ନିୟମଗିରି ଡଙ୍ଗରିଆ ଆଦିବାସୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ସୌଭାଗ୍ୟ ଯୋଜନା ପାଲଟିଛି ଅଭିଶାପ, ଜାଣନ୍ତୁ କେମିତି

Published By : Prameya-News7 Bureau | October 18, 2019 IST

ମୁନିଗୁଡା ୧୮|୧୦: କେନ୍ଦ୍ର ସରକାରଙ୍କ ସୌଭାଗ୍ୟ ଯେ।ଜନା ମାଧ୍ୟମରେ ବିଜୁଳି ଆଲୁଅ ପାଇବାର ସ୍ବପ୍ନ ଦେଖିଥିଲେ ନିୟମଗିରିର ଡଙ୍ଗରିଆ ପରିବାର । ସ୍ବପ୍ନ ପୁରଣ ଦିଗରେ ଅଗ୍ରସର ହେଲା ବେଳକୁ ହିତାଧିକାରୀଙ୍କୁ ଲାଗିଛି ଝଟକା । ମାଗଣା ବିଦ୍ୟୁତ୍ ସେବା ପାଇବା ବଦଳରେ ଲମ୍ବା ବିଲ୍ ଦେଖି ହିତାଧିକାରୀଙ୍କ ମୁଣ୍ଡ ଗେ।ଲ୍ ।

{"id":171446}

ସରକାର ମାଗଣାରେ ବିଦ୍ୟୁତ୍ ଯେ।ଗାଇଦେବାକୁ ସ୍ବପ୍ନ ଦେଖାଇଲେ । ବର୍ଷ ବର୍ଷ ଧରି ମୌଳିକ ସୁବିଧାରୁ ବଞ୍ଚିତ ରାୟଗଡା ଜିଲ୍ଲା ମୁନିଗୁଡା ନିୟମଗିରି ପାହଡରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆଙ୍କ ଘରେ ଜଳିଲା ବିଜୁଳି ଆଲୁଅ । ହେଲେ କେନ୍ଦ୍ର ସରକାରଙ୍କ ସୌଭାଗ୍ୟ ଯେ।ଜନା ଏବେ ସେମାନଙ୍କ ପାଇଁ ପାଲଟିଛି ଅଭିଶାପ ।ମୁନିଗୁଡା ବ୍ଲକ ସକଟା ଗାଁର ଅନେକ ପରିବାରକୁ ଆସିଛି ୨ ହଜାର ଟଙ୍କାର ବିଦ୍ୟୁତ୍ ବିଲ୍ । ଯାହାକୁ ଦେଖି ହିତାଧିକାରୀ ଛାନିଆ ।ଜଙ୍ଗଲରୁ କାଠ ସଂଗ୍ରହ କରି ଜୀବିକା ନିର୍ବାହ କରୁଥିବା ଲେ।କ କେମିତି ବିଲ୍ ଦେବେ ଏବେ ସେଇ ଚିନ୍ତା ।କିଛି ଲେ।କ ବିଲ୍ ପଇଠ କରିଥିବା ବେଳେ ଆଉ କିଛି ଭୟଭୀତ ଅବସ୍ଥାରେ ।

{"id":171447}

ମୁନିଗୁଡା  ମୁନିଖୋଲ ପଞ୍ଚାୟତ ଅନ୍ତର୍ଗତ ନିୟମଗିରିରେ ଥିବା ସକଟା,କଠଗାଡ଼ା ଓ ଗାଇଲଙ୍ଗା ତିନୋଟି ଗାଁ ସମେତ ଜିଲ୍ଲାର ୬୪ହଜାର ପରିବାରକୁ ମାଗଣାରେ ବିଦ୍ୟୁତ୍ ସଂଯେ।ଗ କରାଯାଇଛି । କିନ୍ତୁ ସକଟା ଗାଁର ହିତାଧିକାରୀଙ୍କୁ ବିଲ ମିଳିବା ପରେ ଏବେ ଅନ୍ୟ ହିତାଧିକାରୀଙ୍କ ମୁଣ୍ଡ ଗେ।ଲ । ତେଣୁ ଡଙ୍ଗରିଆ ଜନଜାତିଙ୍କ ପାଇଁ ସ୍ବତନ୍ତ୍ର ଯେ।ଜନା କରିବାକୁ ଦାବି ହେ।ଇଛି । ଅନ୍ୟପଟେ ମିଟର

{"id":171448}

ସଂଯୋଗ ପରେ ବିଦ୍ୟୁତ୍ ବିଲ ସଂଶୋଧନ କରାଯିବ ବେ।ଲି କହିଛନ୍ତି ରାୟଗଡା ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀ । ସୈାଭାଗ୍ୟ ଯେ।ଜନା ମାଧମ୍ୟରେ ଗରିବଗୁରୁବାଙ୍କ ଭାଗ୍ୟ ବଦଳିବ ବେ।ଲି ଆଶା କରାଯାଉଛି । କିନ୍ତୁ ବିଭାଗୀୟ କର୍ମଚାରୀଙ୍କ ଭୁଲ୍ ଯେ।ଗୁଁ ଅଯଥାରେ ଦଣ୍ଡ ଭେ।ଗୁଛନ୍ତି ସାଧାରଣ ଲେ।କ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.