ନୂଆଦିଲ୍ଲୀ ୧୧।୧: କରୋନାରେ ଚୀନ୍ର ଅବସ୍ଥା ଏବେ ଅନିୟନ୍ତ୍ରିତ ହୋଇପଡିଛି। ପରିସ୍ଥିତି ଏତେମାତ୍ରାରେ ବିଗିଡି ଯାଇଛି ଯେ କରୋନା ପ୍ରାରମ୍ଭିକ ପର୍ଯ୍ୟାୟରେ ମଧ୍ୟ ଏପରି ଅବସ୍ଥା ଉପୁଜିନଥିଲା। ଚୀନ୍ରେ ଏବେ ରେକର୍ଡ ସଂଖ୍ୟକ ମୃତ୍ୟୁ ହେଉଛି। ସେହିପରି ରେକର୍ଡ ସଂଖ୍ୟକ ଗୁରୁତର ଅସୁସ୍ଥ ହସ୍ପିଟାଲମାନଙ୍କରେ ଭର୍ତ୍ତି ହୋଇଛନ୍ତି। ତେବେ ଚୀନ୍ ଏ ସବୁକୁ ଏବେବି ଅସ୍ୱୀକାର କରିଚାଲିଛି।
ଚୀନ୍ ତଥ୍ୟକୁ ଏପରି ଲୁଚାଉଛି ଯେ ବାସ୍ତବିକ ସ୍ଥିତି ବୁଝିବା ବି ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଲାଗି ଆହ୍ୱାନ ପାଲଟିଛି।ତେବେ ଚୀନ୍ରେ ଉପୁଜିଥିବା କରୋନା ପରିସ୍ଥିତିର ଉପଗ୍ରହ ଚିତ୍ରଏବେ ଆସିଯାଇଛି। ଏହି ସବୁ ଛବିରେ ଚୀନ୍ର ଶ୍ମଶାନ ମାନଙ୍କରେ ଲୋକଙ୍କ ଲମ୍ବା ଧାଡି ଦେଖିବାକୁ ମିଳୁଛି। ଯେଉଁଥିରୁ ଦେଶରେ ହେଉଥିବା ରେକର୍ଡ ସଂଖ୍ୟକ ମୃତ୍ୟୁର ସତ୍ୟତା ଏବେ ସାମ୍ନାକୁ ଆସୁଛି। ତେବେ ଚୀନ୍ ସରକାରୀ ଗଣମାଧ୍ୟମ ଏବେବି ଦେଶରେ କରୋନା ଯୋଗୁ ମାତ୍ର ୫ହଜାର ୨୦୦ ମୃତ୍ୟୁ ହୋଇଥିବା ଦାବି କରୁଛି।
{"id":732052,"sizeSlug":"full","linkDestination":"none"}କରୋନା ଏବେ ଚୀନ୍ରେ ଅନିୟନ୍ତ୍ରିତ ହୋଇଯାଇଛି। ପରିସ୍ଥିତି ଏପରି ହୋଇଛି ଯେ ଦେଶରେ ଏବେ ଦୈନିକ ୫ ହଜାର ମୃତ୍ୟୁ ହେଉଛି। ଏହି ସବୁ ମୃତ୍ୟୁ କରୋନା କାରଣରୁ ହେଉଛି। ଗୋଟିଏ ପଟେ ଚୀନ୍ ଦେଶରେ ୫ ହଜାର ମୃତ୍ୟୁ ହୋଇଥିବାର ଦାବି କରୁଥିବା ବେଳେ ଅନ୍ୟ ପଟେ ଦୈନିକ ୫ ହଜାର ମୃତ୍ୟୁରୁ ଚୀନ୍ ଏବେବି କରୋନାର ବିପଦକୁ ଠିକ ଭାବେ ବୁଝି ନଥିବା କୁହାଯାଉଛି ଓ ବିଶ୍ୱକୁ ଏବେବି ଭ୍ରମିତ କରୁଛି।
ମକ୍ସାର ଟେକ୍ନୋଲଜି ପକ୍ଷରୁ ଯେଉଁ ଉପଗ୍ରହ ଚିତ୍ର ଜାରି କରାଯାଇଛି ସେଥିରେ ଚୀନରେ ଅନେକ ପ୍ରକାରର ପରିବର୍ତ୍ତନ ଦେଖାଯାଉଛି। ଏଥିରେ ରାଜଧାନୀ ବେଜିଂ ସୀମାକୁ ଲାଗି ଏକ ନୂଆ ଶ୍ମଶାନର ନିର୍ମାଣ କରାଯାଇଥିବା ବେଳେ କୁନମିଙ୍ଗ, ନାନଜିଆଙ୍ଗ, ଚେଙ୍ଗଡୁ, ତାଙ୍ଗସାନ ଓ ହୋଝୋଉ ଭଳି ସହରମାନଙ୍କର ଶ୍ମଶାନ ବାହାରେ ବାହାନର ଲମ୍ବା ଧାଡି ଦେଖିବାକୁ ମିଳୁଛି। ଯାହା କରୋନାରେ ଚୀନ୍ର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ପ୍ରମାଣିତ କରୁଛି।
{"id":732053,"sizeSlug":"full","linkDestination":"none"}ଚୀନ୍ ହସ୍ପିଟାଲମାନଙ୍କରେ କେବଳ ଭିତ୍ତିଭୂମି ସୁବିଧା ନୁହେଁ ଔଷଧର ଘୋର ଅଭାବକୁ ମଧ୍ୟ ଦର୍ଶାଉଛି। ଚୀନ୍ରୁ ସାମ୍ନାକୁ ଆସୁଥିବା ଏହି ଉପଗ୍ରହ ଚିତ୍ରରୁ ଜିନପିଙ୍ଗ ସରକାରଙ୍କ ତ୍ରୁଟିକୁ ମଧ୍ୟ ଉଜାଗର କରୁଛି ଯାହା ଦେଶରେ କରୋନା ବିସ୍ଫୋରଣ କରିଛି। ଚୀନ୍ ପ୍ରଥମରୁ ଜିରୋ କୋଭିଡ୍ ନୀତିରେ କାମ କରୁଥିଲା। ଏଥିରେ ଯେଉଁଠାରୁ ବି କେହି ସଂକ୍ରମିତ ମିଳୁଥିଲେ ସେଠାରେ ସରକାର ଲକଡାଉନ କରିଦେଉଥିଲେ। ବାରମ୍ବାର ଲକଡାଉନ ଯୋଗୁ ଅତିଷ୍ଠ ଲୋକେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିବାରୁ ସରକାର କୌଣସି ଔପଚାରିକତା ନରଖି ଅଚାନକ ଜିରୋ କୋଭିଡ ନୀତି ପ୍ରତ୍ୟାହାର କରିନେଇଥିଲେ। ଫଳରେ ଦେଶରେ କରୋନା ବିସ୍ଫୋରଣ ହୋଇଛି।