ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଚାନ୍ଦବାଲି : ଦୁର୍ଘଟଣା ପରେ ଡଙ୍ଗାରୁ ନଦୀକୁ ଖସିପଡିଲେ ୨ ଜଣ, ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସୁରକ୍ଷିତ ଉଦ୍ଧାର
  • ||
  • ରାହୁଲ ଗାନ୍ଧିଙ୍କୁ ଝଟକା ।। ରଦ୍ଦ ହେଲା ଲୋକସଭା ସଦସ୍ୟତା
  • ||
  • ସମ୍ବଲପୁର : ସମ୍ବଲପୁରରୁ ନକଲି ମଦ କାରଖାନା ଠାବ, ମଦ ତିଆରି ସାମଗ୍ରୀ ଜବତ
  • ||
  • ଭୁବନ : ମାମୁଁ ଘର ଯିବାବେଳେ ଧକ୍କା ଦେଲା ଟ୍ରକ୍ : ଚାଲିଗଲା ଝିଅର ଜୀବନ, ବାପା ଗୁରୁତର
  • ||
  • ସାନଖେମୁଣ୍ଡି : ମନ୍ଦିର ନିର୍ମାଣରେ ବ୍ୟବହୃତ ଗାଡି ପୋଡିଦେଲେ ଅଜଣା ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ବର : କେଶରୀ ରିୟଲ ଇଷ୍ଟେଟ୍ ଅଫିସରେ ED ରେଡ୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ପୁରୀ : ପୁରୀ ବେଳାଭୂମିରେ ମରିପଡିଛି ଅଲିଭ୍ ରିଡ୍‌ଲେ, ନିକଟରେ ପଡିରହିଛି ଅଣ୍ଡା
  • ||
  • କାମାକ୍ଷାନଗର : ମାରଣାସ୍ତ୍ର ଦେଖାଇ ଲୁଟ୍, ଗ୍ରାହକ ସେବାକେନ୍ଦ୍ର ମାଲିକଙ୍କଠାରୁ ୨ଲକ୍ଷ ଟଙ୍କା ଲୁଟିନେଲେ ଦୁଇ ଲୁଟେରା
  • ||
  • ଯାଜପୁର : ଦୀର୍ଘ ୧୬ ଘଣ୍ଟା ପରେ ନଦୀରୁ ମିଳିଲା ମହିଳାଙ୍କ ମୃତଦେହ, ଗୁରୁବାରଠୁ ଥିଲେ ନିଖୋଜ
  • ||
  • ଘଟଗାଁ : ଶିକ୍ଷକଙ୍କ ମନମୁଖି କାର୍ଯ୍ୟକୁ ଗ୍ରାମବାସୀଙ୍କ ବିରୋଧ, ଆଉ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ପାଇଁ ଦାବି
  • ||

ପରଲୋକରେ Satish Kaushik, କଙ୍ଗନା କହିଲେ- ସେ ମୋ ପାଇଁ ପ୍ରେରଣାଦାୟୀ ଥିଲେ…

9/03/2023 at 9:21 AM

Satish Kaushik passes away

ମୁମ୍ବାଇ ୦୯।୦୩ : ଦୁଇ ଦିନ ତଳେ ହୋଲି ଖେଳିଥିଲେ । ନିଜେ ବି ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଥିଲେ । ହେଲେ ସତୀଶ କୌଶିକଙ୍କ ନିଧନ ଖବର ସମସ୍ତଙ୍କୁ ଚକିତ କରିଦେଇଛି । ମାତ୍ର ୬୬ ବୟସରେ ଆଖିବୁଜିଛନ୍ତି ଏହି ଭେଟେରାନ୍‌ । ପିଲ୍ମ ଜଗତ ସ୍ତବ୍ଦ, ଫ୍ୟାନ୍ସ ବି ନିରବ ।

ଗୁରୁବାର ସକାଳ ସମୟରେ ବରିଷ୍ଠ ଅଭିନେତା ଅନୁପମ୍‌ ଖେର୍‌ ଟ୍ୱିଟ୍‌ କରି ସତୀଶ କୌଶିକଙ୍କ ଦେହାନ୍ତ ନେଇ ସୂଚନା ଦେଇଥିଲେ । ଏହା ସହିତ ଅନୁପନ ଖେର୍‌ ଲେଖିଥିଲେ କି, ମୋର ୪୫ ବର୍ଷର ସାଙ୍ଗ ଆଉ ନାହିଁ ।

ସେହିପରି ଫିଲ୍ମ ଅଭିନେତ୍ରୀ କଙ୍ଗନା ରଣାୟତ୍ତ ମଧ୍ୟ ଟ୍ୱିଟ୍‌ କରି ନିଜର ଶୋକ ଜାହିର କରିଛନ୍ତି । ସେ ଲେଖିଛନ୍ତି ଯେ, ସତୀଶ କୌଶିକଙ୍କ ସହିତ ମୁଁ ଏମରଜେନ୍ସି ଫିଲ୍ମରେ କାମ କରିଛି । ଏ ଦୁଃଖଦ ଖବର  ଶୁଣି ମୁଁ ସ୍ତବ୍ଧ । ସତୀଶ କୌଶିକ ମୋ ପାଇଁ ଏକ ପ୍ରେରଣଦାୟୀ ଲୋକ ଥିଲେ । ସେ ଜଣେ ସଫଳତମ ଅଭିନେତା ଏବଂ ନିର୍ଦ୍ଦେଶକ ଥିଲେ ।

ମଧୁର ଭଣ୍ଡାରକର ଲେଖିଛନ୍ତି ଯେ, ମୋ ସାଙ୍ଗର ଦେହାନ୍ତ ଖବର ଶୁଣି ମୁଁ ଚକିତ ଅଛି । ସତୀଶଙ୍କ କାମ ପାଇଁ  ଫିଲ୍ମ ଜଗତ ସବୁବେଳେ ମନେ ରଖିବ।ସତୀଶଙ୍କ ପରିବାର ପ୍ରତି ମୋ ସମବେଦନା  ରହିଛି ।   

ସୂଚନାଯୋଗ୍ୟ ଯେ. ହୋଲିର ପୂର୍ବ ଦିନ ସେ ନିଜର କିଛି ସାଥୀ କଳାକରଙ୍କ ସହ ହୋଲି ଖେଳିଥିଲେ । ସତୀଶ କୌଶିକଙ୍କ ସହ ଜାଭେଦ ଅଖତାର, ରିଚା ଚଡ୍ଡା, ଅଲ୍ଲି ଜାଫର ଉପସ୍ଥିତ ରହିଥିଲେ । ଯାହାର ଫଟୋ ସେ ନିଜ ସୋସିଆଲ୍‌ ମିଡିଆ ଆକାଉଣ୍ଟରେ ସେୟାର କରିଥିଲେ ।

   Related Posts