୍ରତ ହୋଇଯାଇଥିଲେ। ଏନେଇ ସେ ତାଙ୍କ ଟ୍ଵିଟର ଆକାଉଣ୍ଟରେ ଏୟାରଲାଇନ୍ସ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅଭିନେତ୍ରୀ ତାଙ୍କ ଟ୍ୱିଟରେ କହିଛନ୍ତି ଯେ ତିନି ଦିନରୁ ସେ ତାଙ୍କ ବ୍ୟାଗର କୌଣସି ଅପଡେଟ୍ ପାଇ ନାହାନ୍ତି।
wp:html/wp:htmlIts been 3 days since I arrived and one of my bags was misplaced by Saudi Airlines. Despite following up several times a day there is still no update on the whereabouts of my suitcase. Hoping this tweet will get them to respond faster 🙏🏼 @SaudiAirlinesEn @fia
— Mahira Khan (@TheMahiraKhan) December 9, 2022
ବାସ୍ତବରେ ଏହି ଘଣା ତିନି ଦିନ ପୂର୍ବର । ହଜି ଯାଇଥିବା ବ୍ୟାଗକୁ ନ ପାଇ ରାଗିଯାଇଥିବା ମାହିରା ଏୟାରଲାଇନ୍ସ ଉପରେ ରାଗ ଦେଖାଇଛନ୍ତି। ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ, "ମୁଁ ପହଞ୍ଚିବାର ୩ଦିନ ବିତିଗଲାଣି ଏବଂ ମୋର ଗୋଟିଏ ବ୍ୟାଗ ସାଉଦି ଏୟାରଲାଇନ୍ସ ହଜିଯାଇଛି। ତାହା ମିଳୁ ନାହିଁ । ଦିନକୁ ଅନେକ ଥର କର୍ମଚାରୀଙ୍କ ସହ କଥାବାର୍ତ୍ତା ହେବା ପରେ ମଧ୍ୟ ମୋ ବ୍ୟାଗର କୌଣସି ଅପଡେଟ୍ ମିଳୁ ନାହିଁ । ଆଶା କରୁଛି ଏହି ଟ୍ଵିଟ୍ ପରେ ଶୀଘ୍ର ମୋତେ ଉତ୍ତର ମିଳିବ । ଏଥିରେ ଅଭିନେତ୍ରୀ ସାଉଦି ଏୟାରଲାଇନ୍ସକୁ ମଧ୍ୟ ଟ୍ୟାଗ କରଛନ୍ତି।
କହିବାକୁ ଗଲେ ଅଭିନେତ୍ରୀ ରେଡ ସି ଫିଲ୍ମ ଫେଷ୍ଟିଭାଲ ପାଇଁ ଜେଦାହରେ ଅଛନ୍ତି। ପୂର୍ବରୁ ସୋସିଆଲ ମିଡିଆରେ ମାହିରା ଖାନଙ୍କ ଫଟୋ ଭାଇରାଲ୍ ହୋଇଥିଲା । ଯେଉଁଥିରେ ବଲିଉଡ୍ ଷ୍ଟାର ହ୍ରିତିକ ସହ ସମାନ ଟେବୁଲରେ ବସିଥିବାର ନଜର ଆସିଛନ୍ତି। କେବଳ ଏତିକି ହିଁ ନୁହେଁ ଦୁହେଁ ପରସ୍ପର ହସ କଥାବାର୍ତ୍ତା କରିବା ସହ ହସୁଛନ୍ତି।