scan steel
web-baneer-728x90
WhatsApp Image 2023-12-06 at 12.52.17
krs-300-250-banner english-1
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆଉ ମାତ୍ର ୪୮ ଘଣ୍ଟା: ଶନିବାର ବାରବାଟୀରେ ଦୁଇ ଦଳର ନେଟ୍ ପ୍ରାକ୍ଟିସ, ବ୍ୟାଟସମ୍ୟାନଙ୍କୁ ସୁହାଇବ ପିଚ୍

10/06/2022 at 6:26 PM

କଟକ : ଆଉ ମାତ୍ର ୪୮ ଘଣ୍ଟା ପରେ କମ୍ପିବ ବାରବାଟୀ ଷ୍ଟାଡିୟମ। ମୁହାଁମୁହିଁ ହେବେ ଭାରତ ଏବଂ ଦକ୍ଷିଣ ଆଫ୍ରିକା। ଆସନ୍ତାକାଲି ବାରବାଟୀରେ ନେଟ ପ୍ରାକ୍ଟିସ କରିବେ ଉଭୟ ଦଳ , ତେଣୁ ଗ୍ରାଉଣ୍ଡ ଉପରେ ଖେଳାଳି ମାନେ ପହଁଚିବା ଆଗରୁ ଆଜି ସମସ୍ତ ପ୍ରସ୍ତୁତି ପର୍ବର ପୁଣି ଏକ ରିହର୍ସଲ ହୋଇଛି।

ବାରବାଟୀ ଷ୍ଟାଡିୟମ୍ ପାଇଁ ଏହା ହେବ ୨୭ ତମ ଆନ୍ତର୍ଜାତୀୟ ମ୍ୟାଚ୍ । ଏହାର ଇତିହାସ କହୁଛି , ବାରବାଟୀ ପ୍ରାୟ ସବୁବେଳେ ବ୍ୟାଟସମ୍ୟାନମାନଙ୍କୁ ସୁହାଇଛି । ଗତକାଲି ଦିଲ୍ଲୀରେ ଖେଳା ଯାଇଥିବା ମ୍ୟାଚ୍ ଜାଣାଇ ଦେଇଛି ଯେ , ଉଭୟ ଭାରତ ଏବଂ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ ମାନେ ଜବରଦସ୍ତ ଫର୍ମରେ ଅଛନ୍ତି । ତେଣୁ ବାରବାଟୀର ପିଚ୍ ଉପରେ ୨୪ ଘଣ୍ଟିଆ ନଜର ରଖିଛନ୍ତି କ୍ୟୁରେଟର ଏବଂ ତାଙ୍କ ଟିମ୍ । ଆସନ୍ତାକାଲି ଓଡ଼ିଆ ଉଭୟ ଦଳ ବାରବାଟୀରେ ଅଭ୍ୟାସ କରିବେ , ତେଣୁ ନେଟ ପ୍ରାକ୍ତିସ୍ ପାଇଁ ୪ ଟି ପିଚ୍ ପ୍ରସ୍ତୁତ ହୋଇ ରହିଛି ।

ନୂତନ ଭାବେ ବାରବାଟୀ ଷ୍ଟାଡିୟମର ଆଉଟ୍ ଫିଲ୍ଡ ପ୍ରସ୍ତୁତ କରାଯାଇଛି। ପିଚ୍ ବାଉନ୍ସିଂ ଏବଂ ବ୍ୟାଟିଂ ଉପଯୋଗୀ କରାଯାଇଛି। ଆଉଟ୍ ଫିଲ୍ଡ ଦ୍ରୁତ ରହିଛି। ପିଚ୍ ବ୍ୟାଟସମ୍ୟାନଙ୍କୁ ସୁହାଇବ। ତେଣୁ ଦିଲ୍ଲୀ ମୁକାବିଲା ପରି ବାରବାଟୀରେ ବଡ ସ୍କୋର ଦେଖିବାକୁ ମିଳିପାରେ।

ପ୍ରାକ୍ ମୌସୁମୀ କାଳରେ ହେବାକୁ ଯାଉଛି ଇଣ୍ଟରନ୍ୟାସନାଲ କ୍ରିକେଟ ମ୍ୟାଚ୍ , ତେଣୁ କେତେ ବେଳେବି ବାରବାଟୀ ଷ୍ଟାଡିୟମ ଉପରେ ବର୍ଷାର ପ୍ରଭାବ ପଡିପାରେ।  ତେଣୁ ଲଣ୍ଡନରୁ ଅଣାଯାଇଥିବା ଏହି ଗ୍ରାଉଣ୍ଡ କଭରକୁ ଆଜି ପୁଣିଥରେ ପଡିଆ ଭିତରେ ଢାଙ୍କିବାର ଅଭ୍ୟାସ କରିଛନ୍ତି ଗ୍ରାଉଣ୍ଡ ଷ୍ଟାଫ୍ ମାନେ । ତେଣେ ମ୍ୟାଚର ୨୪ ଘଣ୍ଟା ପୂର୍ବରୁ କିପରି ସ୍ପାଇଡର କ୍ୟାମେରା install ହୋଇପାରିବ , ସେଥିଲାଗି ସ୍ଵତନ୍ତ୍ର ଟିମ ଆଜିଠାରୁ କାମ ଆରମ୍ଭ କରିଦେଇଛନ୍ତି । ଯଦିଓ ବାରବାଟୀ ମୁକାବିଲା ପାଇଁ ଦର୍ଶକ ଗ୍ୟାଲେରୀ ଗୁଡ଼ିକ ପ୍ରସ୍ତୁତ ହୋଇସାରିଛି , ତଥାପି ଭିଆଇପି ମାନଙ୍କ ବସିବା ଲାଗି  ପଡିଆ ଭିତରେ ସ୍ଵତନ୍ତ୍ର ଆୟୋଜନ ହେଉଛି।

ତେବେ ଏହି ୨୭ ତମ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳା ଯିବା ପୂର୍ବରୁ , ନିଜ ଅତୀତକୁ। ମନେ ପକାଇଛନ୍ତି ଧୃତି କେତନ ରାଉତ , ଯିଏ ଗତ ଚାରି ଦଶନ୍ଧି ହେଲା ବାରବାଟୀର ପିଚ୍ ଏବଂ ଆଉଟ୍ ଫିଲ୍ଡକୁ ସଜାଡିବାରେ ଅନେକ ସମୟ ଦେଇଛନ୍ତି । ବାରବାଟୀରେ ଏହା ହେବ ପ୍ରଥମ ଏଲ ଇ ଡି ଫ୍ଲଡ ଲାଇଟ୍ ମ୍ୟାଚ୍ , ଏବଂ ପ୍ରଥମ ଥର ଲାଗି ଖେଳାଳି ମାନଙ୍କ ପାଇଁ ଶ୍ୟାଣ୍ଡ ବେଶ୍ ଡ ଆଉଟ ଫିଲ୍ଡର ବ୍ୟବସ୍ଥା କରିଛି ଆୟୋଜକ ଓସିଏ ।

   Related Posts