ମହାକାଳପଡା ୦୮/୧୨: ଭିଟା ମାଟି ଓ ଭାତ ହାଣ୍ଡି ସୁରକ୍ଷା ଦାବିରେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ନିର୍ବାଚନ ମଣ୍ଡଳସ୍ତରୀୟ ବିଜେପିର ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି ।
ମାର୍ଶାଘାଇ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବିଜେପି ନେତା ଭୂବନ ମୋହନ ଜେନାଙ୍କ ନେତୃତ୍ୱରେ ଶତାଧିକ ଦଳିୟ କର୍ମୀ ଗହଣରେ କେୟାର ବାଙ୍କ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ସାଧାରଣ ସଭାରେ ଯୋଗ ଦେଇଥିଲେ । ଶୋଭାଯାତ୍ରାରେ ପୁର୍ବତନ ବିଧାୟକ ଡ. ଅଲେଖ କୁମାର ଜେନା, ଶାରଦା ପ୍ରଧାନ, ବାବୁ ସିଂହ, ଦୁର୍ଯ୍ୟୋଧନ ସାହୁ ବହୁ ରାଜ୍ୟର ତୁଙ୍ଗ ନେତା ଯୋଗ ଦେଇଥିଲେ ।
ଶାସକ ଦଳର ମିଛ ପ୍ରତିଶୃତି ପାଇଁ ସ୍ଥାନୀୟ ଅଧିବାସୀ ମାନଙ୍କ ମୌଳିକ ସମସ୍ୟାର ସମାଧାନ ହୋଇ ପାରୁନାହିଁ । ଶିକ୍ଷା ସ୍ୱାସ୍ଥ୍ୟ, କୃଷି କ୍ଷେତକୁ ଜଳ, ସ୍ଥାୟୀ ପଟ୍ଟା ଆଦି ନାନା ବିଧ ସମସ୍ୟା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ ସତ୍ୟାଗ୍ରହ କାରି । ମହାକାଳପଡା ତହସିଲଦାରଙ୍କ ଜରିଆରେ ମହାମହିମ ରାଜ୍ୟାପାଳଙ୍କୁ ୧୧ ଦଫା ଦାବି ପତ୍ର ପ୍ରଦାନ କରିଥିଲେ ।