ଗୁରୁବାର ଦିନ ବୁଦ୍ଧ ପୂର୍ଣ୍ଣିମା ପଡ଼ିବା ଅତ୍ୟନ୍ତ ଶୁଭଙ୍କର : ସୌଭାଗ୍ୟ ପ୍ରାପ୍ତି ପାଇଁ କରନ୍ତୁ ସତ୍ୟନାରାୟଣ ପୂଜା

Published By : Prameya-News7 Bureau | May 07, 2020 IST

ହିନ୍ଦୀ ପଞ୍ଚାଙ୍ଗ ଅନୁସାରେ ଗୁରୁବାର,ମେ ୭ତାରିଖରେ ବୈଶାଖ ମାସର ଅନ୍ତିମ ତିଥି ପୂର୍ଣ୍ଣିମା। ଏହା ପରେ ମେ ୮ରୁ ଜ୍ୟେଷ୍ଠ ମାସ ଆରମ୍ଭ ହୋଇଯିବ। ଏହି ତିଥିରେ ଭଗବାନ ବୁଦ୍ଧଙ୍କ ଜୟନ୍ତୀ ମଧ୍ୟ ପାଳନ କରାଯାଇଥାଏ। ପୂର୍ଣ୍ଣିମା ତିଥିରେ ବିଶେଷ ପୂଜା ପାଠ ଏବଂ ଅନ୍ୟ ଧାର୍ମିକ କାର୍ଯ୍ୟ କରିବାର ପରମ୍ପରା ରହିଛି। ଆସନ୍ତୁ ଜାଣିବା ବୈଶାଖ ପୂର୍ଣ୍ଣିମାରେ କେଉଁ କେଉଁ ଶୁଭ କାମ କରିବା ଉଚିତ୍‌...

ଗୁରୁବାର ଏବଂ ପୂର୍ଣ୍ଣିମା ଯୋଗରେ ଭଗବାନ ସତ୍ୟନାରାୟଣଙ୍କ କଥା ଏବଂ ପୂଜା କରନ୍ତୁ। ପୂର୍ଣ୍ଣିମାରେ ସତ୍ୟ ନାରାୟଣ ଭଗବାନଙ୍କ କଥା କରିବାର ବିଧାନ ରହିଛି। ଗୁରୁବାର ଏବଂ ପୂର୍ଣ୍ଣିମାରେ ଭଗବାନ ବିଷ୍ଣୁଙ୍କ ପୂଜା,ବ୍ରତ-ଉପବାସ କରାଯାଇଥାଏ।

ପୂର୍ଣ୍ଣିମା ତିଥିରେ ହନୁମାନଙ୍କ ସମ୍ମୁଖରେ ଦୀପ ଜଳାଇ ହନୁମାନ ଚାଳିଶା ପାଠ କରନ୍ତୁ। ଓଁ ରାମଦୂତାୟ ନମଃ ମନ୍ତ୍ର ୧୦୮ଥର ଜପ କରନ୍ତୁ। ଯଦି ସମ୍ଭବ ତେବେ ଏହି ଦିନ ସୁନ୍ଦରାକାଣ୍ଡ ପାଠ ମଧ୍ୟ କରିପାରିବେ। ହନୁମାନଙ୍କୁ ସିନ୍ଦୂର ଏବଂ ଚାମେଲି ତେଲ ଚଢ଼ାନ୍ତୁ।

ପୂର୍ଣ୍ଣିମା ତିଥିରେ କୌଣସି ପବିତ୍ର ନଦୀରେ ସ୍ନାନ କରନ୍ତୁ ଏବଂ ସ୍ନାନ ପରେ ଗରିବଙ୍କୁ ଧନ ଦାନ କରିବା ଉଚିତ୍। ଏବେ ଲକଡାଉନ୍ ଯୋଗୁଁ ନଦୀରେ ସ୍ନାନ କରନ୍ତୁ ନାହିଁ। ଘରେ ନଦୀ ନାଁ ଜପ କରି ସ୍ନାନ କରନ୍ତୁ। ସ୍ନାନ ପରେ ଅଭାବୀ ଲୋକଙ୍କୁ ଧନ ଏବଂ ପରିବାପତ୍ର ଦାନ କରନ୍ତୁ। ଏବେ ଖରାଦିନ ଚାଲିଛି,ତେଣୁ ଛତା କିମ୍ବା ପାଣି ଦାନ କରନ୍ତୁ। କୌଣସି ଗରିବଙ୍କୁ ଚପଲ କିମ୍ବା ଜୋତା ମଧ୍ୟ ଦାନ କରି ପାରିବେ।

ପୂର୍ଣ୍ଣିମାରେ ଘରେ ଅଶାନ୍ତି କରନ୍ତୁ ନାହିଁ। ଯେଉଁ ଘରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ହୋଇଥାଏ,ସେଠାରେ ନକରାତ୍ମକତାର ବାସ ହୋଇଥାଏ। ପୂର୍ଣ୍ଣିମାରେ ବାପା-ମାଆ କିମ୍ବା କୌଣସି ଅନ୍ୟ ବୃଦ୍ଧଙ୍କ ଅପମାନ କରନ୍ତୁ ନାହିଁ। ଘରେ ପରିଷ୍କାର-ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦିଅନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.