ଶନିବାରରେ ଏମିତି କଟିବ ଆପଣଙ୍କ ଦିନ -ଜାଣନ୍ତୁ ଆପଣଙ୍କ ଶୁଭ ରଙ୍ଗ

Published By : Prameya-News7 Bureau | November 29, 2019 IST

ଜ୍ୟୋତିର୍ବିଦ - ତ୍ରିନନ୍ଦନ ମିଶ୍ର

ମେଷ– ଆଜି ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି, କାର୍ଯ୍ୟସିଦ୍ଧି, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଲାଭାନ୍ୱିତ ହେବେ।ଜମିଜମା ବିବାଦ, ପଦୋନ୍ନତି, ଉଚ୍ଚ ପଦସ୍ଥବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ପ୍ରଭୃତି ସୁଫଳ ପାଇବେ।ଶୁଭରଙ୍ଗ କଫି। ଶୁଭ ଅଙ୍କ ୬।

ବୃଷ– ଆକସ୍ମିକ ଯାତ୍ରା, ପଡୋଶିନୀଙ୍କ ସହମତାନ୍ତର, ଆନୁଷ୍ଠାନିକ କାର୍ଯ୍ୟରେ ପ୍ରେରଣା ପାଇବେ।ଉଦ୍ୟମର ସଫଳତା ପ୍ରାପ୍ତି ଦିଗରେ ଜଣେ ଗୌରବର୍ଣ୍ଣ ବ୍ୟକ୍ତିସାହାଯ୍ୟ କରିବେ।ଶୁଭ ରଙ୍ଗ ଲାଲ।ଶୁଭ ଅଙ୍କ ୧।

ମିଥୁନ - ଆଶାନୁଯାୟୀ ଅର୍ଥ ପ୍ରାପ୍ତି ଅବଶ୍ୟ ଘଟିବ କିନ୍ତୁ ପିଲାମାନଙ୍କ ସକାଶେ କିମ୍ବା ଶିକ୍ଷା କ୍ଷେତ୍ର ପାଇଁ ଅଥବା ଜମିଜମା, ଚୁକ୍ତି ପତ୍ର କ୍ଷେତ୍ରରେ ବ୍ୟୟ କରିବାର ମଧ୍ୟ ସୂଚନା ରହିଛି। ଶୁଭ ରଙ୍ଗ ଧଳା।ଶୁଭ ଅଙ୍କ ୪।

କର୍କଟ–ଆଜି ଜହ୍ନମାମୁଁ ଭଳି ନିଜ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି ବିଶେଷଙ୍କ ମାଧ୍ୟମରେ ଆଦର ଓ ସମ୍ମାନ ପାଇବେ। ପାରିବାରିକ କ୍ଷେତ୍ରରେ , ପ୍ରଶାସନିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ।ଶୁଭରଙ୍ଗ କଫି।ଶୁଭ ଅଙ୍କ ୮।

ସିଂହ – ଆକସ୍ମିକ ଖର୍ଚ୍ଚସହ ବାରମ୍ବାର ସ୍ଥାନାନ୍ତର ଓ ଅନ୍ୟମାନଙ୍କ ସମସ୍ୟା ଭିତରେ ନିଜକୁ ସାମିଲ କରିବାକୁ ବାଧ୍ୟ ହୋଇପାରନ୍ତି । ମାନସିକ ସନ୍ତୁଳନ ରକ୍ଷା କରିବାରେ ଅସମର୍ଥ ପୂର୍ବକ ବ୍ୟସ୍ତତା ବୃଦ୍ଧି ପାଇବ। ଶୁଭରଙ୍ଗ ଲାଲ।ଶୁଭ ଅଙ୍କ ୨।

କନ୍ୟାଆତ୍ମୀୟମାନଙ୍କ ସହ ମନାନ୍ତର କିମ୍ବା କଳହ ବ୍ୟତୀତ ଅନ୍ୟ ପ୍ରତ୍ୟେକ ଦିଗରୁ ଦିନଟି ସୁନ୍ଦର ଭାବରେ ଅତିବାହିତ ହେବ। ଅବହେଳା ପ୍ରଦର୍ଶନ କରି ସମାଲୋଚିତ ହୋଇପାରନ୍ତି । ଶୁଭରଙ୍ଗ ବ୍ରାଉନ୍‍।ଶୁଭ ଅଙ୍କ ୫।

