AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଲବାଣୀ: ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
  • ||
  • ଭୁବନେଶ୍ୱର: ରାଜଧାନୀରେ କଙ୍ଗାରୁକୋର୍ଟ, ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
  • ||
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

ସେଲ୍ ଭିତରେ ଜନତା ଦରବାର, ପୁଣି ଭାଇରାଲ ହେଲା ସତ୍ୟେନ୍ଦ୍ର ଜୈନଙ୍କ ଭିଡିଓ

26/11/2022 at 11:26 AM

ନୂଆଦିଲ୍ଲୀ: ବିବାଦ ଓ ସତ୍ଯେନ୍ଦ୍ର ଜୈନ୍ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ । ଆମ୍ ଆଦମୀ ପାର୍ଟିର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ପିଛା ଛାଡ଼ୁନି ବିବାଦ । ତିହାର ଜେଲ୍ ଭିତରର ପୁଣି ଏକ ଭିଡିଓ ଭାଇରାଲ ହୋଇଛି । ସତ୍ୟେନ୍ଦ୍ର ଜୈନ୍ ସେଲ୍ ଭିତରେ ପୂର୍ବ ଜେଲ୍ ଅଧିକ୍ଷକ ଅଜିତ୍ କୁମାରଙ୍କ ସହିତ ବୈଠକ କରୁଥିବାର ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓ ସେପ୍ଟେମ୍ବର 10 ତାରିଖର । ସେହି ସମୟରେ ଅଜିତ୍ କୁମାର ଜେଲ୍ ସୁପରିଟେଣ୍ଡେଣ୍ଟ୍ ଦାୟିତ୍ବରେ ରହିଥିଲେ । ଏହା ସହିତ ସେଲ୍ ଭିତରେ ସତ୍ଯେନ୍ଦ୍ର ଜୈନ୍ କିଛି ଲୋକଙ୍କ ସହିତ ବୈଠକ କରୁଥିବା ଦେଖିବାକୁ ମଧ୍ୟ ମିଳିଛି ।

ମନି ଲଣ୍ଡ୍ରିଂ ମାମଲାରେ ଗରିଫ ହୋଇ ତିହାର ଜେଲରେ ଥିବା ଆପ୍ ମନ୍ତ୍ରୀ ସତ୍ୟେନ୍ଦ୍ର ଦିନକୁ ଦିନ ରାଜନୀତିର ଅଡୁଆ ସୂତା ଭିତରେ ଛନ୍ଦି ହୋଇଯାଉନ୍ତି । ସେଲ୍ ଭିତରର ଗୋଟିଏ ପରେ ଗୋଟିଏ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ମସାଜ ପରେ ଏବେ ଜେଲ୍ ଭିତରେ ଜନତା ଦରବାର ବସାଇଥିବା ଭିଡିଓ ନଜରକୁ ଆସିଛି । କିଛି ଲୋକଙ୍କ ସହିତ ବୈଠକ ବେଳର ଭିଡିଓ ଭାଇରାଲ ହୋଇଛି । ସତ୍ୟେନ୍ଦ୍ର ଜୈନ ପୂର୍ବତନ ଜେଲ୍ ଅଧିକ୍ଷକଙ୍କ ଅଜିତ୍ କୁମାରଙ୍କ ସହିତ ଆଲୋଚନା କରୁଥିବା ଦେଖିବାକୁ ମିଳୁଛି ।

ସେଲ୍ ଭିତରେ ସତ୍ଯେନ୍ଦ୍ର ଜୈନଙ୍କ ଏହି ସିସିଟିଭି ଫୁଟେଜ୍ ସେପ୍ଟେମ୍ବର 10 ତରିଖ ବୋଲି ଜଣାପଡ଼ିଛି । ସେତେବେଳେ ଅଜିତ୍ କୁମାର ଜେଲ୍ ଅଧିକ୍ଷକ ଦାୟିତ୍ବରେ ଥିଲେ । ସତ୍ୟେନ୍ଦ୍ରଙ୍କ ଏହି ଭିଡିଓ ବିଜେପି ନେତା ହରିଶ୍ ଖୁରାନା ନିଜ ଟ୍ବିଟରେ ପୋଷ୍ଟ କରିଛନ୍ତି । ଏହା ପୂର୍ବରୁ ସତ୍ୟେନ୍ଦ୍ର ଜୈନଙ୍କୁ ଜଣେ ଦୁଷ୍କର୍ମ ଅଭିଯୁକ୍ତ ମସାଜ କରୁଥିବାର ଭିଡିଓ ଭାଇରାଲ ହୋଇଥିଲା । ଏହାକୁ ନେଇ ଦିଳ୍ଲୀ ସରକାରଙ୍କୁ ଘେରିଥିଲା ଭାରତୀୟ ଜନତା ପାର୍ଟି । ହେଲେ ଏହାକୁ  କାଉଣ୍ଟର କରି ଏହା ଏକ ପ୍ରକାରର ଚିକିତ୍ସା ବୋଲି ସଫେଇ ଦେଇଥିଲା ଆପ୍ ।

ମନି ଲଣ୍ଡ୍ରିଂ ମାମଲାରେ ଗରିଫ ହୋଇ ତିହାର ଜେଲରେ ଅଛନ୍ତି ସତ୍ୟେନ୍ଦ୍ର ଜୈନ୍ । ଜେଲ୍ ତାଙ୍କୁ ବିଶେଷ ସୁବିଧା ମିଳୁଛି ବୋଲି ଅଭିଯୋଗ ହୋଇଥିଲା । ଏହା ପରେ ଜେଲ୍ ଅଧିକ୍ଷକ ସସପେଣ୍ଡ ହୋଇଥିଲେ ।   

   Related Posts