ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କୁ ଭେଟିଲେ ସତ୍ୟପାଲ ମଲିକ, କହିଲେ-ଇତିହାସ ଆପଣଙ୍କୁ ମନେ ରଖିବ

Published By : Prameya-News7 Bureau | April 26, 2023 IST

ନୂଆଦିଲ୍ଲ, ୨୬/୦୪: ଭାରତୀୟ କୁସ୍ତି ମହାଂସଘର ଅଧ୍ୟକ୍ଷ ବ୍ରିଜ୍‌ ଭୂଷଣ ସିଂହ ବିରୋଧରେ ଆନ୍ଦୋଳନ ଜାରି ରଖିଛନ୍ତି କୁସ୍ତି ଯୋଦ୍ଧା। ବ୍ରିଜ୍ ଭୂଷଣଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗରେ ମାମଲା ରୁଜୁ କରିବା ଦାବିରେ ଧାରଣାରେ ବସିଛନ୍ତି ରେସଲର। ଏହି କ୍ରମରେ ବୁଧବାର ଧାରଣାରେ ପହଞ୍ଚିଥିଲେ ମେଘାଳୟ ପୂର୍ବତନ ରାଜ୍ୟପାଳ ସତ୍ୟାପାଲ ମଲିକ।

ସେ କୁସ୍ତି ଯୋଦ୍ଧାଙ୍କ ଆନ୍ଦୋଳନକୁ ସମର୍ଥନ କରି କହିଥିଲେ ‌ଯେ, ‘‘ ଏହି ଲଢ଼େଇ କେବଳ କୁସ୍ତିଯୋଦ୍ଧାଙ୍କ ନୁହେ ବରଂ ଦେଶର ସବୁ ମହିଳାଙ୍କର। ସେ କହିଛନ୍ତି ମୁଁ ଏହି ମହିଳାଙ୍କୁ କହିବି ସେମାନେ ଧର୍ଯ୍ୟ ରଖନ୍ତୁ କାରଣ ଆପଣ ସଫଳ ହେବେ। ମୁଁ ମଧ୍ୟ ତା୍‌କ ପାର୍ଇ ବ୍ୟକ୍ତିଗତ ଭାବରେ ଯାହା କରିପାରିବି ତାହା କରିବି। ଆପଣଙ୍କ ପଛରେ ପୂରା ଦେଶ ଅଛି। କୁସ୍ତିରେ ଭ୍ରଷ୍ଟାଚାର ଦୂର କରିବା ପାଇଁ ଆପଣଙ୍କୁ ଇତିହାସ ମନେ ରଖିବ।’’ ଏହି ସମୟରେ କୃଷି ଆନ୍ଦୋଳନ କଥା କହି ସତ୍ୟପାଲ କହିଥିଲେ ’’ଯତେବେଳେ କୃଷି ଆନ୍ଦୋଳନ ସମୟରେ ଚାଷୀ ପଛକୁ ହଟିନଥିଲେ ଶେଷରେ ପ୍ରଧାନମନ୍ତ୍ରୀଙ୍କୁ କ୍ଷମା ମାଗିବାକୁ ପଡ଼ିଥିଲା। ଆପଣ ବି ନିଶ୍ଚୟ ଦିନେ ସଫଳ ହେବେ।’’

ଏହା ପୂର୍ବରୁ ମଙ୍ଗଳବର ସାକ୍ଷୀ ମଲିକ, ବିନେଶ ଫୋଗାଟ ଏବଂ ବଜରଙ୍ଗ ପୂନିଆ କହିଥଲେ ଯେ ଆନ୍ଦୋଳନ କରୁଥିବା କୁସ୍ତିଯୋଦ୍ଧାଙ୍କୁ ପ୍ରଲୋଭନ ଦିଆଯାଉଛି ଏବଂ ଧମକ ମଧ୍ୟ ଦିଆଯାଉଛି। ୭ ମହିଳାଙ୍କୁ ଧମକ ଦିଆଯାଇଛି ଯେଉଁମାନେ ମାମଲା ରୁଜୁ କରିବା ପାଇଁ ଆନ୍ଦୋଳନ ନିଷ୍ପତ୍ତି ନେଇଥିଲେ।

ସୂଚନାଯୋଗ୍ୟ, ଏହି ଆନ୍ଦୋଳ ଆଜି ଚତୁର୍ଥ ଦିନରେ ପହଞ୍ଚିଛି ଧାରଣା। କୁସ୍ତିଯୋଦ୍ଧାମାନେ ସୁପ୍ରିମକୋର୍ଟରେ ମଧ୍ୟ ଅପିଲ୍‌ କରି ବ୍ରିଜ୍ ଭୂଷଣଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦାବି କରିଛନ୍ତି। ତାଙ୍କର ଅପିଲ୍‌ ଉପରେ ଅଦାଲତ ଦିଲ୍ଲୀ ପୋଲିସ୍‌କୁ ନୋଟିସ୍‌ ଜାରି କରି ଜବାବ ମାଗିଛନ୍ତି। ଆନ୍ଦୋଳନ କରୁଥିବା କୁସ୍ତିଯୋଦ୍ଧା ବିନେଶ ଫୋଗାଟ କହିଛନ୍ତି ଆମକୁ ଅଭିଯୋଗ ଫେରାଇନେବାକୁ ଧମକ ଦିଆଯାଉଛି। ବଜରଙ୍ଗ ପୁନିଆ କହିଛନ୍ତି ବ୍ରିଜ୍ ଭୂଷଣ ସିଂହଙ୍କ ଲୋକମାନେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ନାବାଳିକାଙ୍କ ପରିଜନଙ୍କୁ ଧମକ ଦେଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.