ପଦ୍ମପୁରରେ ଲଢ଼ିବେ ସତ୍ୟ ଭୂଷଣ ସାହୁ, କଂଗ୍ରେସରୁ ୩ଥର ହୋଇଛନ୍ତି ବିଧାୟକ

Published By : Prameya-News7 Bureau | November 12, 2022 IST

ଭୁବନେଶ୍ୱର ୧୨।୧୧ : ଧାମନଗର ପରେ ପଦ୍ମପୁର ଉପନିର୍ବାଚନ ପାଇଁ ଏବେଠୁ ଲାଗିପଡ଼ିଛନ୍ତି ୩ ଦଳ । ସକାଳେ ବିଜେପି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଉପରବେଳା କଂଗ୍ରେସ୍‌ ପ୍ରାର୍ଥୀ ନେଇ ଘୋଷଣା କରିଛି । ଦଳ ପକ୍ଷରୁ ସତ୍ୟ ଭୂଷଣ ସାହୁଙ୍କୁ ଟିକେଟ୍‌ ମିଳିଛି । ସତ୍ୟ ଭୂଷଣଙ୍କ ପ୍ରର୍ଥୀତ୍ୱକୁ କଂଗ୍ରେସ ହାଇକମାଣ୍ଡ ଖଡ଼ଗେ ଅନୁମୋଦନ ପ୍ରଦାନ କରିଛନ୍ତି । ସୂଚନା ଥାଉକି ସତ୍ୟ ଭୂଷଣ ପଦ୍ମପୁରରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।

ଅନ୍ୟପଟେ ବିଜେଡି ପଦ୍ମପୁର ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିନଥିବା ବେଳେ ବିଜେପି ପୂର୍ବତନ ବିଧାୟକ ତଥା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି । ଏନେଇ ବିଦ୍ଧିବଧ ଭାବେ ଘୋଷଣା କରିଛି ବିଜେପି କେନ୍ଦ୍ରୀୟ କମିଟି । ଡିସେମ୍ବର ୫ରେ ହେବାକୁ ଥିବା ପଦ୍ମପୁର ଉପନିର୍ବାଚନରେ ପ୍ରଦୀପ ପୁରୋହିତ ଲଢ଼ିବେ । ଆସନ୍ତା ନଭେମ୍ବର ୧୪ ତାରିଖରେ ପ୍ରଦୀପ ନାମାଙ୍କନପତ୍ର ଦାଖଲ କରିବେ।

{"id":708399,"width":715,"height":402,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ପ୍ରଦୀପ ପୁରୋହିତ ୨୦୧୪ରୁ ୨୦୧୯ ଯାଏଁ ପଦ୍ମପୁର ବିଧାୟକ ଥିଲେ । ଅଞ୍ଚଳର ପ୍ରଭାବଶାଳୀ ବିଜେଡି ନେତା ତଥା ବିଧାୟକ ବିଜୟ ରଞ୍ଜନ ସିଂହବରିହାଙ୍କୁ ପରାଜିତ କରି ପଦ୍ମପୁର ଆସନ ହାତେଇଥିଲେ । କୃଷି ସମସ୍ୟା, ଗନ୍ଧମାର୍ଦ୍ଦନର ସୁରକ୍ଷା, ନୃସିଂହନାଥ ପୀଠର ଉନ୍ନତି ଆଦି ପ୍ରସଙ୍ଗରେ ବିଧାନସଭାରେ ପକ୍ଷ ରଖି ଅଞ୍ଚଳବାସୀଙ୍କ ହୃଦୟ ଜିଣିଥିଲେ । ମାତ୍ର ୨୦୧୯ ନିର୍ବାଚନରେ ବିଜୟ ରଞ୍ଜନ ସିଂହବରିହାଙ୍କଠାରୁ ପରାଜିତ ହୋଇଥିଲେ ।

ପ୍ରଦୀପଙ୍କ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଓ ଜନଆନ୍ଦୋଳନରେ ଦକ୍ଷତା ପାଇଁ ବିଜେପି ତାଙ୍କୁ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି କରିଥିଲା । ଏହି ପଦରେ ସେ କାର୍ଯ୍ୟ ସମ୍ପାଦନ କରିଆସୁଥିଲେ । ଏନେଇ ଶ୍ରୀ ପୁରୋହିତ କହିଛନ୍ତି ରାଜନୀତିରେ ପଶିଲା ଦିନଠାରୁ କାମ କରିଆସୁଛି । ଲୋକେ ହିଁ ମୂଲ୍ୟାୟନ କରିବେ ଏବଂ ଦଳକୁ ନିଶ୍ଚିତ ସଫଳତା ମିଳିବ ବୋଲି କହିଛନ୍ତି । ୧୯୮୩ରୁ ଗନ୍ଧମାର୍ଦ୍ଦନ ବଞ୍ଚାଅ ଆନ୍ଦୋଳନରୁ ବିକଳ୍ପ ରାଜନୀତିକୁ ଓହ୍ଲାଇଥିବା ଶ୍ରୀ ପୁରୋହିତ ଅଞ୍ଚଳବାସୀଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ଲଢ଼େଇ କରୁଥିବା ବେଳେ ୨୦୦୯ରେ ବିଜେପିରେ ଯୋଗଦେଇ ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.