Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅଖ୍ୟାତ ପଲ୍ଲୀର ପଦ୍ମ ‘ସସ୍ମିତା’, ଚମତ୍କାର ଅଭିନୟ ପାଇଁ ପାଇଲେ ଅନ୍ତର୍ଜାତୀୟ ସିନେ ପୁରସ୍କାର

21/09/2021 at 6:23 PM

ନୀଳଗିରି, ୨୧/୦୯: ନୀଳଗିରି ବ୍ଲକ ଅଧିନ ସିଆଡ଼ିମାଳ ପଞ୍ଚାୟତ ବାହାବନ୍ଧ ଗ୍ରାମର ଆଦିବାସୀ ଝିଅ ସସ୍ମିତା। ସାରା ଗାଁରେ ସମସ୍ତଙ୍କ ପାଖେ ସେ ସିଲି ଭାବେ ପରିଚିତ। ସିଲିଙ୍କୁ ତାଙ୍କ ଗାଁ ମାଟିରେ ଅନ୍ତର୍ଜାତୀୟ ଫିଲ୍ମ ପୁରସ୍କାର ମିଳିଛି। ଭୁବନେଶ୍ୱର ଜେବିଏସ ଓ ଓରିଫାର୍ମିଂ ପକ୍ଷରୁ ଆୟୋଜିତ କୋଭିଡ୍-୧୯ ଅନ୍ତର୍ଜାତୀୟ ଆଦିବାସୀ ଫିଲ୍ମ ଫେଷ୍ଟିଭାଲ-୨୦୨୧ରେ ସିଲି ଶ୍ରେଷ୍ଠ ଶିଶୁକଳାକାର ଭାବେ ମନୋନୀତ ହୋଇଥିଲେ । ଗତ ଶନିବାର ଦିନ ସକାଳେ ଫିଲ୍ମ ଫେଷ୍ଟିଭାଲର ଆୟୋଜକ ସତ୍ୟବ୍ରତ ଜେନା ବାହାବନ୍ଧରେ ପହଞ୍ଚି ଶ୍ରେଷ୍ଠ ଫିଲ୍ମ ‘କରୋନା କାଳରେ ଜଣେ କୁନି ଖପରା ଶିଳ୍ପୀ’ର ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଶିଳ୍ପୀ କେଶୁ ଦାସ, ଶ୍ରେଷ୍ଠ ଶିଶୁ କଳାକାର ଭାବେ ସସ୍ମିତା ବେହେରା (ସିଲି) ଏବଂ ଶ୍ରେଷ୍ଠ ଆଲୋଚକ ଭାବେ ବିଜୟ ଆଚାର୍ଯ୍ୟଙ୍କୁ ପ୍ରମାଣ ପତ୍ର, ଟ୍ରଫି, ଫୁଲ ତୋଡ଼ା ଦେବା ସହିତ ପୁରସ୍କୃତ କରିଥିଲେ।

ମୁଖ୍ୟ ଅତିଥି ଭାବେ ନୀଳଗିରି ରାଣୀ ମନୋଜା ମଞ୍ଜରୀ ଦେବୀ ସିଲିକୁ ଉତ୍ସାହିତ କରିବା ସହିତ ନିଜ ଝିଅ ଭାବେ ଗ୍ରହଣ କରିଥିଲେ। ଏହା ସହ ଆରବିଆଇର ପୂର୍ବତନ ବରିଷ୍ଠ ସାଧାରଣ ପ୍ରବନ୍ଧକ ଗଙ୍ଗ ନାରାୟଣ ରଥଙ୍କ ଦ୍ୱାରା ଦିଆଯାଇଥିବା ସ୍ମାର୍ଟ ଫୋନକୁ ଓଡ଼ିଆ ଗାଳ୍ପିକ ଉଦୟ ନାରାୟଣ ଦାସ ପ୍ରଦାନ କରିଥିଲେ। ସେହିପରି କୋଶମ୍ୱ ମେଳା କମିଟିର ଅଧ୍ୟକ୍ଷ ଏଥିରେ ଯୋଗଦେଇ ସିଲିକୁ ୫୦୦୦ ଟଙ୍କା ପୁରସ୍କୃତ କରିଥିଲେ।

ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ଆଇଏଏସ୍ ଅଧିକାରୀ ଦେବେନ୍ଦ୍ର ମହାପାତ୍ର ଯୋଗ ଦେଇ ସିଲିର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ। ବାଲେଶ୍ୱର ଅଖଣ୍ଡ ଭାରତ ଫିଲ୍ମ ଫେଷ୍ଟିଭାଲ୍‌ର ମୁଖ୍ୟ ରଶ୍ମି ରଞ୍ଜନ ଦାଶ ଗ୍ରାମର ଉନ୍ନତି ପାଇଁ ଆଗେଇ ଆସିବାକୁ କହିଥିଲେ। ଏହି କାର୍ଯ୍ୟକ୍ରମରେ ବୈଦ୍ୟନାଥ ବେହେରା ସଭାପତିତ୍ୱ କରିଥିବା ବେଳେ ଯୁବ ସଂଗଠକ କୁଶ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଆଦିବାସୀ ମାନଙ୍କର କରମା ପୂଜା ଅବସରରେ ପାରମ୍ପରିକ ବାଦ୍ୟ ଓ ନୃତ୍ୟରେ ପରିବେଶ ମନମୁଗ୍ଧକର ହୋଇ ଉଠିଥିଲା।

   Related Posts