ଭାରତ ପାକିସ୍ତାନ ମ୍ୟାଚରେ ଲାଗିଲା ୧୫୦୦ କୋଟି ଟଙ୍କା ସଟ୍ଟା

Published By : Prameya-News7 Bureau | June 16, 2019 IST

ନୂଆଦିଲ୍ଲୀ ୧୬/୬ : ଆଇସିସି ୱାର୍ଲଡକପ ୨୦୧୯ରେ ଆଜି ଭାରତ ପାକିସ୍ତାନ ମଧ୍ୟରେ ମହାମୁକାବିଲା ଅଛି । ମଞ୍ଚେଷ୍ଟରରେ ଏହି ମ୍ୟାଚ ଖେଳାଯିବ । ଭାରତ ପାକିସ୍ତାନ ମ୍ୟାଚକୁ ନେଇ ୧୫୦୦ କୋଟି ଟଙ୍କାରୁ ଅଧିକ ସଟ୍ଟା ଲାଗିସାରିଲାଣି । ଫରିଦାବାଦ, ଗାଦିଆବାଦ, ୧. ନୋଏଡା, ଗୁରୁଃଗ୍ରାମରେ ସଟ୍ଟା ବଜାର ନେଟୱାର୍କ ବହୁତ ମଜବୁତ ।

{"id":123445,"width":583,"height":351}

ସୂତ୍ର ଅନୁଯାୟୀ, ଭାରତୀୟ ଖେଳାଳିଙ୍କୁ ନେଇ ମୂଲ୍ୟ ନିର୍ଧାରଣ କରାଯାଇଛି । ଉଦାହରଣସ୍ୱରୂପ, ଯଶପ୍ରୀତ ବୁମରାହଙ୍କ ପାଇଁ ୧୫ ଟଙ୍କା, ମହମ୍ମଦ ଆମିରଙ୍କ ପାଇଁ ୬ ଟଙ୍କା । ବୋଲରଙ୍କ ପାଇଁ ସଟ୍ଟା ଲଗାଯାଇଛି । କିଏ ଶତକ କରିବେ କିଏ ଅର୍ଦ୍ଧଶତକ କରିବେ ତାଙ୍କ ଉପରେ ମଧ୍ୟ ସଟ୍ଟା ଲଗାଯାଇଛି । ଭାରତୀୟ ଅଧିନାୟକ ବିରାଟ କୋହଲି, ପାକିସ୍ତାନର ବାବର ଆଜମ, ଫକର ଜମାଙ୍କ ଉପରେ ସଟ୍ଟା ଲଗାଯାଇଛି ।

{"id":123444,"width":581,"height":333}

ପୋଲିସ ସୂତ୍ର ଅନୁଯାୟୀ, ସଟ୍ଟା ବଜାରରେ ଭାରତର ପଲ୍ଲା ଭାରି ରହିଛି । ସଟ୍ଟା କେବଳ ମ୍ୟାଚର ଫଳାଫଳ ଉପରେ ନୁହଁ ବରଂ ପ୍ରତି ଓଭର, ଗୋଟିଏ ଗୋଟିଏ ବଲ, କିଏ କେତେ ରନ କରିବେ, କିଏ କେତେ ୱିକେଟ ନେବେ ସେ ସମସ୍ତ ଉପରେ ଟଙ୍କା ଲଗାଯାଇଛି । ଆଇପିଏଲ ମ୍ୟାଚ ଭଳି ଏହି ମ୍ୟାଚରେ ମଧ୍ୟ କଲେଜ ଛାତ୍ର, ବ୍ୟବସାୟୀ, ହୋଟେଲ ମାଲିକ, କ୍ରିକେଟ ପ୍ରଶଂସକ, କର୍ପୋରେଟ ମହିଳା ଆଦି ସଟ୍ଟାରେ ଟଙ୍କା ଲଗାଇଛନ୍ତି । ୬୦ ପ୍ରତିଶତରୁ ଅଧିକ ଭାରତର ବିଜୟ ଉପରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.