suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

ଗୁଣି ଗାରେଡି ସନ୍ଦେହରେ ଶ୍ୱଶୁରକୁ ମାରିଲା ଜ୍ୱାଇଁ, ଅଭିଯୁକ୍ତ ଗିରଫ

25/01/2023 at 5:06 PM

ରାଉରକେଲା ୨୫/୦୧: ଗୁଣି ଗାରେଡ଼ି ସନ୍ଦେହରେ ବୃଦ୍ଧାକୁ ହତ୍ୟା । ଗୁରୁତର ଦାଦା ଶଶୁର ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି । ଅଭିଯୁକ୍ତ ଜ୍ୱାଇଁ ମୋନା କୁମାରକୁ ଗିରଫ କରିଛି ଵିଶ୍ରା ପୋଲିସ ।

ମଙ୍ଗଳବାର ରାତି ପ୍ରାୟ ୯ଟାରେ ବିଶ୍ରା ଥାନା କେତେପୁର କୁମ୍ଭାର ଟୋଲି ଗାଁରେ ଘଟିଛି ହତ୍ୟାକାଣ୍ଡ । ଜ୍ୱାଇଁକୁ ଶାଶୁ ଶ୍ୱଶୁର ଗୁଣି ଶିଖାଇବା ସହ ଜ୍ୱାଇଁକୁ ତାର ଛୁଆକୁ ମାଗିଥିଲେ ବଳି । ତେବେ ଏଥିରା ରାଗିଯାଇଥିଲେ ଜ୍ୱାଇଁ ମୋନା କୁମାର । ଆଉ ରାଗି ଯାଇ ଘଟାଇଥିଲା ନାରକୀୟ କାଣ୍ଡ ।

ଗିରଫ ପରେ ଅଭିଯୁକ୍ତ ମୋନା କୁମାର ପୋଲିସ ଆଗରେ କହିଛି ସତକଥା । ସେପଟେ ପୋଲିସ ଘଟଣାର ଅଧିକ ତଦନ୍ତ କରୁଥିବା ବେଳେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

   Related Posts