Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

କେତେ ସମ୍ପତ୍ତିର ମାଲିକ ଥିଲେ ସତୀଶ କୌଶିକ ? ଜାଣନ୍ତୁ କେଉଁଠୁ କରୁଥିଲେ ରୋଜଗାର…

9/03/2023 at 3:52 PM

ମୁମ୍ବାଇ ୦୯।୦୩; ସମସ୍ତଙ୍କୁ ହସାଉଥିବା ସତୀଶ କୌଶିକ ଦୁନିଆକୁ ଅଲବିଦା କହିଛନ୍ତି । ହୃଦଘାତରେ ୬୬ ବର୍ଷ ବୟସରେ ତାଙ୍କ ମୃତ୍ୟୁ ହୋଇଛି । ଏଥିରେ ପୁରା ଫିଲ୍ମ ଇଣ୍ଡଷ୍ଟ୍ରି ସ୍ତବ୍ଧ ହୋଇଯାଇଛି । ଇଣ୍ଡଷ୍ଟ୍ରିରେ ଦୀର୍ଘ ସମୟ ବିତାଇଥିବା ସତୀଶ କୌଶିକ ‘ମୌସୁମ’ ଫିଲ୍ମରେ ସହକାରୀ ନିର୍ଦ୍ଦେଶକ ଭାବରେ ଆରମ୍ଭ କରିଥିଲେ ନିଜର କ୍ୟାରିଅର୍ । ସେ ତାଙ୍କ ପତ୍ନୀ ଶଶି କୌଶିକ ଏବଂ ଝିଅ ବଂଶିକାଙ୍କ ପାଇଁ କୋଟି କୋଟି ଟଙ୍କାର ସମ୍ପତ୍ତି ଛାଡି ଯାଇଛନ୍ତି ।

ସତୀଶ କୌଶିକ ତାଙ୍କ ଦମରେ କୋଟି କୋଟି ଟଙ୍କାର ମାଲିକ ହୋଇଥିଲେ । କୁହାଯାଉଛି କି ୨୦୨୩ ସୁଦ୍ଧା ସତୀଶ କୌଶିକଙ୍କର ମୋଟ ସମ୍ପତ୍ତି ରହିଛି ୪୦ କୋଟି ଟଙ୍କା । ତେବେ ଅନ୍ୟ କେତେକ ଗଣମାଧ୍ୟମ ରିପୋର୍ଟରେ ତାଙ୍କର ମୋଟ ସମ୍ପତ୍ତି ୫୦ କୋଟି ସମ୍ପତ୍ତି ରହିଛି ।

ଫିଲ୍ମ ଇଣ୍ଡଷ୍ଟ୍ରି ବ୍ୟତୀତ ସତୀଶ କୌଶିକ ବ୍ୟବସାୟରେ ମଧ୍ୟ ସକ୍ରିୟ ଥିଲେ । ଅଭିନୟ ଏବଂ ନିର୍ଦ୍ଦେଶନା ବ୍ୟତୀତ ସେ ଅନେକ ବ୍ୟବସାୟରେ ବିନିଯୋଗ କରିଥିଲେ । ସତୀଶ ୧୯୮୫ରେ ଶଶି କୌଶିକଙ୍କୁ ବିବାହ କରିଥିଲେ । ପରେ ୧୯୯୬ ରେ ତାଙ୍କ ପୁଅ ଶାନୁ କୌଶିକଙ୍କ ଦେହାନ୍ତ ହୋଇଥିଲା । ଏହାପରେ ୨୦୧୨ରେ ସରୋଗସି ଜରିଆରେ ଝିଅ ବସିଂକାର ଜନ୍ମ ହୋଇଥିଲା ।

୧୩ ଏପ୍ରିଲ୍ ୧୯୫୬ରେ ହରିୟାଣାର ମହେନ୍ଦ୍ରଗଡରେ ଜନ୍ମ ଗ୍ରହଣ କରିଥିବା ସତୀଶ ୧୯୭୨ରେ  ଦିଲ୍ଲୀର କିରୋଡିମଲ କଲେଜରୁ ସ୍ନାତକ ହାସଲ କରିଥିଲେ । ସେ ଏନଏସଡି ଏବଂ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ଛାତ୍ର ମଧ୍ୟ ରହିସାରିଛନ୍ତି ।

   Related Posts