ପାକିସ୍ତାନକୁ କଡ଼ା ଜବାବ, IPUରେ ସାଂସଦ ସସ୍ମିତ କହିଲେ- ଭାରତର ଅଂଶକୁ ତୁରନ୍ତ ଛାଡ଼
14/03/2023 at 1:15 PM

ଭୁବନେଶ୍ୱର ୧୪।୦୩ : ପାକିସ୍ତାନକୁ ଦୃଢ ଜବାବ । ବାହାରିନ୍ ଠାରେ ଆୟୋଜିତ ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିୟନ୍ ଅଧିବେଶନ(ଆଇପିୟୁ)ରେ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି ସାଂସଦ ସସ୍ମିତ ପାତ୍ର ।
ସେହିପରି ଆଇପିୟୁରେ ଜମ୍ମ-କାଶ୍ମୀର ପ୍ରସଙ୍ଗ ଉଠାଇବା ନେଇ ପାକିସ୍ତାନକୁ ନିନ୍ଦା କରିଛନ୍ତି ସସ୍ମିତ ପାତ୍ର । ଭାରତର ଆନ୍ତରିକତା ମାମଲାରେ ମୁଣ୍ଡ ନଖେଳାଇବାକୁ ତାଗିଦ୍ ମଧ୍ୟ କରିଛନ୍ତି ସାଂସଦ । ଏହାସହ ପାକିସ୍ତାନ କବ୍ଜା କରି ରଖିଥିବା ଭାରତର ଅଂଶକୁ ତୁରନ୍ତ ମୁକ୍ତ କରିବାକୁ କହିଛନ୍ତି । ସୀମା ପାର୍ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନ ମାନବାଧିକାର ପ୍ରସଙ୍ଗରେ ମୁହଁ ଖୋଲିବା ଅନୁଚିତ ବୋଲି କହିଛନ୍ତି ।
Related Posts
କୁଟୁରା ମାରିବା ଅଭିଯୋଗରେ ଶିକାରୀ ଗିରଫ
23 March 2023