Chat GPT ଉପରେ କାହିଁକି ରାଗିଲେ ସତ୍ୟ ନାଡେଲା? କହିଲେ-ବୋକା ବନେଇବାକୁ ଚେଷ୍ଟା କରନି

Published By : Prameya-News7 Bureau | January 05, 2023 IST

ବେଙ୍ଗାଲୁରୁ ୫।୧:  ବିରିୟାନୀକୁ ଟିଫିନ କହିବାରୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସୀ (ଏଆଇ) କ୍ଷେତ୍ରରେ କ୍ରାନ୍ତି ଭାବେ ଉଭା ହୋଇଥିବା ‘ଚାଟ୍ ଜିପିଟି’ ଉପରେ କ୍ଷୁବ୍ଧ ହୋଇଛନ୍ତି ସତ୍ୟନାଡେଲା। କହିଛନ୍ତି ଯେ ସେ ନିଜେ ହାଇଦ୍ରାବାଦର ବାସିନ୍ଦା ଓ ହାଇଦ୍ରାବାଦୀ ବିରିୟାନୀ ମାମଲାରେ କେହି ତାଙ୍କୁ ବୋକା ବନେଇପାରିବେନି। ଏହାକୁ ନେଇ ନାଡେଲାଙ୍କୁ କ୍ଷମା ଯାଚନା କରିଛି ସଫ୍ଟୱେର।  

ଚାଟ୍ ଜିପିଟି ଏକ ଲୋକପ୍ରୀୟ କୃତ୍ରିମ ବୁଦ୍ଧିମତା (ଏଆଇ) ସକ୍ଷମ ସଫ୍ଟୱେର ଓ ଚାଟ୍‌ ରୋବଟ୍, ଯାହା ପାଖରେ ଆପଣଙ୍କ ପ୍ରାୟ ପ୍ରଶ୍ନର ଉତ୍ତର ରହିଛି। ନାଡେଲା ଚାଟ୍ ଜିପିଟିକୁ ଭବିଷ୍ୟତରେ ଦକ୍ଷିଣ ଭାରତର ସବୁଠୁ ଲୋକପ୍ରୀୟ ଟିଫିନ ଆଇଟମ ସମ୍ପର୍କରେ ପଚାରିଥିଲେ। ଏହାର ଜବାବରେ ସେ ଆଶାନୁରୂପେ ଇଡଲୀ, ବରା, ଦୋସା ବୋଲି କହିଥିଲା ତେବେ ବିକଳ୍ପରେ ବିରିୟାନୀ ବୋଲି କହିବାରୁ ନାଡେଲା ଅସନ୍ତୋଷ ପ୍ରକାଶ କରିଥିଲେ।

{"id":729396,"sizeSlug":"full","linkDestination":"none"}

ସେ କହିଥିଲେ ଯେ ଜଣେ ହାଇଦ୍ରାବାଦୀ ହୋଇଥିବାରୁ ସଫ୍ଟୱେର ବିରିୟାନୀକୁ ଟିଫିନ କହି ତାଙ୍କ ବୁଦ୍ଧିମତା ଉପରେ ପ୍ରଶ୍ନ ଚିହ୍ନ ଲଗାଇ ପାରିବନି। ନାଡେଲାଙ୍କ ଜବାବରେ ସଫ୍ଟୱେର ତାଙ୍କୁ କ୍ଷମା ମାଗିଥିଲା। କହିଥିଲା ‘ମୁଁ କ୍ଷମା ଚାହୁଁଛି’। ଏହା ପରେ ମଧ୍ୟ ନାଡେଲା ଚାଟ୍ ଜିପିଟିକୁ ଇଡଲୀ ଓ ଦୋସା ମଧ୍ୟରେ ଥିବା ଅନ୍ତର ସମ୍ପର୍କରେ ପଚାରିଥିଲେ। ଏଥିରୁ ସବୁଠୁ ଭଲ କେଉଁଟି ବୋଲି ଜାଣିବାକୁ ଚାହିଁଥିଲେ। ଏହା ପରେ ନାଡେଲା ଇଡଲୀ ଓ ଦୋସା ଡାୟଲଗକୁ ସେକ୍ସପିଅରଙ୍କ ନାଟକରେ ପରିବର୍ତ୍ତିତ କରିବାକୁ ଚାଟ ଜିପିଟିକୁ କହିଥିଲେ।

ନାଡେଲା ବୁଧବାର ବାଙ୍ଗାଲୁରରେ ଅନୁଷ୍ଠିତ ‘ଫ୍ୟୁଚର ରେଡି ଟେକ୍ନୋଲଜି ସମ୍ମିଟ’କୁ ସମ୍ବୋଧିତ କରିବା ଅବସରରେ ଚାଟ ଜିପିଟି ସହ ହୋଇଥିବା ତାଙ୍କ ଅନ୍ତରଙ୍ଗ ଆଳାପର ଅଂଶ ସେୟାର କରିଥିଲେ। ଯାହା ପରେ ସେ ଭାରତରେ ହେଉଥିବା ଅତ୍ୟାଧୁନିକ ଏଆଇ ଓ କ୍ଲାଉଡ ଇନୋଭେସନ ସମ୍ପର୍କରେ ତାଙ୍କର ପ୍ରସ୍ତୁତି ରଖିଥିଲେ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.