AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ ତନାଘନା, ଗୁଳିମାଡ଼ ସ୍ଥାନରେ ମେଟାଲ ଡିଟେକ୍ଟର ଯାଞ୍ଚ
  • ||
  • କଟକ: ସବ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ, ରେକର୍ଡ ରୁମ୍‌ରେ ଲାଗିଲା ନିଆଁ
  • ||
  • ଭୁବନେଶ୍ୱର: ଜେଲ୍‌ରେ ପରୀକ୍ଷା ଦେବେ ଅର୍ଚ୍ଚନା, ଅନୁମତି ଦେଇଥିଲେ କୋର୍ଟ
  • ||

ସ୍ମୃତି ଇରାନୀଙ୍କ ଆରୋପ ଉପରେ ଉତ୍ତର ରଖିଲା ବିଜେଡି

7/10/2018 at 4:14 PM

ଭୁବନେଶ୍ୱର ୭/୧୦ : କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଆରୋପ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି | ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ବାରମ୍ବାର ବିଜେପିର ନେତା ଆୟୁଷ୍ମାନ ଯୋଜନା କଥା ଉଠାଉଛନ୍ତି | ହେଲେ ଆୟୁଷ୍ମାନ ଯୋଜନାଠାରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଲକ୍ଷେ ଗୁଣରେ ଭଲ | ଏଥିରେ ମହିଳାମାନଙ୍କ ପାଇଁ ଅଧିକ ୨ ଲକ୍ଷ ଟଙ୍କାର ସୁବିଧା ରହିଛି | ସେଥିପାଇଁ ଭୟଭୀତ ହେଉଛନ୍ତି ବିଜେପିର ନେତା |
ତୈଳ ଦର ହ୍ରାସ ପ୍ରସଙ୍ଗରେ ନିଜ ମତ ରଖି ସସ୍ମିତ ପାତ୍ର କହିଛନ୍ତି ନିର୍ବାଚନ ଆସିଲେ ତେଲ ଦର କମାନ୍ତି କେନ୍ଦ୍ର ସରକାର |
ତେଲ କମ୍ପାନୀ ତାଙ୍କ ଅଧୀନ ନୁହେଁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ | ତେବେ ବର୍ତ୍ତମାନ କେମିତି ତୈଳ କମ୍ପାନୀ ୧ ଟଙ୍କା କମାଇଛନ୍ତି | କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ରାଜ୍ୟରେ ମହିଳା ଅସୁରକ୍ଷିତ ଥିବା ଆରୋପ ଉପରେ ପ୍ରତିକ୍ରିୟା ରଖି ଶସ୍ମିତ ପାତ୍ର କହିଲେ ଓଡିଶାରେ ମହିଳାମାନେ ଅସୁରକ୍ଷିତ ବୋଲି କହୁଛନ୍ତି | ହେଲେ ବିଜେପି ଶାସିତ ରାଜ୍ୟରେ ମହିଳା କେତେ ନିର୍ଯାତିତ ସେକଥା ଦେଖୁନାହାନ୍ତି | ହରିୟାଣା ଉତ୍ତରପ୍ରଦେଶ, ଆସାମ, ବିହାରରେ ଗତ କିଛି ମାସ ହେଲାଣି ମହିଳାମାନଙ୍କ ଉପରେ ନିର୍ଯାତନା ବଢିଛି | ସେ ଦୃଷ୍ଟିରୁ ଓଡିଶାରେ ମହିଳାମାନେ ଯଥେଷ୍ଟ ସୁରକ୍ଷିତ ଅଛନ୍ତି |

   Related Posts