ବ୍ରହ୍ମପୁର ୬/୭: ପ୍ରତିବର୍ଷ ରଥଯାତ୍ରା ଆସିଲେ ନିଆରା କଳାକୃତି ପାଇଁ ଚର୍ଚ୍ଚାକୁ ଆସନ୍ତି ବ୍ରହ୍ମପୁରର ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା । ପ୍ରତିବର୍ଷ ସେ କାଳିଆ ପାଇଁ ତିଆରି କରନ୍ତି ରଥ । ବିଶ୍ବର ସବୁଠାରୁ ଛୋଟ ରଥ ନିର୍ମାଣ କରିବା ପରେ କାଳିଆ ପାଇଁ ବିଭିନ୍ନ ସାମଗ୍ରୀରେ ରଥ କରୁଛନ୍ତି ସତ୍ୟ । ଚଳିତ ବର୍ଷ ରଥଯାତ୍ରା ପୂର୍ବରୁ ନିର୍ମାଣ କରିଛନ୍ତି ନନ୍ଦିଘୋଷ ରଥ । ଅବିକଳ ୧୬ଟି ଚକ,୪ଟି ଘୋଡା ,୨ ଓଲଟ ଶୁଆ,ଦଧିନଉତି,ସାରଥୀ ପତିତପାବନ ବାନା ଓ ମହାପ୍ରଭୁ ରହିଛନ୍ତି । ରଥଟି ବେଶ ଛୋଟ ହେଲେ ମଧ୍ୟ ସୁନ୍ଦର ଓ ଆକର୍ଷଣୀୟ ଦେଖାଯାଉଛି । ରଥର ଉଚ୍ଚତା ୩ ଇଞ୍ଚ ଓ ଓସାର ୨ ଇଞ୍ଚ ରହିଛି । ଏହି କୁନି ରଥକୁ ତିଆରି କରିବାକୁ ସତ୍ୟଙ୍କୁ ଗୋଟିଏ ଦିନ ଲାଗିଥିଲା । କେବଳ ଏତିକି ନୁହେଁ କୋଲ୍ଡ ଡ୍ରିଂକ୍ସ ଡବାରେ ଜଗନ୍ନାଥ ତିଆରି କରିଛନ୍ତି ସତ୍ୟ ।
ରାଜ୍ୟ କଂଗ୍ରେସକୁ ଦୃଢ଼ ନେତୃତ୍ୱ ମିଳିଲା, ଦଳ ଆଗକୁ ଆ...