ତୁଳା– ଅଭାବ ନ ଥିଲେ କ’ଣ ହେଲା ହାତ ଖାଲିରହିବା ଫଳରେ କିଣିବାକୁ ଇଚ୍ଛା ଥିଲେ ମଧ୍ୟ କିଣି ପାରିବେ ନାହିଁ। ପରିସ୍ଥିତି ବଶତଃ ଇଚ୍ଛା ବିରୋଧରେ କୌଣସି କାମକରି ଅନୁତାପ କରିବାକୁ ପଡିପାରେ।ଶୁଭରଙ୍ଗଧଳା।ଶୁଭ ଅଙ୍କ ୧।

ବିଛା–ସ୍ୱାସ୍ଥ୍ୟ ସମସ୍ୟା ସ୍ଥିର ରହିବ।ଈର୍ଷା କରୁଥିବା ଲୋକମାନଙ୍କର ପରୋକ୍ଷ ଚୁପ୍‍ଚାପ୍‍ କଥା ମନରେ ଅସ୍ଥିରତା ସୃଷ୍ଟି କରିପାରେ । ରାହୁଙ୍କ ଦୋଷରୁ କର୍ମକ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି  ।ଶୁଭରଙ୍ଗ ନୀଳ।ଶୁଭ ଅଙ୍କ ୬।

ଧନୁ – ଆଲୋଚନା ପରିସରରେ କିମ୍ବା ସଭା ସମିତିରେ ନିଜର କିଛି ମତ ମନ୍ତବ୍ୟକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ।ଭ୍ରମଣ, ବନ୍ଧୁ ମିଳନରୁ ମନ ଖୁସି ରହିବ।ଶୁଭରଙ୍ଗ କ୍ରୀମ୍‍।ଶୁଭ ଅଙ୍କ ୨।

ମକର– ଆଜିଘରେ ଯେମିତି ବାହାରେ ମଧ୍ୟ ସେମିତି ସବୁଠି ଆଦର ଓ ସମ୍ମାନ, ପ୍ରଶଂସାମଧ୍ୟରେ ମନ ଖୁସି ହୋଇଯିବ। ଅନ୍ୟ ଦ୍ୱାରା ଧନ ହାନିର ସୂଚନା ପ୍ରତି ସତର୍କ ରହିବା ଭଲ।ଶୁଭରଙ୍ଗ ମେରୁନ୍‍।ଶୁଭ ଅଙ୍କ ୫।

କୁମ୍ଭ –କର୍ମକ୍ଷେତ୍ରରେ ବନ୍ଧୁମାନେ ଅସହଯୋଗ ମନୋବୃତ୍ତି ପୋଷଣ କରି ସମସ୍ୟା ସୃଷ୍ଟି କରିପାରନ୍ତି। ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟିହେବାର ଆଶଙ୍କା ରହିଛି।ଶୁଭରଙ୍ଗ ନୀଳ।ଶୁଭ ଅଙ୍କ ୯।

ମୀନ - ଆଜି ଅବୁଝା ସନ୍ତାନ, ଅନାଦର ଆମନ୍ତ୍ରଣ , ଅଯଥା ତର୍କ ଜନିତ ବ୍ୟସ୍ତତା ବୃଦ୍ଧି ପାଇବ।କିନ୍ତୁ ମଙ୍ଗଳଙ୍କ ସୁପ୍ରଭାବରୁ ଆର୍ଥିକ ଉନ୍ନତି ହେବ।ସଭା ସମିତି କ୍ଷେତ୍ର ଉତ୍ତମ ରହିବ।ଶୁଭ ରଙ୍ଗ ଗ୍ରୀନ୍‍।ଶୁଭ ଅଙ୍କ ୩।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.